T20 World Cup Final: ବିରାଟଙ୍କ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା
ବିରାଟଙ୍କ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ରୋହିତ ଶର୍ମା । ବିଶ୍ୱକପ୍ ଫାଇନାଲରେ ଭାରତକୁ ବିଜୟୀ କରାଇବା ପରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।
ରୋହିତ କହିଛନ୍ତି ଯେ ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ, କିନ୍ତୁ ସେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ଦୂରେଇ ଯିବେ । ଭାରତର ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପରେ ରୋହିତ ବିରାଟ କୋହଲିଙ୍କ ସହ ମିଶି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି ।
ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଟ୍ରଫି ହାସଲ କରିଛି। ୨୦୦୭ରେ ଭାରତର ପ୍ରଥମ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲେ ଧୋନି ।

ଏହା ମୋର ଶେଷ (ଟି-୨୦) ମ୍ୟାଚ୍ ମଧ୍ୟ ଥିଲା। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ନାହିଁ । ମୁଁ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଉଛି । ଏହି ଫର୍ମାଟରେ ଖେଳି ମୁଁ ମୋର ଭାରତ କ୍ୟାରିୟର ଆରମ୍ଭ କରିଥିଲି। ଏହା ହିଁ ମୁଁ ଚାହୁଁଥିଲି, ମୁଁ କପ୍ ଜିତିବାକୁ ଚାହୁଁଥିଲି। ଯାହାକୁ ଶବ୍ଦରେ କହିବା ଅତ୍ୟନ୍ତ କଷ୍ଟକର । ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ମୋ ଜୀବନରେ ଏହି ଟାଇଟଲ ପାଇଁ ବହୁତ ବ୍ୟଗ୍ର ଥିଲି। ଶେଷରେ ସଫଳତା ହାତେଇଥିବାରୁ ଖୁସି ବୋଲି ରୋହିତ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
୩୭ ବର୍ଷୀୟ ରୋହିତ ୨୦୨୪ରେ ଆମେରିକା ଏବଂ କ୍ୟାରିବିଆନରେ ଅନୁଷ୍ଠିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଥିଲେ।
ଟିମ୍ ଇଣ୍ଡିଆର ଶ୍ରେଷ୍ଟ୍ ବ୍ୟାଟର ବିରାଟ କୋହଲି ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବାର୍ବାଡୋସରେ ଚାଲିଥିବା ଟି-୨୦ ବିଶ୍ୱକପର ମ୍ୟାଚ ପରେ ସେ ଅବସର ବାବଦରେ ଘୋଷଣା କରିଛନ୍ତି।
ଏହା ତାଙ୍କର ଶେଷ ଟି-୨୦ ବିଶ୍ୱକପ୍ ଥିଲା। ଏହା ହିଁ ଆମେ ହାସଲ କରିବାକୁ ଚାହୁଁଥିଲୁ ବୋଲି କହିଛନ୍ତି।
ନିଜ ତଥା ଦଳର ସଫଳତା ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଅବସର ପୂର୍ବରୁ ଏହିପରି ଏକ ବିଜୟକୁ ସେ ଅପେକ୍ଷା କରିଥିଲେ ବୋଲି କହିଛନ୍ତି। ତେଣୁ ବିଜୟ ପରେ ଭାରତ ପକ୍ଷରୁ ଏହା ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଥିଲା ବୋଲି କହିଛନ୍ତି । ତେବେ ଦଳ ହାରିଥିଲେ ମଧ୍ୟ ସେ ଅବସର ଘୋଷଣା କରିଥାନ୍ତେ। କିନ୍ତୁ ବିଜୟ ହୋଇଥିବାରୁ ସେ ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ଟି-୨୦ ମ୍ୟାଚକୁ ଆଗକୁ ନେବାର ସମୟ ଆସିଛି। ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ଅପେକ୍ଷା କରିଥିବା ଆମ ପାଇଁ ଦୀର୍ଘ ସମୟ ବିତିଗଲାଣି ବୋଲି କହିଛନ୍ତି। ରୋହିତ ୯ଟି ଟି-୨୦ ବିଶ୍ୱକପ୍ ଖେଳିଛନ୍ତି ଏବଂ ସେ ଷଷ୍ଠ ବିଶ୍ୱକପ ବୋଲି କହିଛନ୍ତି।












Click it and Unblock the Notifications