Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପ: ଫାଇନାଲ ଫାଇଟରେ ଅଷ୍ଟ୍ରେଲିଆ ସାମ୍ନାରେ ସବୁଠୁ ବଡ ବିଜୟ ଲକ୍ଷ୍ୟ

ୱିଲିୟମସନଙ୍କ (85) ଅଧିନାୟକ ପାଳି । କୌଣସି ଟି-20 ବିଶ୍ୱକପ ଫାଇନାଲ ମୁକାବିଲାରେ ଏହା ସବୁଠାରୁ ବିଶାଳ ରନ (172) ଟାର୍ଗେଟ୍ । ଯାହାକୁ ଅଷ୍ଟ୍ରେଲିଆ ସାମ୍ନାରେ ଆଣି ଠିଆ କରି ଦେଇଛି ଅପେକ୍ଷାକୃତ ଦୁର୍ବଳ ଦେଖାଯାଉଥିବା କିୱି ଟିମ୍ ।

ଦୁବାଇ: ୱିଲିୟମସନଙ୍କ (85) ଅଧିନାୟକ ପାଳି । କୌଣସି ଟି-20 ବିଶ୍ୱକପ ଫାଇନାଲ ମୁକାବିଲାରେ ଏହା ସବୁଠାରୁ ବିଶାଳ ରନ (172) ଟାର୍ଗେଟ୍ । ଯାହାକୁ ଅଷ୍ଟ୍ରେଲିଆ ସାମ୍ନାରେ ଆଣି ଠିଆ କରି ଦେଇଛି ଅପେକ୍ଷାକୃତ ଦୁର୍ବଳ ଦେଖାଯାଉଥିବା କିୱି ଟିମ୍ । ସେହିପରି ଟସ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେବା ଭାରି ପଡିଛି କଙ୍ଗାରୁ କ୍ୟାପଟେନ ଆରନ ଫିଞ୍ଚିଙ୍କୁ । ଏବେ ପ୍ରଥମ ବିଶ୍ୱକପ ଟାଇଟେଲ ଟେକିବାକୁ 173 ରନର ଆବଶ୍ୟକ ରହିଛି କଙ୍ଗାରୁ ଦଳ ପାଇଁ ।

T20 World Cup

ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । 4ର୍ଥ ଓଭର ପୂର୍ବରୁ କିୱି ଓପନର ଚାଇଲ ମିଚେଲ (11) ଙ୍କୁ ଆଉଟ୍ କରି ହେଜଲଉଡ ଅଧିନାୟକଙ୍କ ବିଶ୍ୱସ ଜିଣିଥିଲେ । ଖେଳର 10 ଓଭର ସମାପ୍ତ ହୋଇଥିବା ବେଳେ ଦଳୀୟ ଖାତାରେ ମାତ୍ର 57 ର ଯୋଡି ପାରିଛନ୍ତି କିୱି ବ୍ୟାଟର । ମାତ୍ର ଏହାପରେ 3ୟ ନମ୍ବରରେ ବ୍ୟାଟିଂ ଆସି କିୱି ଅଧିନାୟକ କେନ ୱିଲିୟମସନ କଙ୍ଗାରୁ ବୋଲରଙ୍କ ଏହି ବିଶ୍ୱାସକୁ ଭାଙ୍ଗିବାକୁ ଲାଗିଲେ । 2ୟ ୱିକେଟ ପାଇଁ ମାର୍ଟିନ ଗପ୍ଟିଲଙ୍କ ସହ କେନ 38 ରନ ମଜବୁତ ପାଳି ଖେଳିଥିଲେ ।

48 ବଲରେ କେନ୍ ୱିଲିୟମସନ 85 ରନ୍ ସଂଗ୍ରହ କରିଥିଲେ। ଯେଉଥିରେ 10ଟି ଚୌକା ଏବଂ 3ଟି ଛକା ସାମିଲ ଥିଲା । ଅର୍ଥାତ୍ ସେ କେବଳ ବାଉଣ୍ଟ୍ରୀରୁ 58 ରନ୍ ସ୍କୋର କରିଥିଲେ। ଟି-20 ବିଶ୍ୱକପ ଫାଇନାଲରେ ଏହା ଜଣେ ଖେଳାଳିଙ୍କ ସବୁଠାରୁ ବଡ ଇନିଂସ । ଏହାପୂର୍ବରୁ ୱେଷ୍ଟଇଣ୍ଡିଜର ମାର୍ଲନ୍ ସାମୁଏଲ୍ସ ମଧ୍ୟ 2016 ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ 85 ରନ୍ କରିଥିଲେ।ଅନ୍ୟପଟେ ଗପ୍ଟିଲ ବଡ଼ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ 28 ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ। ୱିଲିୟମସନ୍ ମାତ୍ର 32 ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ 36 ବଲରେ 78 ରନର ଭାଗିଦାରୀ କରିଥିଲେ। ଫିଲିପ୍ସ (18)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ। ଏହା ପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପାଭିଲିୟନ୍ ପଠାଇଥିଲେ ହେଜଲଉଡ୍। ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା। ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ 172 ରନରେ ପହଞ୍ଚାଇଥିଲେ। ନିଶାମ 13 ଓ ସେଫର୍ଟ 8 ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ 4 ଓଭରରେ ମାତ୍ର 16 ରନ୍ ନେଇ 3ଟି ୱିକେଟ୍ ନେଇଥିଲେ। ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ 4 ଓଭରରେ 60 ରନ୍ ବ୍ୟୟ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+