Get Updates
Get notified of breaking news, exclusive insights, and must-see stories!

ଟିମ୍ ଇଣ୍ଡିଆକୁ ମିଳିଲା ୧୨୫ କୋଟି ଟଙ୍କାର ପୁରସ୍କାର ରାଶି; ବିଜୟର ତାଳେ ତାଳେ ନାଚିଲା ପୁରା ୱାଙ୍ଖେଡେ

ଟି-୨୦ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ସ୍ଵଦେଶ ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍‌ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା ।

ଭାରତୀୟ ଖେଳାଳିମାନେ ଏକ ଖୋଲା ଛାତ ବସ୍‌ରେ ନରିମାନ ପଏଣ୍ଟରୁ ଷ୍ଟାଡିୟମ ଯାଏ ଯାତ୍ରା କରିଥିଲେ । ଅପରାହ୍ନ ୫ଟାରେ ଏହି ବିଜୟ ପରେଡ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଖେଳାଳିମାନେ ବିଳମ୍ବରେ ପହଞ୍ଚିବା କାରଣରୁ ସନ୍ଧ୍ୟା ୭.୩୦ ପରେ ଏହା ଆରମ୍ଭ ହୋଇଥିଲା

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଭାରତୀୟ ଦଳ ଅପରାହ୍ନ ୩.୪୨ ମିନିଟରେ ଦିଲ୍ଲୀ ଛାଡିଥିଲା। ଭାରତୀୟ ଖେଳାଳିଙ୍କ ଝଲକ ପାଇବା ପାଇଁ ମେରାଇନ୍‌ ଡ୍ରାଇଭ୍‌ର ସଡକ ଜନସମୁଦ୍ର ପାଲଟିଥିଲା। ଓ୍ବାଙ୍ଖଡେ ଷ୍ଟାଡିୟମ ସାଧାରଣ ଜନତାଙ୍କ ପାଇଁ ମୁକ୍ତ ବୋଲି ଘୋଷଣା କରାଯିବାର କିଛି ମିନିଟ ମଧ୍ୟରେ ଏହା ଭରି ଯାଇଥିଲା।

T20 World Cup champions

ଭାରତୀୟ ଖେଳାଳି ଭିସ୍ତାରା ବିମାନରେ ଛତ୍ରପତି ଶିବାଜୀ ମହାରାଜ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ଓ୍ବାଟର ସାଲ୍ୟୁଟ ମିଳିଥିଲା। ଟର୍ମିନାଲ-୨ ଦେଇ ଭାରତୀୟ ଖେଳାଳି ବାହାରକୁ ଆସିବା ସହ ନରିମାନ ପଏଣ୍ଟରୁ ଖୋଲା ବସ୍‌ରେ ଚଢିଥିଲେ। ତୁହାକୁ ତୁହା ବର୍ଷା ଓ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ କ୍ରିକେଟ ଫ୍ୟାନ୍‌ଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ମଧ୍ୟ ଜଣେ ବି ଦର୍ଶକ ନିଜ ସ୍ଥାନ ଛାଡି ନ ଥିବା ଦେଖିବାକୁ ମିଳିଥିଲା। ଘଣ୍ଟା ଘଣ୍ଟା ଧରି ବିନା ଖାଦ୍ୟ ଓ ପାଣିରେ ବସିବାକୁ ପଡିଥିଲେ ମଧ୍ୟ କେହି ବି ନିଜ ସ୍ଥାନ ଛାଡି ନ ଥିଲେ।

ଷ୍ଟାଡିୟମରେ ଡିଜେ ତାଳରେ ଭାରତୀୟ ଦଳର ଖେଳାଳିମାନେ ରେନ୍‌ ଡ୍ୟାନ୍ସ କରିଥିଲେ । ଏହା ପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ପ୍ରଶଂସକଙ୍କୁ ସମ୍ବୋଧିତ କରିଥିଲେ ।ଗୁରୁବାର ଦିନ ୱାଙ୍ଖେଡେ ଷ୍ଟାଡିୟମରେ ବିଜୟ ପ୍ୟାରେଡ ପରିସରରେ ବୁଲୁଥିବା ବେଳେ ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ବନ୍ଦେ ମାତରାମ ଗୀତ ଗାଇଥିବାର ନଜର ଆସିଥିଲା । ଟିମ୍ ଇଣ୍ଡିଆ ଖେଳାଳିମାନେ ୱାଙ୍ଖେଡେ ଷ୍ଟାଡିୟମରେ ବନ୍ଦେ ମାତରାମ ଗୀତ ଗାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+