ଟି-୨୦ ବିଶ୍ୱକପ: ଗୋଟିଏ ମ୍ୟାଚରେ ଦୁଇଥର ଜିତିଲା ବାଂଲାଦେଶ !
ଆଜି ଗାବ୍ବାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର 28ତମ ମ୍ୟାଚରେ ରୋମାଞ୍ଚକର ପରିସ୍ଥିତି ଦେଖିବାକୁ ମିଳିଛି । ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚରେ ଦୁଇଥର ବିଜୟର ସ୍ୱାଦ ଚାଖିଛି ବାଂଲାଦେଶ । କଥାଟି ଅଜବ ଲାଗୁଥିଲେ ବି ସତ ।
ବ୍ରିସବେନ୍: ଆଜି ଗାବ୍ବାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପର 28ତମ ମ୍ୟାଚରେ ରୋମାଞ୍ଚକର ପରିସ୍ଥିତି ଦେଖିବାକୁ ମିଳିଛି । ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚରେ ଦୁଇଥର ବିଜୟର ସ୍ୱାଦ ଚାଖିଛି ବାଂଲାଦେଶ । କଥାଟି ଅଜବ ଲାଗୁଥିଲେ ବି ସତ । ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ କରିଥିଲା ବାଂଲାଦେଶ । ଜବାବରେ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୪୭ ରନ କରିପାରିଛି। ଫଳରେ ଜିମ୍ବାୱେକୁ ୩ ରନରେ ପରାସ୍ତ କରିଛି ବାଂଲାଦେଶ । ତେବେ ଆପଣ ଏବେ ଭାବୁଥିବେ ଏଥିରେ ରୋମାଞ୍ଚକର ପରିସ୍ଥିତି କଣ ଘଟିଛି ?

ଘଟଣା ଏମିତି ଯେ, ଶେଷ ବଲରେ ଜିମ୍ବାୱେକୁ ଜିତିବା ପାଇଁ ୫ ରନ୍ର ଆବଶ୍ୟକତା ଥିଲା। ବୋଲିଂ କରୁଥିଲେ ମୋସାଡେକ ହୋସେନ। ଆଉ ବ୍ୟାଟିଂ କରୁଥିଲେ ମୁଜରାବାନୀ। ଶେଷ ବଲରେ ବାନି ଶଟ ମାରିବାକୁ ଚେଷ୍ଟା କରିଥିଲେ ବି ମାତ୍ର ସିଙ୍ଗଲ ରନ୍ ହୋଇଥିଲା। ଏହାପରେ ବାଂଲାଦେଶ ବିଜୟୀ ବୋଲି ଭାବି ସମସ୍ତେ ପଡ଼ିଆ ଛାଡ଼ି ଦେଇଥିଲେ । କେବଳ ସେତିକି ନୁହେଁ, ଦୁଇ ଦେଶର ଟିମ୍ କରମର୍ଦ୍ଦନ କରି ପଡ଼ିଆରୁ ବାହାରି ଯାଇଥିଲେ।
କିନ୍ତୁ, 'ଥାର୍ଡ ଅମ୍ପାୟାର୍' ଯୋଗୁଁ ଖେଳାଳିମାନଙ୍କୁ ପୁଣି ଥରେ ଖେଳିବାକୁ ଡାକିବାକୁ ପଡ଼ିଥିଲା । କାରଣ ବଲ୍ ଷ୍ଟମ୍ପ୍ ଅତିକ୍ରମ କରିବା ପୂର୍ବରୁ ବାଂଲା ୱିକେଟକିପର ନୁରୁଲ୍ ତାହାକୁ ଧରି ଷ୍ଟମ୍ କରିଥିବା 'ଥାର୍ଡ ଅମ୍ପାୟାର୍'ରୁ ଜଣିବାକୁ ପାଇଥିଲେ । ଫଳରେ ତାହାକୁ ନୋ-ବଲ୍ ଘୋଷଣା କରଯାଇଥିଲା । ତେଣୁ ଖେଳାଳିମାନେ ପଡିଆକୁ ପୁଣିଥରେ ଫେରିଥିଲେ ।
ଏବେ ବିଜୟ ପାଇଁ ଜିମ୍ବାୱେ ୪ ରନ୍ ଆବଶ୍ୟକ ହେଉଥିଲା । ସେପଟେ ବାଂଲାଦେଶକୁ ଅଯଥାରେ ଆଉ ଗୋଟିଏ ବଲ୍ ପକାଇବାକୁ ପଡ଼ିଥିଲା। ହେଲେ ଅବଶୋଷ, ସୁଯୋଗର ଫାଇଦା ଉଠାଇ ପାରିଲାନି ଜିମ୍ବାୱେ। ଶେଷ ବଲରେ ଗୋଟିଏ ରନ ହେବାରୁ ବାଂଲାଦେଶ ଠାରୁ ୩ ରନ୍ରେ ପରାସ୍ତ ହେଲେ ଦଳ।
ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ବ୍ଲେସିଙ୍ଗ୍ସ୍ ମୁଜାରାବାନି ସୌମ୍ୟ ସରକାର ଓ ଲିଟ୍ଟନ୍ ଦାସଙ୍କ ୱିକେଟ୍ ହାସଲ କରିବା ସହ ବାଂଲାଦେଶ ଅତି ମନ୍ଥର ଭାବେ ଖେଳ ଆରମ୍ଭ କରିଥିଲା । ଜିମ୍ବାୱେ ବୋଲିଂରେ ଘାଇଲା ହୋଇଥିଲା ବାଂଲାଦେଶ । ଦଳ ପକ୍ଷରୁ କେବଳ ଶାନ୍ତୋ(୭୧) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟର ୩୦ ଛୁଇଁ ପାରିନଥିଲେ। ସେହିପରି ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ସୌମ୍ୟ ସରକାର(୦), କ୍ୟାପ୍ଟେନ୍ ଶକିବଲ ହସନ(୨୩), ଅଫିପ ହୁସେନ(୨୯), ଲିଟନ ଦାସ ୧୪ ରନ୍ କରିଥିଲେ। ଜିମ୍ବାୱେ ପକ୍ଷରୁ ନାଗରଭା, ମୁଜାରବାନୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ରାଜା ଓ ସିଲ ୱିଲିୟମ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଅନ୍ୟପଟେ ବାଂଲାଦେଶର ୧୫୧ ରନ ଟାର୍ଗେଟ ପିଛା କରି ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଜିମ୍ବାୱେ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରଥମ ଓଭରର ୩ ବଲ ଚାଲିଥିବା ବେଳେ ଓପନର ୱେସ୍ଲେ ମାଧିବୀରଙ୍କ ୱିକେଟ୍ ଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟର ପତ୍ତନ ହୋଇଥିଲା। ଦଳ ପକ୍ଷରୁ ସିନ ୱିଲିୟମ୍ସ ଓ ରିୟାନ ବର୍ଲ ମ୍ୟାଚ୍ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ୱିଲିୟମ୍ସ ସର୍ବାଧିକ ୬୪ ରନ୍ କରିଥିବା ବେଳେ ରିୟାନ ବର୍ଲ ୨୭ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ।












Click it and Unblock the Notifications