Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପ: ବିଜୟ ପରେ ବି ସେମି ଟିକେଟ୍ ପକ୍କା କରିପାରିଲା ନାହିଁ ଡିଫେଣ୍ଡିଂ ଚାମ୍ପିୟନ

ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଶୁକ୍ରବାର ଆଡିଲେଡ୍ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟି-20 ବିଶ୍ୱକପ 2022 ର ଗ୍ରୁପ 1 ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ମାତ୍ର 4 ରନର ସାମାନ୍ୟ ବିଜୟ ପଞ୍ଜିକରଣ କରିପାରିଛି ।

ଆଡିଲେଡ୍: ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଶୁକ୍ରବାର ଆଡିଲେଡ୍ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟି-20 ବିଶ୍ୱକପ 2022 ର ଗ୍ରୁପ 1 ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ମାତ୍ର 4 ରନର ସାମାନ୍ୟ ବିଜୟ ପଞ୍ଜିକରଣ କରିପାରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ 20 ଓଭରରେ 8 ୱିକେଟ୍ ହରାଇ 168 ରନ୍ ସ୍କୋର କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ବିନିମୟରେ ମାତ୍ର 164 ରନ୍ ସଂଗ୍ରହ କରି ପାରିଥିଲା ।

T20 World Cup

ତେବେ ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନର ସେମି ଟିକେଟ୍ ଏବେ ବି ପକ୍କା ହୋଇପାରି ନାହିଁ । କାରଣ 5 ମ୍ୟାଚରୁ 3 ବିଜୟ ସହ 7 ପଏଣ୍ଟ ପାଇ ଅଷ୍ଟ୍ରେଲିଆ ଏବେ 2ୟ ସ୍ଥାନରେ ରହିଛି । ମାତ୍ର କମ୍ ଅନ୍ତରରେ ବିଜୟ ଫଳରେ ଦଳର ନେଟ୍ ରନ ରେଟ୍ ରେ ସେମିତି କିଛି ସୁଧାର ଆସିପାରି ନାହିଁ । କଙ୍ଗାରୁ ଦଳର ନେଟ୍ ରନ ଏବେ ମଧ୍ୟ ନେଗେଟିଭ୍ ରହିଛି । ଅନ୍ୟପଟେ 5 ପଏଣ୍ଟ ସହ 3ୟ ସ୍ଥାନରେ ଥିବା ଇଂଲଣ୍ଡ ଦଳ ଆସନ୍ତାକାଲି ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି । ଯଦି ଇଂଲିଶ ବାହିନୀ ବିଜୟ ପାଏ, ତେବେ 7 ଅଙ୍କ ସହ ପଜିଟିଭ୍ ନେଟ ରନ୍ ରେଟ୍ ଆଧାରରେ 2ୟ ସ୍ଥାନରେ ରହି ସେମି ଟିକେଟ୍ ହାତେଇବ ଦଳ । ମାତ୍ର ଇଂଲଣ୍ଡ ପରାଜିତ ହେଲେ ସେମିଫାଇନାଲ ଖେଳିବ ଅଷ୍ଟ୍ରେଲିଆ । କହି ରଖୁ କି, 7 ପଏଣ୍ଟ ସହ ଗ୍ରୁପ-1ରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିସାରିଛି ନ୍ୟୁଜିଲାଣ୍ଡ ।

ଆଜି ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା, ଏହା ପରେ ଦଳ କ୍ୟାମେରନ୍ ଗ୍ରୀନ୍ ୱିକେଟ୍ ହରାଇଥିଲା। ଡେଭିଡ ୱାର୍ନର (18 ବଲରୁ 25) ଏବଂ ମାର୍ଶ (30 ବଲରୁ 45) ସେମାନଙ୍କ ଷ୍ଟ୍ରୋକ୍ ସହିତ ରନ୍ ହାର ବୃଦ୍ଧି କରିଥିଲେ। କିନ୍ତୁ ଷଷ୍ଠ ଓଭରରେ ଫର୍ମ ୱାର୍ଣ୍ଣର ଏବଂ ଷ୍ଟିଭ ସ୍ମିଥଙ୍କ ପତନ ହେତୁ ପାୱାରପ୍ଲେରେ ଦଳର ସ୍କୋର ତିନୋଟି ପାଇଁ 53 ଥିଲା। ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସୱେଲ 32 ବଲରୁ ଅପରାଜିତ 54 ରନ୍ କରିଥିଲେ । ତାଙ୍କ ବ୍ୟତୀତ ମିଚେଲ ମାର୍ଶ 45 ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ 25 ରନ୍ ଯୋଗଦାନ କରିଥିଲେ ।

ସେହିପରି ଆଫଗାନିସ୍ତାନ ଦଳ ପକ୍ଷରୁ ସ୍ପିନର ରସିଦ ଖାନ ସର୍ବାଧିକ 23 ବଲରୁ 48 ରନ କରିଥିବା ବେଳେ ଗୁଲାବୁଦ୍ଦିନ ନବି 39 ରନ, ଓପନର ରହମାନ ଗୁରବାଜ 30 ରନ ସ୍କୋର କରିଥିଲେ । ତେବେ ଆଫଗାନ୍ ଦଳର ଏହି ବିପର୍ଯ୍ୟୟ ସହ ଅଧିନାୟକ ପଦ ଛାଡିଛନ୍ତି ମହମ୍ମଦ ନବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+