Get Updates
Get notified of breaking news, exclusive insights, and must-see stories!

ଟି୨୦ ବିଶ୍ୱକପ୍ ୨୦୨୪: ବ୍ରିଟିଶ ବିପକ୍ଷରେ କଣ ଥିଲା ମାଷ୍ଟରପ୍ଲାନ ? ବଡ଼ ଖୁଲାସା କଲେ କ୍ୟାପଟେନ ରୋହିତ

ଟି-୨୦ ବିଶ୍ୱକପ୍ ୨୦୨୪: ଫଟାଫଟ କ୍ରିକେଟ୍ ଟି୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ କ୍ରମାଗତ ସାତୋଟି ମ୍ୟାଚ୍ ଜିତି ଟି -୨୦ ବିଶ୍ୱକପ ୨୦୨୪ ଫାଇନାଲରେ ପ୍ରବେଶ କରିଛି । ଏହା ପରେ ଦଳ ଜୁନ ୨୯ ରେ ଟାଇଟଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଗତକାଲି ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତର ସ୍ପିନରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗୁୟାନା ରେ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କୁ ପ୍ରଶଂସା କରିଛନ୍ତି ଏବଂ ବ୍ରିଟିଶ ଦଳ ବିପକ୍ଷରେ କଣ ଥିଲା ଭାରତର ମାଷ୍ଟରପ୍ଲାନ ସେ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି ।

Rohit Sharma

ବାଜି ପଲଟେଇ ଦେଲେ ଅକ୍ଷର

ଜୋସ୍ ବଟଲର୍ ତୃତୀୟ ଓଭରରେ ଅର୍ଶଦୀପ ସିଂଙ୍କ ତିନୋଟି ବଲରେ ତିନୋଟି ଚୌକା ମାରିଥିଲେ, ଏହା ପରେ ଅକ୍ଷର ପଟେଲ ମ୍ୟାଚରେ ନିଜର ପ୍ରଥମ ବଲରେ ମ୍ୟାଚର ଗତି ବଦଳାଇ ଦେଇଥିଲେ ।

ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିଲେ କଣ୍ଟା

ଅକ୍ଷର ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲରଙ୍କୁ ଆଉଟ୍ କରି ବଲ୍କୁ ସ୍ପିନ୍ କରିବାକୁ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡ ଅଧିନାୟକ ଓଲଟା ସୁଇପ୍ ରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ସେ ସିଧା ଷ୍ଟମ୍ପ ପଛରେ ଋଷଭ ପନ୍ତଙ୍କ ହାତକୁ ଦେଇଦେଇଥଇଲେ । ଅକ୍ଷର ବ୍ୟାଟ୍ସମ୍ୟାନଙ୍କ ଚିନ୍ତା ବଢାଇଥିବା ବେଳେ କୁଲଦୀପ ମଧ୍ୟ ଏଥିରେ ବେଶ୍ ସାଥ୍ ଦେଇଥିଲେ ।

ଏଭଳି ଥିଲ ମାଷ୍ଟର ପ୍ଲାନ୍

ଗତକାଲି ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ଦଳ ୨୦୨୨ର ପ୍ରତିଶୋଧ ନେବା ସହ ୨୦୨୪ ଫାଇନାଲକୁ ପ୍ରବେଶ କରିଛି । ଇଂଲଣ୍ଡକୁ ପରାସ୍ତ କରିବାକୁ ଭାରତୀୟ ଦଳର ପ୍ଲାନ୍ କଣ ଥିଲା ସେ ନେଇ ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନାରେ ଖୁଲାସା କରିଛନ୍ତି ରୋହିତ ।

'ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ସନ୍ତୋଷଜନକ । ଆମେ ସମସ୍ତେ ମିଶି ଏକ ୟୁନିଟ୍ ଭାବରେ କଠିନ ପରିଶ୍ରମ କରିଥିଲୁ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଜିତିବା ସମସ୍ତଙ୍କର ବଡ଼ ପ୍ରୟାସ ଥିଲା । ଆମେ ନିଜକୁ ପରିସ୍ଥିତି ସହିତ ଅନୁକୂଳ କରିଥିଲୁ । କେତେକ ଚ୍ୟାଲେଞ୍ଜିଂ ପରିସ୍ଥିତି ସହ ଆମକୁ ଖାପ ଖୁଆଇବାକୁ ପଡିଲା ଏବଂ ଏହି ମ୍ୟାଚ୍ ଆମର ସଫଳତାର କାହାଣୀ ।

ରୋହିତ କହିଛନ୍ତି, ଆମେ ଏହି ମ୍ୟାଚ୍ କିପରି ଜିତିଲୁ ତାହା ଦେଖି ବହୁତ ଖୁସି ଲାଗିଲା । ଏକ ସମୟରେ, ଆମେ 140-150 ସ୍କୋରରେ ଥିଲୁ ଏବଂ ଖେଳ ଆଗକୁ ବଢିବା ସହ କିଛି ରନ୍ ସ୍କୋର କରିଥିଲୁ । ମୁଁ ମୋ ମନରେ ଲକ୍ଷ୍ୟ ସ୍ଥିର କରିପାରିବି, କିନ୍ତୁ ମୁଁ ଏହା ବିଷୟରେ କାହାକୁ କହିବାକୁ ଚାହେଁ ନାହିଁ, କାରଣ ... ସେମାନେ ସମସ୍ତେ ଭଲ ଖେଳାଳି ଏବଂ ମୁଁ ଚାହେଁ ଯେ ସେମାନେ ପଡ଼ିଆକୁ ଯାଆନ୍ତୁ ଏବଂ ମୋ ଲକ୍ଷ୍ୟ ବିଷୟରେ ଚିନ୍ତା କରନ୍ତୁ । ସେମାନେ ନିଜ ହିସାବରେ ଖେଳି ଭଲ ସ୍କୋର କରନ୍ତୁ ।

ଅଧିନାୟକ ଆହୁରି କହିଛନ୍ତି, 'ଆମେ ଭଲ ବ୍ୟାଟିଂ କରିଥିଲୁ, ପରିସ୍ଥିତିକୁ ଭଲ ଭାବରେ ବୁଝିଥିଲୁ, ଆମେ ଭଲ ସ୍କୋର କରିବୁ ଏବଂ ତାହା ହିଁ ହୋଇଥିଲା । ଆମେ ୧୭୦ ରେ ପହଞ୍ଚିଲୁ, ଯାହା ମୁଁ ଭାବିଥିଲି ସେହି ପିଚରେ ବହୁତ ଭଲ ସ୍କୋର । ତା'ପରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+