T20 World Cup 2024: ଫାଇନାଲରେ ଭାଙ୍ଗିବ ବିରାଟଙ୍କ ରେକର୍ଡ, ଇତିହାସ ରଚିବାକୁ ପ୍ରସ୍ତୁତ ରୋହିତ
T20 World Cup 2024: ଟି୨୦ ବିଶ୍ୱକପ୍ ଟାଇଟଲ୍ ମ୍ୟାଚ୍ ଆଜି ଖେଳାଯାଉଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ହେଉଛନ୍ତି ମୁହାଁମୁହିଁ । ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ରାତି ୮ଟା ରେ ଆରମ୍ଭ ହେବ ମ୍ୟାଚ୍ ।
ଅଧିନାୟକ ଭାବରେ ବିଶ୍ୱକପ ଜିତିବାର ସ୍ୱପ୍ନକୁ ସାକାର କରିବା ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର ଗୋଟିଏ ବିଜୟ ଦୂରରେ । ଏହା ସହିତ 'ହିଟମ୍ୟାନ୍' ମଧ୍ୟ ଅନ୍ୟ ଏକ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ।
ତେବେ ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ମୁଖ୍ୟ କାରଣ ହେଉଛି ବିରାଟ କୋହଲିଙ୍କ ଫର୍ମ । ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ପୂର୍ବରୁ କୋହଲି ସାତୋଟି ଇନିଂସରେ 100 ରନ୍ ପାର୍ କରିବାରେ ବିଫଲ ହୋଇଛନ୍ତି । ଟି୨୦ ବିଶ୍ୱକପ ୨୦୨୪ ରେ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି 37 ରନ୍, ଯାହା ତାଙ୍କ ପାଇଁ ସାଧାରଣ ଅପେକ୍ଷା କମ୍ ଅଟେ ।

ତେବେ ଟି୨୦ ବିଶ୍ୱକପ ୨୦୨୪ ପୂର୍ବରୁ କୋହଲିଙ୍କ ରେକର୍ଡ ଅନେକ କିଛି କହିଥାଏ । ଆମେରିକା ଏବଂ କାରିବିଆନ୍ ଦେଶରେ ଖରାପ ପ୍ରଦର୍ଶନ ସତ୍ତ୍ୱେ କୋହଲି ଟି୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର ।
କୋହଲିଙ୍କ ରେକର୍ଡରୁ ୫ରନ୍ ଦୂରରେ ରୋହିତ
ଆଇସିସି ପୁରୁଷ ଟି୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ମଧ୍ୟରେ ଶୀର୍ଷରେ ଅଛନ୍ତି ବିରାଟ କୋହଲି । ୨୦୧୨ ପରଠାରୁ ଟି୨୦ ବିଶ୍ୱକପରେ ୩୪ ଟି ମ୍ୟାଚର ୨୩ ଇନିଂସରେ କୋହଲି ୧୨୧୬ ରନ୍ ସଂଗ୍ରହ କରିଛନ୍ତି । କୋହଲିଙ୍କ ସର୍ବାଧିକ ସ୍କୋର ୮୯ * ରନ୍ । ଏହା ବ୍ୟତୀତ ରୋହିତ ଶର୍ମା ୨୦୦୭ ମସିହାରୁ ୪୬ ଟି ମ୍ୟାଚ୍ ର ୪୩ ଇନିଂସରେ ୧୨୧୧ ରନ୍ ସଂଗ୍ରହ କରିଛନ୍ତି । ରୋହିତଙ୍କ ସର୍ବାଧିକ ସ୍କୋର ହେଉଛି ୯୨ ରନ୍ ।
ଭାଙ୍ଗିବ ବିରାଟଙ୍କ ରେକର୍ଡ
ଟି୨୦ ବିଶ୍ୱକପ ୨୦୨୪ ରେ, ରୋହିତ ଶର୍ମା ଏପର୍ଯ୍ୟନ୍ତ ୭ ଟି ମ୍ୟାଚରେ ୪୧.୩୩ ରନ୍ ସହ ୨୪୮ ରନ୍ ସ୍କୋର କରିଛନ୍ତି । ଯଦି ଦକ୍ଷଇଣ ଆଫ୍ରିକା ବିପକ୍ଷରେ ୭୨ ରନ୍ କରିବେ, ତେବେ ଟି୨୦ ବିଶ୍ୱକପରେ ସବ୍ବାଧିକ ରନ୍ କରିଥିବା ଖେଳାଳି ହୋଇଯିବେ । ଏପରିକି ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇଦେବେ ।
ସର୍ବାଧିକ ରନ୍ ସ୍କୋରର ହେବେ ରୋହିତ ଶର୍ମା
ବାଂଲାଦେଶରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୧୪ ରେ ବିରାଟ ୩୧୯ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ସେ ଟି୨୦ ବିଶ୍ୱକପ ୨୦୨୨ ରେ ୨୯୬ ରନ୍ ସ୍କୋର କରିଥିଲେ । ଯଦି ରୋହିତ ଶର୍ମା ୪୪ ରନ୍ ସ୍କୋର କରନ୍ତି, ତେବେ ସେ ଟି୨୦ ବିଶ୍ୱକପ ୨୦୨୪ ରେ ସର୍ବାଧିକ ରନ୍ ସ୍କୋରର୍ ହେବେ ।












Click it and Unblock the Notifications