ଅଷ୍ଟ୍ରେଲିଆରେ ଅସରନ୍ତି ବର୍ଷା, ଦିନକରେ ଧୋଇଗଲା ଦୁଇଟା ଯାକ ମ୍ୟାଚ୍

ଆଜି ଭାରତୀୟ ସମୟ ସକାଳ 9.30ରେ ଥିବା ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଅପରାହ୍ନରେ ଥିବା ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମ୍ୟାଚ ମଧ୍ୟ ବର୍ଷା ପାଇଁ ବାତିଲ ହୋଇଛି ।

ମେଲବର୍ଣ୍ଣ: ବିଶ୍ୱକପ ଉପରେ ବର୍ଷାର କଳା ବାଦଳ । ଅଷ୍ଟ୍ରେଲିଆର ଅସରନ୍ତି ବର୍ଷାରେ ଧୋଇ ଯାଉଛି ଗୋଟିଏ ପରେ ଗୋଟିଏ ମ୍ୟାଚ । ଆଜି (ଶୁକ୍ରବାର) ଥିବା ଦୁଇଟି ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଛି । ଟସ ନ ପଡିବାରୁ ବାଧ୍ୟ ହୋଇ ମ୍ୟାଚ ବାତିଲ କରିଛନ୍ତି ଟୁର୍ଣ୍ଣାମେଣ୍ଟ ଆୟୋଜକ । ଆଜି ଭାରତୀୟ ସମୟ ସକାଳ 9.30ରେ ଥିବା ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଅପରାହ୍ନରେ ଥିବା ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମ୍ୟାଚ ମଧ୍ୟ ବର୍ଷା ପାଇଁ ବାତିଲ ହୋଇଛି ।

T20 World Cup

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିଲା ଟି -20 ବିଶ୍ୱକପ 2022 ର 26 ତମ ମ୍ୟାଚ୍ । କିନ୍ତୁ ମ୍ୟାଚ ସମୟ ଆରମ୍ଭରୁ ହିଁ ବର୍ଷା ଲାଗି ରହିଥିଲା । ପ୍ରବଳ ବର୍ଷା ହେତୁ ପଡିଆରେ କାଦୁଆ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଅମ୍ପାୟାର ଆଉ 25 ମିନିଟ୍ ସମୟ ନେଇଥିଲେ । ଶେଷ ଯାଞ୍ଚ 3:20 ରେ ହୋଇଥିଲେ ମଧ୍ୟ ମ୍ୟାଚ ମ୍ୟାଚ ଖେଳାଯିବା ପାଇଁ ପଡିଆ ଯୋଗ୍ୟ ନଥିଲା । ଫଳରେ ବାଧ୍ୟ ହୋଇ ମ୍ୟାଚକୁ ବାତିଲ କରିଥିଲେ କତୃପକ୍ଷ । ମ୍ୟାଚ୍ ବାତିଲ ହେବା ପରେ ଉଭୟ ଦଳକୁ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ

ବର୍ଷା ଯୋଗୁଁ ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ମ୍ୟାଚ ମଧ୍ୟ ସକାଳେ ବାତଲ ହୋଇଥିଲା । ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଥିଲା । ମ୍ୟାଚ୍‌ ବାତିଲ ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି । ଏହି ପଏଣ୍ଟ ବଳରେ ଆୟର୍ଲ୍ୟାଣ୍ଡ ସୁପର ୧୨ ଗ୍ରୁପ ୧ ପଏଣ୍ଟ ଟେବୁଲର ୨ନଂ ସ୍ଥାନରେ ପହଞ୍ଚି ଯାଇଛି ।

T20 World Cup

ପୂର୍ବରୁ ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାୱେ ମ୍ୟାଚ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ସେହିପରି ଇଂଲଣ୍ଡ ଡିଏଲଏସ୍‌ ମେଥଡ ଯୋଗୁ ଆୟର୍ଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଏହାବାଦ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ୍‌ ବର୍ଷା ଯୋଗୁ ଖେଳା ନ ଯିବାରୁ ଉଭୟ ଦଳପ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ । ତେବେ ବର୍ଷା ଯୋଗୁ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବାତିଲ ହେଉଥିବାରୁ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯଦି ଅଷ୍ଟ୍ରେଲିଆରେ ଏମିତି ବର୍ଷା ଲାଗି ରହୁଛି, ତା'ହେଲେ ସଂରକ୍ଷିତ ଦିବସର ବ୍ୟବସ୍ଥା କରାଯାଉ ନଚେତ ଅନ୍ୟ କୌଣସି ସ୍ଥାନକୁ ବିଶ୍ୱକପର ମ୍ୟାଚ୍‌ ଗୁଡ଼ିକ ସ୍ଥାନାନ୍ତରିତ କରାଯାଉ ବୋଲି କିଛି ଲୋକ ସୋଶାଲ ମିଡିଆରେ ମତ ଦେବା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+