ଟି-୨୦ ବିଶ୍ବକପ: ଧୋଇଲେ ଷ୍ଟୋଇନିସ୍, ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ । ୱିନିଂ ଟ୍ରାକକୁ ଫେରିଲା ଅଷ୍ଟ୍ରେଲିଆ । ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଆଜି ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ।

ପର୍ଥ: ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ । ୱିନିଂ ଟ୍ରାକକୁ ଫେରିଲା ଅଷ୍ଟ୍ରେଲିଆ । ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଆଜି ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ୧୮ ବଲରେ ଅପରାଜିତ ୫୯ ରନର ପାଳି ଖେଳିଛନ୍ତି ।

T20 World Cup

୧୫୮ ରନର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୬.୩ ଓଭରରେ ହିଁ ୩ଟି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ମାର୍କସ ଷ୍ଟଇନିସ ୫୯ରନ, ଆରନ ଫିଞ୍ଚ୍ ୩୧ରନ ଓ ଗ୍ଲେନ ମାକ୍ସଓ୍ବେଲ ୨୩ ରନ କରିଥିଲେ । ସେହିପରି ମିଚେଲ ମାର୍ସ ୧୭ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡିସିଲଭା, ମହିସ ତିକସନା ଓ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

T20 World Cup

ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୭ ରନ କରିଥିଲା । ଏହାର ଜବାବରେ ଷ୍ଟୋଇନିସଙ୍କ ୫୯ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଅପରାଜିତ ୪୨ ବଲରେ ୩୧ ରନ ବଳରେ ଅଷ୍ଟ୍ରେଲିଆ ୨୧ ବଲ ପୂର୍ବରୁ ୩ ୱିକେଟରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି । ୧୮ ବଲରେ ଅପରାଜିତ ୫୯ ରନର ଇନିଂସ ଖେଳିଥିବା ଷ୍ଟୋଇନିସ ୬ଟି ଛକା ଓ ୪ଟି ଚକୌ ମାରିଛନ୍ତି । ଏହି ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+