ଟି-20 ବିଶ୍ୱକପ, ଫାଇନାଲ: ଟସ ହାରି ଅଡୁଆରେ ନ୍ୟୁଜିଲାଣ୍ଡ
ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ତାର ଓପନିଂ ବ୍ୟାଟର ଡାଇଲ ମିଚେଲଙ୍କୁ ହରାଇ ସାରିଛି । ଅନ୍ୟପଟେ ଖେଳର 10 ଓଭର ସମାପ୍ତ ହୋଇଥିବା ବେଳେ ଦଳୀୟ ଖାତାରେ ମାତ୍ର 57 ର ଯୋଡି ପାରିଛନ୍ତି କିୱି ବ୍ୟାଟର ।
ଦୁବାଇ: ୟୁଏଇରେ ଖେଳାଯାଉଥିବା ଟି-20 ବିଶ୍ୱକପ ଫାଇନାଲ ମ୍ୟାଚ୍ ଦୁବାଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲା କିୱି ଦଳ । କାରଣ ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ତେବେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ତାର ଓପନିଂ ବ୍ୟାଟର ଡାଇଲ ମିଚେଲଙ୍କୁ ହରାଇ ସାରିଛି । ଅନ୍ୟପଟେ ଖେଳର 10 ଓଭର ସମାପ୍ତ ହୋଇଥିବା ବେଳେ ଦଳୀୟ ଖାତାରେ ମାତ୍ର 57 ର ଯୋଡି ପାରିଛନ୍ତି କିୱି ବ୍ୟାଟର ।
ଉଲ୍ଲେଖଥାଉ କି, ନ୍ୟୁଜିଲାଣ୍ଡର ଦଳ ପ୍ରଥମ ଥର ପାଇଁ ଟି-20 ବିଶ୍ୱକପ ଫାଇନାଲରେ ପହଞ୍ଚି ଇତିହାସ ରଚି ଥିବାବେଳେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଥର ପାକିସ୍ତାନକୁ ପରାସ୍ତ କରି ଫାଇନାଲର ରାସ୍ତା ସ୍ଥିର କରିଛି। ଅଷ୍ଟ୍ରେଲିଆ ଦଳ ଏହା ପୂର୍ବରୁ 2010 ରେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଇଂଲଣ୍ଡ ଦଳ ସେମାନଙ୍କୁ ପରାସ୍ତ କରି ଟାଇଟଲ ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ବର୍ତ୍ତମାନ 2021 ରେ ପୁଣି ଥରେ ଅଷ୍ଟ୍ରେଲିଆ ନିଜର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ଟି-20 ବିଶ୍ୱକପର ଗୋଟିଏ ଟାଇଟଲ୍ ଜିତି ନାହାଁନ୍ତି, ତେଣୁ ପ୍ରଶଂସକମାନେ ଏଥର ଏକ ନୂତନ ଚାମ୍ପିଅନ୍ ପାଇବେ ।
- ନ୍ୟୁଜିଲାଣ୍ଡ ଏକାଦଶ: ମାର୍ଟିନ ଗପ୍ଟିଲ, ଡାରିଲ ମିଚେଲ, କେନ ୱିଲିୟମସନ (ଅଧିନାୟକ), ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ (ୱିକେଟକପିର), ଜେମ୍ସ ନିଶାମ, ମିଚେଲ ସାଣ୍ଟନର୍, ଆଦାମ ମିଲନେ, ଟିମ ସାଉଥୀ, ଇଶ ସୋଡି , ଟ୍ରେଣ୍ଟ ବୋଲ୍ଟ ।
- ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ ୱାର୍ନର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜଲେଉଡ।