ଟି୨୦ ବିଶ୍ବକପ:ସମସ୍ତ ୨୦ ଟିମ୍ ଚୂଡ଼ାନ୍ତ, ନେପାଳ ଓ ଓମାନ ପରେ ୟୁଏଇକୁ ଟିକେଟ୍
ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ୨୦ ଦଳ ଚୂଡ଼ାନ୍ତ ହୋଇଛି । ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଅନ୍ତିମ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି । ଏହା ସହିତ ସମସ୍ତ ୨୦ ଦଳ ଫାଇନାଲ୍ ହୋଇଛି । ୟୁଏଇ ଶେଷ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି । ଓମାନରେ ଜାପାନକୁ ପରାସ୍ତ କରି ନିଜର ସ୍ଥାନ ପକ୍କା କରିଛି । ପୂର୍ବରୁ ଓମାନ ଏବଂ ନେପାଳ ସ୍ଥାନ ପାଇଥିବା ବେଳେ ଆଉ ଗୋଟିଏ ସ୍ଥାନ ରହିଥିଲା ।
ଜାପାନ-ୟୁଏଇ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ୟୁଏଇ ଏକତରଫା ଭାବରେ ମ୍ୟାଚ୍ ଜିତିଥିଲା । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ୟୁଏଇ । ପ୍ରଥମେ ବ୍ୟାଟିଂ କରି ଜାପାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୬ ରନ୍ କରିପାରିଥିଲା । ୧୧୭ ରନର ବିଜୟ ଲକ୍ଷ୍ୟ ପିଛା କରି ୟୁଏଇ ୧୨.୧ ଓଭରରେ ୨ ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଥିଲା ।

ଆସନ୍ତାବର୍ଷ ଭାରତ-ଶ୍ରୀଲଙ୍କା ମିଳିବ ଭାବେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ । ଫେବୃଆରୀ ୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ମାର୍ଚ୍ଚ ୮ରେ ଶେଷ ହେବ । ମୋଟ ୨୦ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଆୟୋଜକ ଦଳ ଭାବେ ଭାରତ ଓ ଶ୍ରୀଲଙ୍କା ସିଧାସଳଖ ଟିକେଟ୍ ପାଇଥିଲେ । ସେହିପରି ୨୦୨୪ ଟି-୨୦ ବିଶ୍ବକପର ଶ୍ରେଷ୍ଠ ପ୍ରଦର୍ଶନକାରୀ ୭ଟି ଦଳ ଯଥା ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ ଦଳ ବି ସିଧା ଯୋଗ୍ୟତା ଅର୍ଜନ କରିଥିଲେ ।
ପୁରୁଷ ଟି-୨୦ ଦଳ : ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏସ୍ଏ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, କାନାଡ଼ା, ଇଟାଲୀ, ନେଦରଲାଣ୍ଡ, ନାମ୍ବିବିଆ, ଜିମ୍ୱାୱେ, ନେପାଳ, ଓମାନ, ୟୁଏଇ ।












Click it and Unblock the Notifications