For Quick Alerts
Turn On Notification  
For Daily Alerts
Oneindia App Download

ଟି-20 ବିଶ୍ୱକପ ପୂର୍ବରୁ ସାମ୍ନାକୁ ଆସିଲା ଭାରତୀୟ ଦଳର ନୂଆ ଜର୍ସି

ଭାରତୀୟ ଦଳର ବିଶ୍ୱକପ ଅଭିଯାନ ପୂର୍ବରୁ ବିସିସିଆଇ ବୁଧବାର ଏକ ନୂଆ ଜର୍ସି ଉନ୍ମୋଚନ କରିଛି। ଏହି ନୂତନ କିଟ୍ ର ନାମ 'ବିଲିୟନ ଚିଅର୍ସ ଜର୍ସି' ରଖାଯାଇଛି । ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି ।

|

ନୂଆଦିଲ୍ଲୀ: ଭାରତୀୟ ଦଳର ବିଶ୍ୱକପ ଅଭିଯାନ ପୂର୍ବରୁ ବିସିସିଆଇ ବୁଧବାର ଏକ ନୂଆ ଜର୍ସି ଉନ୍ମୋଚନ କରିଛି। ଏହି ନୂତନ କିଟ୍ ର ନାମ 'ବିଲିୟନ ଚିଅର୍ସ ଜର୍ସି' ରଖାଯାଇଛି । ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି ।

 ଭାରତୀୟ ଦଳର ନୂଆ ଜର୍ସି

ଉଲ୍ଲେଖଥାଉ କି, ଉନ୍ମୋଚିତ ହୋଇଥିବା ଜର୍ସି କେବଳ ଟି-20 ଇଣ୍ଟନ୍ୟାସନାଲ ମ୍ୟାଚ ପାଇଁ ଉପଲବ୍ଧ । ଏହା ଟି-20 ବିଶ୍ୱକପ ପାଇଁ ନୂହେଁ । ଟି-20 ବିଶ୍ୱକପ ପାଇଁ ଭାରତୀୟ ଜର୍ସି ରାତି 10.40 ଉନ୍ମୋଚିତ ହେବ ବୋଲି ସୂଚନା ମିଳିଛି । ତେବେ ଟି-20 ବିଶ୍ୱକପ ଜର୍ସି ମଧ୍ୟ ଏହି ଜର୍ସି ପରି ହେବ । ଯେଉଁଠି ପ୍ରାୟୋଜକ ଲୋଗୋ ବଦଳରେ କେବଳ ଟି-20 ବିଶ୍ବକପର ଲୋଗୋ ରହିବ ।

ଏହି ଜର୍ସି MPL ସ୍ପୋର୍ଟସର ୱେବସାଇଟରୁ ମଧ୍ୟ କିଣାଯାଇପାରିବ । MPL ସ୍ପୋର୍ଟସ୍ ହେଉଛି ଭାରତୀୟ ଦଳର ଅଫିସିଆଲ୍ କିଟ୍ ପାର୍ଟନର । ଏମପିଏଲ୍ ସ୍ପୋର୍ଟସ୍ ମଧ୍ୟ ଜର୍ସିରେ ଟ୍ୱିଟ୍ କରି କହିଛନ୍ତି - ଏହା କେବଳ ଦଳ ନୁହେଁ ଭାରତର ଗର୍ବ। ଏହା କେବଳ ଜର୍ସି ନୁହେଁ, ଏହା ବିଲିୟନ ପ୍ରଶଂସକଙ୍କ ଆଶୀର୍ବାଦ ଅଟେ । ଟିମ୍ ଇଣ୍ଡିଆ ପାଇଁ ଖୁସି ହେବାକୁ ପ୍ରସ୍ତୁତ ହୁଅ ।

ତେବେ ଆଇକନିକ୍ ବ୍ଲୁ ଜର୍ସିର ପୂର୍ବ ସଂସ୍କରଣ ତୁଳନାରେ, ନୂଆ ଜର୍ସି ଗାଡା ନୀଳ ରଙ୍ଗର ହୋଇଛି । ନୂତନ ଜର୍ସି ଉନ୍ମୋଚନ କରି ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି । କ୍ୟାମେରା ପାଇଁ ପୋଜ୍ କରିଥିଲେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
T20 World Cup: BCCI Shares Team India's New 'Billion Cheers Jersey'
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X