Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପ, ଫାଇନାଲ: ଟସ ହାରି ଅଡୁଆରେ ନ୍ୟୁଜିଲାଣ୍ଡ

ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ତାର ଓପନିଂ ବ୍ୟାଟର ଡାଇଲ ମିଚେଲଙ୍କୁ ହରାଇ ସାରିଛି । ଅନ୍ୟପଟେ ଖେଳର 10 ଓଭର ସମାପ୍ତ ହୋଇଥିବା ବେଳେ ଦଳୀୟ ଖାତାରେ ମାତ୍ର 57 ର ଯୋଡି ପାରିଛନ୍ତି କିୱି ବ୍ୟାଟର ।

ଦୁବାଇ: ୟୁଏଇରେ ଖେଳାଯାଉଥିବା ଟି-20 ବିଶ୍ୱକପ ଫାଇନାଲ ମ୍ୟାଚ୍ ଦୁବାଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲା କିୱି ଦଳ । କାରଣ ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

T20 World Cup

ତେବେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ତାର ଓପନିଂ ବ୍ୟାଟର ଡାଇଲ ମିଚେଲଙ୍କୁ ହରାଇ ସାରିଛି । ଅନ୍ୟପଟେ ଖେଳର 10 ଓଭର ସମାପ୍ତ ହୋଇଥିବା ବେଳେ ଦଳୀୟ ଖାତାରେ ମାତ୍ର 57 ର ଯୋଡି ପାରିଛନ୍ତି କିୱି ବ୍ୟାଟର ।

ଉଲ୍ଲେଖଥାଉ କି, ନ୍ୟୁଜିଲାଣ୍ଡର ଦଳ ପ୍ରଥମ ଥର ପାଇଁ ଟି-20 ବିଶ୍ୱକପ ଫାଇନାଲରେ ପହଞ୍ଚି ଇତିହାସ ରଚି ଥିବାବେଳେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଥର ପାକିସ୍ତାନକୁ ପରାସ୍ତ କରି ଫାଇନାଲର ରାସ୍ତା ସ୍ଥିର କରିଛି। ଅଷ୍ଟ୍ରେଲିଆ ଦଳ ଏହା ପୂର୍ବରୁ 2010 ରେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଇଂଲଣ୍ଡ ଦଳ ସେମାନଙ୍କୁ ପରାସ୍ତ କରି ଟାଇଟଲ ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ବର୍ତ୍ତମାନ 2021 ରେ ପୁଣି ଥରେ ଅଷ୍ଟ୍ରେଲିଆ ନିଜର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ଟି-20 ବିଶ୍ୱକପର ଗୋଟିଏ ଟାଇଟଲ୍ ଜିତି ନାହାଁନ୍ତି, ତେଣୁ ପ୍ରଶଂସକମାନେ ଏଥର ଏକ ନୂତନ ଚାମ୍ପିଅନ୍ ପାଇବେ ।

  • ନ୍ୟୁଜିଲାଣ୍ଡ ଏକାଦଶ: ମାର୍ଟିନ ଗପ୍ଟିଲ, ଡାରିଲ ମିଚେଲ, କେନ ୱିଲିୟମସନ (ଅଧିନାୟକ), ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ (ୱିକେଟକପିର), ଜେମ୍ସ ନିଶାମ, ମିଚେଲ ସାଣ୍ଟନର୍, ଆଦାମ ମିଲନେ, ଟିମ ସାଉଥୀ, ଇଶ ସୋଡି , ଟ୍ରେଣ୍ଟ ବୋଲ୍ଟ ।
  • ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ ୱାର୍ନର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜଲେଉଡ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+