T20 World Cup Final: ଏହି ଚାରି ଯୋଡ଼ିଙ୍କ ମଧ୍ୟରେ କଡ଼ା ମୁକାବିଲା, କାହା ଉପରେ କିଏ ପଡ଼ିବେ ଭାରୀ...
ICC T20 WC 2024: ଆଇସିସି ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଟାଇଟଲ ମରୁଡ଼ି ଯୁଗ ଶେଷ କରିବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ । ଏଭଳି ପରିସ୍ଥିତିରେ କ୍ରିକେଟପ୍ରେମୀ ଭାରତ ଟାଇଟଲ୍ ଜିତିବାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି । ଉଭୟ ଅପରାଜିତ ଦଳ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ରେ ସମସ୍ତଙ୍କ ନଜର ରହିଛି ୪ ଖେଳାଳିଙ୍କ ଉପରେ । ସେମାନଙ୍କ ମଧ୍ୟରେ ହେବ ସଂଘର୍ଷ । ତେବେ ଆସନ୍ତୁ ଜାଣିବା କିଏ ସେ ଚାରି ଖେଳାଳି...

କୋହଲି vs ରାବାଡା
ଯଦିଓ ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ସେତେଟା ଭଲ ପ୍ରଦର୍ଶନ ଦେଇପାରିନାହାଁନ୍ତି, ସାତୋଟି ମ୍ୟାଚରେ ମାତ୍ର ୭୫ ରନ୍ ସଂଗ୍ରହ କରିଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକାର ପ୍ରଭାବଶାଳୀ ବୋଲର ରାବଡାଙ୍କୁ ସାମ୍ନା କରିବାକୁ ପଡ଼ିବ । ସେ ୫.୮୮ ହାରରେ ରନ୍ ଦେଇ ଆଠଟି ମ୍ୟାଚରେ ୧୨ ୱିକେଟ୍ ନେଇଛନ୍ତି । ରାବଡା କୋହଲିଙ୍କୁ ୧୩ ଟି ଟି୨୦ ଇନିଂସରେ ଚାରିଥର ଆଉଟ୍ କରିଛନ୍ତି । ଏହି ସମୟରେ ଏକ ବଡ଼ ପାରି ଖେଳି ପ୍ରତିଶୋଧ ନେବା ପାଇଁ କୋହଲିଙ୍କ ନିକଟରେ ଏକ ବଡ଼ ସୁଯୋଗ ରହିଛି ।
ଋଷଭ ପନ୍ତ vs କେଶବ ମହାରାଜ
ଋଷଭ ପନ୍ତ ୭ଟି ମ୍ୟାଚରେ ୧୨୯ ଷ୍ଟ୍ରାଇକ୍ ରେଟ୍ ସହ ୧୭୧ ରନ୍ ସଂଗ୍ରହ କରିଥିବାବେଳେ କେଶବ ମହାରାଜ ସମାନ ସଂଖ୍ୟକ ମ୍ୟାଚରେ ନଅ ୱିକେଟ୍ ନେଇଛନ୍ତି । ତିନି ନମ୍ବରରେ ବ୍ୟାଟିଂ କରୁଥିବା ପନ୍ତଙ୍କୁ ମହାରାଜଙ୍କ ସାମ୍ନା କରିବାକୁ ପଡିପାରେ ।
ଜସପ୍ରୀତ ବୁମ୍ରା vs ଡି କକ୍
୧୪୩ ଷ୍ଟ୍ରାଇକ୍ ରେଟ୍ ରେ ଆଠଟି ମ୍ୟାଚ୍ ରେ ୨୦୪ ରନ୍ ସ୍କୋର କରିଥିବା ଦକ୍ଷିଣ ଆଫ୍ରିକାର ଶୀର୍ଷ ସ୍କୋରର ଡି କକ୍ ଙ୍କୁ ସାମ୍ନା କରିବେ ବୁମ୍ରା । ବୁମ୍ରା ମଧ୍ୟ ୭ ମ୍ୟାଚରେ ୪.୧୨ ଇକୋନୋମି ସହ ୧୩ ୱିକେଟ୍ ନେଇଛନ୍ତି । ବୁମ୍ରାଙ୍କ ବିପକ୍ଷରେ ରନ୍ ସ୍କୋର କରିବା ଏବଂ ୱିକେଟ୍ ରକ୍ଷା କରିବାକୁ ଡି କକ୍ ଙ୍କୁ ନିଜର ଦମଦାର ପ୍ରଦର୍ଶନ ଦେବାକୁ ହେବ ।
ଅକ୍ଷର ପଟେଲ/କୁଲଦୀପ vs କ୍ଲାସେନ
ସ୍ପିନ୍ ବିପକ୍ଷରେ ନିଜର ଦକ୍ଷତା ପାଇଁ ଜଣାଶୁଣା କ୍ଲାସେନ୍ ଏହି ବିଶ୍ୱକପ୍ରେ ସଂଘର୍ଷ କରିଛନ୍ତି । ୧୧୨ ଷ୍ଟ୍ରାଇକ୍ ରେଟ୍ ରେ ଆଠଟି ମ୍ୟାଚ୍ରେ ୧୩୮ ରନ୍ ସଂଗ୍ରହ କରିଛନ୍ତି । ସେ ଅକ୍ଷର ଏବଂ କୁଲଦୀପଙ୍କୁ ସାମ୍ନା କରିବେ ।












Click it and Unblock the Notifications