Get Updates
Get notified of breaking news, exclusive insights, and must-see stories!

T20 World Cup 2026; ଗୋଟିଏ ଗ୍ରୁପରେ ରହିବେନି ଭାରତ-ପାକିସ୍ତାନ !

୨୦୨୬ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବେ । ମୋଟ୍‌ ୨୦ଟି ଦଳ ୫୫ଟି ମ୍ୟାଚ୍‌ ଖେଳିବେ । ଆସନ୍ତା ଜୁଲାଇ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ଆଇସିସିର ବାର୍ଷିକ ବୈଠକ ବସିବ । ବୈଠକରେ ବିଶ୍ୱକପ୍‌ର ଗ୍ରୁପ୍‌ ଓ କ୍ରୀଡ଼ାସୂଚୀ ସଂପର୍କରେ ଆଲୋଚନା ହେବ । ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପ୍‌ରେ ନରଖିବା ପାଇଁ ବିସିସିଆଇ ଆପତ୍ତି କରିବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

ଦୀର୍ଘ ବର୍ଷ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆୟୋଜନ ବନ୍ଦ ରହିଛି । ତେଣୁ ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତି । ଟୁର୍ଣ୍ଣାମେଣ୍ଟକୁ ଅଧିକ ରୋମାଞ୍ଚକର କରିବା ନେଇ ଆଇସିସି ଭାରତ ଓ ପାକିସ୍ତାନକୁ ସର୍ବଦା ଗୋଟିଏ ଗ୍ରୁପ୍‌ରେ ରଖିଥାଏ । କିନ୍ତୁ ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ-ପାକିସ୍ତାନ ସୀମାନ୍ତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ବିସିସିଆଇ ପାକିସ୍ତାନ ସହ ଗୋଟିଏ ଗ୍ରୁପ୍‌ରେ ରହିବାକୁ ଚାହୁଁ ନାହିଁ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, 'ଆଗାମୀ ବୈଠକରେ ଏ ବିଷୟରେ ଆଲୋଚନା ହେବ । ଭାରତ-ପାକିସ୍ତାନ ଯେମିତି ଗୋଟିଏ ଗ୍ରୁପ୍‌ରେ ରହିବେ ନାହିଁ ସେ ବିଷୟରେ ଆମର ଦାବି ରହିବ ।' ହୁଏତ ଭାରତର ଏ ଦାବି ରହିପାରେ ।

T20 World Cup 2026 India-Pakistan

ଜୟ ଶାହ ଏବେ ଆଇସିସିର ଅଧ୍ୟକ୍ଷ ରହିଛନ୍ତି । ଗତ ଡିସେମ୍ବରରେ ସେ ଆଇସିସି ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ । ପ୍ରଥମ ଥର ଶାହ ଆଇସିସିର ବାର୍ଷିକ ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ଗତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସୁରକ୍ଷା କାରଣରୁ ପାକିସ୍ତାନ ଗସ୍ତ କରି ନଥିଲା । ଯାହାକୁ ନେଇ ପାକିସ୍ତାନ ସେତେବେଳେ ଦୃଢ଼ ବିରୋଧ କରିଥିଲା । ଶେଷରେ ଆଇସିସି ଉଭୟ ବୋର୍ଡକୁ ବୁଝାଇ ସମାଧାନର ସୂତ୍ର ବାହାର କରିଥିଲା । ୨୦୨୭ ପର୍ଯ୍ୟନ୍ତ ଦୁଇ ଦଳ ହାଇବ୍ରିଡ୍‌ ମଡେଲରେ ଖେଳିବେ । ଅର୍ଥାତ ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜନ କଲେ ପାକିସ୍ତାନ ଆସିବ ନାହିଁ ଏବଂ ପାକିସ୍ତାନ ଆୟୋଜନ କଲେ ଭାରତ ଯିବ ନାହିଁ । ଦୁହେଁ ନିରପେକ୍ଷ ଭେନ୍ୟୁରେ ଖେଳିବେ ।

ଗତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିଥିଲା ଏବଂ ଚାମ୍ପିଅନ ହୋଇଥିଲା । ଆଇସିସି ଟୁର୍ଣ୍ଣାମେଣ୍ଟର ୧୦୦ ଦିନ ପୂର୍ବରୁ କ୍ରୀଡ଼ାସୂଚୀ ଘୋଷଣା ହୋଇଥାଏ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆସନ୍ତା ବର୍ଷ ଫେବ୍ରୁଆରୀ ୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବ । ତେଣୁ ଆସନ୍ତା ନଭେମ୍ବର କିମ୍ବା ତା'ପୂର୍ବରୁ ବିଶ୍ୱକପ୍‌ ସୂଚୀ ଘୋଷଣା ହୋଇପାରେ । ଭାରତ ୨୦୨୪ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଚାମ୍ପିଅନ ହୋଇଥିଲା । ଆଶା ଏଥର ଘରୋଇ ମାଟିରେ ଦଳ ଟାଇଟଲ ବଜାୟ ରଖିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+