ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ୍, ଭାରତର ରନ୍ ବର୍ଷା,ନ୍ୟୁଜିଲାଣ୍ଡ ଆଗରେ ୨୫୬ ରନ୍ର ଟାର୍ଗେଟ
ଆଇସିସି ବିଶ୍ୱକପ ଟି-୨୦ ଫାଇନାଲ ମ୍ୟାଚରେ ଭାରତର ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ କରିଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ଦଳ ଜିତିବାକୁ ୨୫୬ ରନ ଆବଶ୍ୟକ। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳା ଯାଉଛି। ଫାଇନାଲ ମ୍ୟାଚରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପରସ୍ପରକୁ ସମାନ କରିଛନ୍ତି। ମ୍ୟାଚ ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା।

ମ୍ୟାଚ ଆରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଫିକା ପଡିଥିଲା। ନିର୍ଦ୍ଧାରିତ ୨୦ ଓଭର ଖେଳି ଭାରତ ୫ଓ୍ବିକେଟ ହରାଇ ୨୫୫ ରନ ସଂଗ୍ରହ କରିଛି। ଆରମ୍ଭରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ୭ଓଭର ୧ବଲ ଖେଳି ୯୮ରନ କରିଥିଲେ। ସଞ୍ଜୁ ସାମସନ ୪୬ବଲରୁ ସର୍ବାଧିକ ୮୯ରନ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୫୨,ଈଶାନ କିଷାନ ୫୪, ହାର୍ଦିକ ପାଣ୍ଡ୍ୟା ୧୮ ଓ ଶିବମ ଦୁବେ ୨୬ ରନ ସଂଗ୍ରହ କରିଛନ୍ତି।












Click it and Unblock the Notifications