T20 World Cup 2024: କେବେ ସ୍ବଦେଶରେ ପହଞ୍ଚିବ ଟିମ୍ ଇଣ୍ଡିଆ ? ଫସିଛି ଭାରତୀୟ ଦଳ
ଭାରତୀୟ କ୍ରିକେଟ ଟିମ୍ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯ ଶନିବାର ଦିନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ହେଲେ ସାମୁଦ୍ରିକ ଝଡ଼ ପାଇଁ ଓ୍ବେଷ୍ଟଇଣ୍ଡିଜରେ ଫସିଛନ୍ତି ଭାରତୀୟ ଦଳ ।
ତେବେ ଆଜି ବାରବାଡୋସ୍ ଛାଡ଼ିବ ଟି-୨୦ ବିଶ୍ବ ବିଜେତା ଟିମ୍ ଇଣ୍ଡିଆ । ଏବେ ସ୍ଥିତି ସାମାନ୍ୟ ହୋଇଥିବା ବେଳେ ଖୁବ୍ ଶୀଘ୍ର ବାରବାଡୋସ ଛାଡ଼ିବେ ଖେଳାଳି ଓ ଟିମ୍ ସପୋର୍ଟ ଷ୍ଟାଫ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରିପୋର୍ଟ ଅନୁଯାୟୀ, ସମସ୍ତ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ଯେଉଁଥିରେ କୁହାଯାଇଛି ଯେ ଚାମ୍ପିୟନ ଟିମ ଇଣ୍ଡିଆ ବାର୍ବାଡୋସରୁ ଭାରତରେ ପହଞ୍ଚିବେ।
ସ୍ଥାନୀୟ ସମୟ ୬ଟାରେ ଭାରତୀୟ ଟିମ୍ ଓ୍ବେଷ୍ଟଇଣ୍ଡିଜ୍ ଛାଡ଼ିବ । ଭାରତୀୟ ସମାନୁସାରେ ବୁଧବାର ଭୋର୍ ସାଢ଼େ ୩ଟାରେ ଏହା ହେବ । ଏହାର ପ୍ରାୟ ୧୬ ଘଣ୍ଟା ପରେ ଅର୍ଥାତ୍ ବୁଧବାର ସଂଧ୍ୟା ୭ଟା ୪୫ରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ ଟିମ୍ । ଭାରତୀୟ ଦଳ ପାଇଁ ବିସିସିଆଇ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଛି ।

ଜୁନ୍ ୨୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ବକପ ଫାଇନାଲ୍ ମୁକାବିଲା ହୋଇଥିଲା । ଟିମ୍ ଇଣ୍ଡିଆ ଅନ୍ତିମ ଓଭରରେ ସାଉଥ୍ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ହାତେଇଛି । ୧୭ ବର୍ଷରେ ପୁଣି ଥରେ ବିଶ୍ବ ବିଜେତା ହୋଇଛି ।
ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଭାରତୀୟ ଦଳ ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପୁରାସ୍କାର ରାଶି ଅଜାଡ଼ି ଦେଇଛି । ସମ୍ପୂର୍ଣ୍ଣ ଦଳକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରକାଶ କରିଛନ୍ତି ।
ବିଶ୍ବକପ୍ ସାରା ଭାରତୀୟ ଖେଳାଳି ଦକ୍ଷତା, ପ୍ରତିଭା, ସଙ୍କଳ୍ପ ଓ ଖେଳଭାବନା ଦେଖାଇ ଏହି ଉଲ୍ଲେଖନୀୟ ବିଜୟ ପାଇଥିବାରୁ ସାହା ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର ରାତିରେ ବାର୍ବାଡସ୍ର କେନସିଙ୍ଗଟନ୍ ଓଭାଲରେ ଭାରତୀୟ ଦଳ ରୋମାଞ୍ଚକ ଭାବେ ୭ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।
ରୋହିତ ଶର୍ମାଙ୍କ ନେତୃତ୍ବକୁ ମଧ୍ୟ ଜୟ ଶାହ ଉଚ୍ଚ ପ୍ରଶଂସା କରିଥିଲେ। ସମାଲୋଚକଙ୍କ ମୁହଁକୁ ସେମାନେ ବନ୍ଦ କରି ଦେଇଛନ୍ତି। ରାହୁଲ ଦ୍ରାବିଡ଼ଙ୍କ ଦିଗ୍ଦର୍ଶନରେ ରୋହିତ ସେନାଙ୍କ ଯାତ୍ରା କୌଣସି ପ୍ରେରଣାଦାୟୀ କାହାଣୀଠାରୁ ଭିନ୍ନ ନୁହେଁ। ଏବେ ଏମାନେ ମହାନ ଖେଳାଳିଙ୍କ ମଧ୍ୟରେ ଗଣାଯିବେ।












Click it and Unblock the Notifications