Get Updates
Get notified of breaking news, exclusive insights, and must-see stories!

T 20 World Cup: ପୁଣି ହାରିଲା ଅଷ୍ଟ୍ରେଲିଆ, ସୁପର ଏଇଟ୍‌ରେ ଶ୍ରୀଲଙ୍କା

ଚଳିତ ଟି-୨୦ ବିଶ୍ଵକପରେ ସହଆୟୋଜକ ଶ୍ରୀଲଙ୍କା ସୁପର-୮ରେ ପ୍ରବେଶ କରିଛି। ଲିଗ୍ ପର୍ଯ୍ୟାୟର ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଶ୍ରୀଲଙ୍କା ସହଜରେ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ଟି-୨୦ ବିଶ୍ଵକପରେ ପଞ୍ଚମ ଦଳ ଭାବେ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ପଥୁମ ନିଶଙ୍କା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଶ୍ରୀଲଙ୍କାକୁ ବିଜୟୀ କରାଇଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆର ସୁପର-୮ରେ ପହଞ୍ଚିବା ମୁସ୍କିଲ ହୋଇ ପଡ଼ିଛି। ମିଚେଲ୍ ମାର୍ଶ ଓ ଟ୍ରେଭିସ ହେଡଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୧୮୧ ରନ କରିଥିଲା। ଜବାବରେ ଶ୍ରୀଲଙ୍କାରେ ମାତ୍ର ୨ ଓ୍ଵିକେଟ୍ ହରାଇ ୨ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ନିଶଙ୍କା ୧୦୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ କୁଶଲ ମେଣ୍ଡିସ ୫୧ ରନ କରିଥିଲେ।

Australia

୧୮୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଘରୋଇ ଶ୍ରୀଲଙ୍କାକୁ ୮ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। କୁଶଲ ପେରେରା(୧ ରନ) ଆଉଟ୍ ହୋଇଥିଲେ। ଏହା ପରେ ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ କଙ୍ଗାରୁ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ମ୍ୟାଚରେ ବ୍ୟାକଫୁଟରେ ଠେଲିଥିଲେ। ଏହି କ୍ରମରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଦ୍ବିତୀୟ ଓ୍ଵିକେଟ୍ ୯୭ ରନ ଯୋଡ଼ି ଶ୍ରୀଲଙ୍କାର ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ। କୁଶଲ ମେଣ୍ଡିସ ୩୮ ବଲରୁ ୬ ଚୌକା ଓ ୧ ଛକା ସହ ୫୧ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ନିଶଙ୍କା ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖି କଙ୍ଗାରୁ ଦଳକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାର କୌଣସି ସୁଯୋଗ ଦେଇ ନ ଥିଲେ।

ନିଶଙ୍କା ଓ ପାଭନ ରଥନାୟକେ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୭୮ ରନ ଯୋଡ଼ି ଦଳକୁ ସହଜ ବିଜୟୀ କରାଇଛନ୍ତି। ପଥୁମ ନିଶଙ୍କା ୫୨ ବଲରୁ ୧୦ ଚୌକା ୫ ଛକା ସହ ଅପରାଜିତ ଶତକୀୟ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଚଳିତ ଟି-୨୦ ବିଶ୍ଵକପରେ କୌଣସି ଖେଳାଳିଙ୍କ ଦ୍ଵାରା ଏହା ପ୍ରଥମ ଶତକ। ଶ୍ରୀଲଙ୍କା ମାତ୍ର ୨ ଓ୍ଵିକେଟ୍ ହରାଇ ମ୍ୟାଚ୍‌ ଜିତି ନେଇଛି। ରଥନାୟକେ ୧୫ ବଲରୁ ୬ ଚୌକା ସହ ୨୮ ରନ କରି ଅପରାଜିତ ଥିଲେ। ​​​​​​​

ଅଷ୍ଟ୍ରେଲିଆ ଇନିଂସ ​​​​​​​

ଏହା ପୂର୍ବରୁ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ୍ ମାର୍ଶ ଓ ଟ୍ରେଭିସ ହେଡ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଶ୍ରୀଲଙ୍କା ବୋଲରଙ୍କୁ ପ୍ରହାର କରି ୮.୩ ଓଭରରେ ୧୦୪ ରନ ଯୋଡ଼ିଥିଲେ। ହେଲେ ଏହି ଯୋଡ଼ି ଭାଙ୍ଗିବା ସହ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା ଏବଂ ଶ୍ରୀଲଙ୍କା ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଟ୍ରେଭିସ ହେଡ ୨୯ ବଲରୁ ୫୬ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ମିଚେଲ୍ ମାର୍ଶ ଦଳକୁ ଫେରିବା ସହ ୨୭ ବଲରୁ ୫୪ ରନ କରିଥିଲେ।

ହେଲେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ଜୋଶ ଇଂଗ୍ଲିସ ୨୭ ରନ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୨ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଏକଦା ୮.୩ ଓଭରରେ ୧୦୪ ରନ କରିଥିବା ଅଷ୍ଟ୍ରେଲିଆ ଅବଶିଷ୍ଟ ୬୯ ବଲରେ ମାତ୍ର ୭୭ ରନ କରି ପାରିଥିଲା। ଫଳରେ ଦଳ ୨୦୦ ବି ଟପି ପାରି ନ ଥିଲା। ଅଷ୍ଟ୍ରେଲିଆ ୧୮୧ ରନ କରି ପାରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+