ଆଜି ବିଗ୍ ଫାଇଟ୍: ଏହି ୫ ଖେଳାଳିଙ୍କ ଉପରେ ରହିଛି ବିଶ୍ୱର ନଜର

T20 World Cup 2024: ଆଜି ବିଗ୍ ଫାଇଟ୍ , ବିଶ୍ୱକପ ଟାଇଟଲ୍ ପାଇଁ ମୈଦାନରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ । ଏହି ମ୍ୟାଚ୍ ଉପରେ ବିଶ୍ୱର ନଜର, ବେଶ ରୋମାଞ୍ଚ ରହିବ ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍ । ଏହି ସିରିଜରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ ।

ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ସେହିପରି ଭାରତୀୟ ଦଳ ମଧ୍ୟ ଇଂଲଣ୍ଡକୁ ଚମତ୍କାର ଭାବେ ପରାସ୍ତ କରି ଫାଇନାଲରେ ସ୍ଥାନ ପାଇଛି। 2014 ପରେ ଭାରତୀୟ ଦଳ ତୃତୀୟ ଥର ପାଇଁ ଟି -20 ବିଶ୍ୱକପର ଫାଇନାଲ ଖେଳିବା ପାଇଁ ଯାଉଛି । ତେଣୁ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ କୌଣସି ବିଶ୍ୱକପ୍ ର ଅନ୍ତିମ ମ୍ୟାଚ୍ ଖେଳିବ । ବିଶ୍ୱକପ୍‌ରେ ଉଭୟ ଦଳ ଭଲ ଫର୍ମରେ କରି ଆସିଛି । ହେଲେ ଆଜି ପୁରା ବିଶ୍ୱର ନଜର ରହିଛି ୫ଟି ଖେଳାଳିଙ୍କ ଉପରେ । ଯିଏ ନିଜ ଅନ୍ଦାଜରେ କୌଣସି ମୂହୁର୍ତ୍ତରେ ମଧ୍ୟ ମ୍ୟାଚର ନଜାର ବଦଳା ଦେଇପାରନ୍ତି ।

T20 World Cup 2024

ରୋହିତ ଶର୍ମା

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି -20 ବିଶ୍ୱକପ ଇତିହାସରେ ଦ୍ୱିତୀୟ ଏପରି ଜଣେ ଖେଳାଳି ଯିଏ ଏପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସମସ୍ତ ଟି -20 ବିଶ୍ୱକପ୍‌ରେ ଖେଳିଛନ୍ତି । ଗତ ବର୍ଷ ନଭେମ୍ବର 19 ରେ ଭାରତୀୟ ଦଳ ବିଶ୍ୱକପ 2023 ର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆଠୁ ହାଇଯାଇଥିଲା ।

ରୋହିତ ଶର୍ମା ସେହି ପରାଜୟର ଏପର୍ଯ୍ୟନ୍ତ ଭୁଲି ନଥିବେ । ଭାରତ ମ୍ୟାଚ୍ ହାରିବା ସତ୍ୱେ ବେଶ ପ୍ରଶଂସା ସାଉଁଟିଥିଲା ଖାସ କରି ଲାଇମଲାଇଟରେ ରହିଥିଲେ କ୍ୟାପଟେନ । ଭାରତୀୟ ଅଧିନାୟକ ରୋହିତ ଶର୍ମା କେବଳ ଏହି ବିଶ୍ୱକପରେ ଅଧିନାୟକ ନୁହଁନ୍ତି ସେ ନିଜ ସ୍କୋର ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଶେଷ 2ଟି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମାଙ୍କ ଦମଦାର ଅର୍ଧଶତକୁ ବେଶ୍ ପ୍ରଶଂସା କରାଯାଇଥିଲା ।

ରୋହିତ ଶର୍ମା ଏହି ବିଶ୍ୱକପ୍‌ର ସାତ ଇନିଂସରେ 248 ରନ୍ ସଂଗ୍ରହ କରିଥିବାବେଳେ ହାରାହାରି 41.33 ବ୍ୟାଟିଂ ଏବଂ ଷ୍ଟ୍ରାଇକ୍ ହାର 155.97 ରହିଛି। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିବାରେ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ଫାଇନାଲ ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମାଙ୍କ ବ୍ୟାଟିଂ ଉପରେ ସମଗ୍ର ବିଶ୍ୱର ନଜର ରହିବ। ଯଦି ରୋହିତ ଶର୍ମା ଭଲ ଆରମ୍ଭ କରନ୍ତି। ତେବେ ଆଜି ଦକ୍ଷିଣ ଆଫ୍ରିକାର କଡା ଟକ୍କର ଦେଇପାରେ ଭାରତ ।

ଜସପ୍ରୀତ ବୁମ୍ରା

ବର୍ତ୍ତମାନ ଦୁନିଆର ନମ୍ବର ୱାନ ବୋଲର ଅଟନ୍ତି ଜସପ୍ରୀତ ବୁମ୍ରା । ପ୍ରତ୍ୟେକ ମ୍ୟାଚରେ ସେ ରହିଥାନ୍ତି ଲାଇମଲାଇଟରେ । ଏହି ବିଶ୍ୱକପରେ ଜସପ୍ରୀତ ବୁମ୍ରା ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ଯେତେବେଳେ ଅଧିନାୟକ ରୋହିତ ଶର୍ମା ଗୋଟିଏ ୱିକେଟ୍ ଆବଶ୍ୟକ କରନ୍ତି, ସେତେବେଳେ ସେ ବୁମ୍ରାଙ୍କୁ ବଲ ଦେଇଥାନ୍ତି ।

ଟି -20 ବିଶ୍ୱକପ 2024'ର ଟପ୍ ୱିକେଟ୍ ଟେକର ଲିଷ୍ଟର ଟପ୍ ୫ରେ ବୁମରାଙ୍କ ନାଁ ରହିଛି । ସେ ସାତୋଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ 13ଟି ୱିକେଟ୍ ନେଇଛନ୍ତି । ଯଦି ଟିମ୍ ଇଣ୍ଡିଆ ଫାଇନାଲ୍ ଜିତିବାକୁ ଚାହୁଁଛି, ତେବେ ଜସପ୍ରୀତ ବୁମ୍ରାଙ୍କୁ ଆଜି ନିଜ ବୋଲିଂର ଜାଦୁ ଦେଖାଇବା ପାଇଁ ପଡିବ । ଆଜି ସାରା ଭାରତୀୟଙ୍କ ଆଶା ବୁମରାଙ୍କ ଉପରେ ରହିଛି ।

କୁଲଦୀପ ଯାଦବ

ଏହି ବିଶ୍ୱକପରେ ଭାରତୀୟ ଦଳର ଟ୍ରମ୍ପ କାର୍ଡ କୁଲଦୀପ ଯାଦବଙ୍କୁ କୁହାଯାଉଛି । ଏପର୍ଯ୍ୟନ୍ତ ସେ ଚାରିଟି ମ୍ୟାଚ ଖେଳିଛନ୍ତି କମ୍ ରନ ଦେବା ସହ ସେ 10ଟି ୱିକେଟ୍ ନେଇଛନ୍ତି। ସେମିଫାଇନାଲ ମ୍ୟାଚରେ ମଧ୍ୟ ଇଂଲଣ୍ଡ ଟିମକୁ କଡା ଟକ୍କର ଦେଇଥିଲେ । ଫାଇନାଲ ମ୍ୟାଚରେ କୁଲଦୀପ ଯାଦବଙ୍କ ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ।

କ୍ୱିଣ୍ଟନ୍ ଡି କକ୍

ଏହି ବିଶ୍ୱକପ୍‌ରେ କ୍ୱିଣ୍ଟନ୍ ଡି କକ୍ ସାଉଥ୍ ଅଫ୍ରିକା ପକ୍ଷରୁ ସର୍ବାଧିକ ରନ୍ ସ୍କୋର କରିଛନ୍ତି । ଡେଭିଡ ମିଲରଙ୍କ ପରେ କ୍ୱିଣ୍ଟନ ଡି କକ୍ ଦକ୍ଷିଣ ଆଫ୍ରିକା ଦଳର ସେ ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ଉଭୟ ସ୍ପିନ୍ ବୋଲ ଭଲ ଭାବେ ଖେଳନ୍ତି । ଏପର୍ଯ୍ୟନ୍ତ ସେ ବିଶ୍ୱକପ୍‌ର ଆଠଟି ମ୍ୟାଚ୍‌ରେ ହାରାହାରି 25.50 ଏବଂ ଷ୍ଟ୍ରାଇକ୍ ହାର 143.66 ରେ 204 ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ତାଙ୍କ ହାତରେ ଆଜି ଦକ୍ଷିଣ ଆଫ୍ରିକା ଭାଗ୍ୟ ରହିଛି ବୋଲି କୁହାଯାଉଛି ।

ଏନ୍ରିକ୍ ନୋର୍କିଆ

ସେମିଫାଇନାଲ ମ୍ୟାଚରେ ଏନ୍ରିକ୍ ନୋର୍କିଆ ଦୁଇଟି ୱିକେଟ୍ ନେଇଥିଲେ । ଏହି ସିରିଜରେ ସେ 8 ଟି ମ୍ୟାଚରେ 13 ୱିକେଟ୍ ନେଇଛନ୍ତି । ଏନ୍ରିକ୍ ନୋର୍କିଆଙ୍କ ବୋଲିଂ ଆଜି ଭାରତକୁ ବିପଦରେ ପକାଇପାରେ । ଆଜି ସାରା ବିଶ୍ୱର ନଜର ରହିଛି ଏନ୍ରିକ୍ ନୋର୍କିଆଙ୍କ ଉପରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+