Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପ: ବିରାଟଙ୍କ ବିରୋଧରେ ‘ଫେକ ଫିଲ୍ଡିଂ’ର ଅଭିଯୋଗ, ସତ କଣ ? ଦେଖନ୍ତୁ ଭିଡିଓ...

ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାଗ୍ୟ ଟିମ୍ ଇଣ୍ଡିଆ ସାଥ୍ ଦେଇଥିଲା । ଗ୍ରୁପ୍-2 ରେ ଚଳିତ ଆଇସିସି ଟି-20 ବିଶ୍ୱକପରେ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ଆଡିଲେଡ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳା ଯାଇଥିଲା ।

ଆଡିଲେଡ: ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାଗ୍ୟ ଟିମ୍ ଇଣ୍ଡିଆ ସାଥ୍ ଦେଇଥିଲା । ଗ୍ରୁପ୍-2 ରେ ଚଳିତ ଆଇସିସି ଟି-20 ବିଶ୍ୱକପରେ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ଆଡିଲେଡ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ଏହି ମ୍ୟାଚରେ ନୋବଲ୍ ବିବାଦ, ବର୍ଷା ପରେ ମ୍ୟାଚ୍ ଆରମ୍ଭକୁ ନେଇ ବିବାଦ, ନକଲି ଫିଲ୍ଡିଂ (ଫେକ୍ ଫିଲ୍ଡିଂ) ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା ।

 T20 World Cup

ତେବେ ବିରାଟଙ୍କ ବିରୋଧରେ 'ଫେକ୍‌ ଫିଲ୍ଡିଂ ବା ହାତରେ ବଲ ନଥାଇ ବ୍ୟାଟରଙ୍କୁ ଚମକାଇବା କିମ୍ବା ଧ୍ୟାନଚ୍ୟୁତ' କରିଥିବା ଅଭିଯୋଗ ଆସିଛି । ବାଂଲାଦେଶର ୱିକେଟ କିପର ବ୍ୟାଟର ନୁରୁଲ ହାସନ ଏପରି ଅଭିଯୋଗ ଆଣିଛନ୍ତି । ବିରାଟ ଫେକ ଫିଲ୍ଡିଂ କରିଥିଲେ ହେଁ ଏହାକୁ ଅମ୍ପାୟାର ଦେଖି ପାରି ନଥିଲେ। ଯଦି ଅମ୍ପାୟାର ଦେଖି ଥାଆନ୍ତେ, ତା'ହେଲେ ବାଂଲାଦେଶକୁ ପେନାଲ୍ଟି ଆକାରରେ ୫ ରନ ମିଳି ଥାଆନ୍ତା । ଏହି 5 ରନ ହିଁ ଶେଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଆନ୍ତା ବୋଲି ନୁରୁଲ କହିଛନ୍ତି । ଡକୱର୍ଥ-ଲୁଇସ୍ ପଦ୍ଧତି ଅନୁଯାୟୀ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ପାଞ୍ଚ ରନରେ ଜିତିଥିଲା ​​ଏବଂ ଯଦି ପାଞ୍ଚ ରନ୍ ପେନାଲ୍ଟି ହୋଇଥାନ୍ତା ତେବେ ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ନୁରୁଲ କହିଛନ୍ତି ।

ବାଂଲାଦେଶ ଇନିଂସର ୭ମ ଓଭରରେ ଘଟିଛି ଘଟଣା । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅର୍ଶଦୀପ ସିଂହ ବାଉଣ୍ଡରୀ ପାଖରୁ ବଲ ଫିଙ୍ଗୁଛନ୍ତି । ହେଲେ ବିରାଟ ଏମିତି ଏକ ଆକ୍ସନ କରିଥିଲେ ଯେ ସେଥିରୁ ଅନୁମାନ ହେଉଥିଲା ଯେ ସେ ବଲକୁ ନନ ଷ୍ଟ୍ରାଇକର ଏଣ୍ଡକୁ ଫିଙ୍ଗୁଛନ୍ତି। ବାସ୍ତବରେ ସେହି ସମୟରେ ତାଙ୍କ ହାତରେ ବଲ ନଥିଲା । ଅର୍ଶଦୀପ ହିଁ ୱିକେଟ କିପରଙ୍କୁ ବଲ ଫିଙ୍ଗିଥିଲେ । ବିରାଟଙ୍କ ଏପରି ଆଚରଣକୁ ନୁରୁଲ ଫେକ ଫିଲ୍ଡିଂ ବୋଲି ଦାବି କରିଛନ୍ତି ।

ଆଇସିସି ନିୟମ କ'ଣ କହୁଛି ?

ଆଇସିସି ନିୟମ 41.5.1 ଅନୁଯାୟୀ ଯଦି ଜଣେ ଫିଲ୍ଡର ଉଦ୍ଦେଶ୍ୟମୂଳକ ଭାବରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ଅଙ୍ଗଭଙ୍ଗୀ କିମ୍ବା କାର୍ଯ୍ୟ ଦ୍ୱାରା ବିଭ୍ରାନ୍ତ କରିବାକୁ ଚେଷ୍ଟା କରେ । ତେବେ ଏହା ଭୁଲ ଅଟେ ।

କ୍ରିକେଟରେ ନକଲି ଫିଲ୍ଡିଂ ପାଇଁ ଦଣ୍ଡ କ'ଣ ?

ନକଲି ଫିଲ୍ଡିଂ ପାଇଁ ବୋଲିଂ ଦଳ ମଧ୍ୟ ଦଣ୍ଡ ପାଇଥାଏ । ନିୟମ 41.5.6 ଅନୁଯାୟୀ ବୋଲିଂ ଏଣ୍ଡ ଅମ୍ପାୟାର ବ୍ୟାଟିଂ ଦଳକୁ 5 ରନ୍ ପେନାଲ୍ଟି ପୁରସ୍କାର ଘୋଷଣା କରିବେ । ଏହା ସହିତ ସେହି ବଲରେ ସ୍କୋର ହୋଇଥିବା ରନ୍ ମଧ୍ୟ ବ୍ୟାଟିଂ ଦଳକୁ ଦିଆଯିବ। ଏହା ବ୍ୟତୀତ ବ୍ୟାଟ୍ସମ୍ୟାନ୍ ପରବର୍ତ୍ତୀ ବଲ୍ କିଏ ଖେଳିବେ ତାହା ବାଛିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+