T 20 World Cup 2024: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ, କାନାଡାକୁ ୭ ୱିକେଟରେ ହରାଇଲା
ଟି ୨୦ ବିଶ୍ବକପ ୨୦୨୪ ଉଦଘାଟନ ହୋଇଛି । ଏହି ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା । ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ ସପକ୍ଷରେ ଯାଇଥିଲା।
ଆରୋନ ଜୋନ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ କାନାଡ଼ା ଦେଇଥିବା ଟାର୍ଗେଟକୁ ଆମେରିକା ହାସଲ କରି ନେଇଥିଲା। ଜୋନ୍ସ ୪ ଟି ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ ୯୪ ଞ୍ଚ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଆଣ୍ଡ୍ରିସ୍ ଗୁସ୍ ୪୬ ବଲରେ ୬୫ ରନ୍ ସଂଗ୍ରହ କରି ୭ ଚୌକ ଓ ୩ ଛକା ମାରିଥିଲେ। ତୃତୀୟ ୱିକେଟ୍ ପାଇଁ ଉଭୟ ୧୩୧ ରନ୍ (୫୮ ବଲ୍) ର ଏକ ଉତ୍କୃଷ୍ଟ ଭାଗିଦାରୀ କରିଥିଲେ।

କାନାଡାର ଡାଲାସର ଗ୍ରାଣ୍ଡ ପ୍ରିରି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ କାନାଡ଼ା ୫ ୱିକେଟ୍ ପାଇଁ ୧୯୪ ରନ୍ ସଂଗ୍ରହ କରିଥିଲା। ନବନେଟ ଧାଲିୱାଲ ଦଳ ପାଇଁ ସବୁଠୁ ବଡ଼ ଇନିଂସ ଖେଳି ୬ ଟି ଚୌକା ଓ ୩ ଛକା ସହାୟତାରେ ୪୪ ବଲରେ ୬୧ ରନ ସ୍କୋର କରିଥିଲେ। ତା'ପରେ ଆମେରିକା ଟାର୍ଗେଟକୁ ପିଛା କରି ୧୭.୪ ଓଭରରେ ବିଜୟ ହାସଲ କରିଥିଲା। ଆମେରିକୀୟ ବ୍ୟାଟରଙ୍କ ସାମ୍ନାରେ କାନାଡିୟ ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ।
ସୂଚନାଯୋଗ୍ୟ, ଆରମ୍ଭ ହୋଇଥିବା ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୯ଜୁନ୍ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ବର୍ଷ ୨୦ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୫୫ ମ୍ୟାଚ୍ ଖେଳାଯିବ। ୯ଟି ଗ୍ରାଉଣ୍ଡରେ ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସେଥିମଧ୍ୟରୁ୬ଟି ୱେଷ୍ଟଇଣ୍ଡିଜ୍ ଏବଂ ୩ଟି ଆମେରିକାରେ ଅଛି। ୱେଷ୍ଟଇଣ୍ଡିଜରେ ଆଣ୍ଟିଗୁଆ ଏବଂ ବାରବୁଦା, ବାରବାଡୋସ୍, ଗୁଇନା, ସେଣ୍ଟ ଲୁସିଆ, ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ଏବଂ ତ୍ରିନିଦାଦ ଓ ଟୋବାଗୋରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ଫ୍ଲୋରିଡା, ନ୍ୟୁୟର୍କ ଏବଂ ଆମେରିକାର ଟେକ୍ସାସରେ ମ୍ୟାଚ୍ ଖେଳାଯିବ।












Click it and Unblock the Notifications