ଟି-୨୦ ବିଶ୍ଵକପ: ବାର୍ବାଡୋସରେ ଘୂର୍ଣ୍ଣିଝଡ ‘ବେରିଲ'ରେ ଫସିଛି ଟିମ୍ ଇଣ୍ଡିଆ; ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ
ଫସିଲା ଟିମ୍ ଇଣ୍ଡିଆ । ବିଶ୍ଵ ବିଜେତା ହେବା ପରେ ୱେଷ୍ଟଇଣ୍ଡିଜରେ ଫସିଲା ଟିମ୍ ଭାରତୀୟ କ୍ରିକେଟ ଟିମ୍। ସାଇକ୍ଲୋନ ବେରୟଲ କାରଣରୁ ଟିମ ଇଣ୍ଡିଆ ଖେଳାଳିଙ୍କ ଭାରତ ଫେରିବାରେ ବିଳମ୍ବ ହୋଇପାରେ । ଭାରତୀୟ ଦଳ ସୋମବାର ବାରବାଡୋସରୁ ବିଦାୟ ନେବାକୁ ଥିଲା, କିନ୍ତୁ ବର୍ତ୍ତମାନ ସାଇକ୍ଲୋନ ବେରୟଲ ରାସ୍ତା ଅବରୋଧ କରିଛି ।
ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବାର୍ବାଡୋସରୁ ବାହାରକୁ ବାହାରିବା ପାଇଁ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି । ପାଗ ଠିକ୍ ରହିଲେ ସ୍ୱତନ୍ତ୍ର ବିମାନ ସିଧାସଳଖ ଦିଲ୍ଲୀ ପାଇଁ ଉଡାଣ ଭରିପାରେ ।
ଦକ୍ଷିଣ-ପୂର୍ବ କ୍ୟାରିବିଆନ୍ ଆଡ଼କୁ ଆସୁଥିବା 'ବେରିଲ' ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ବାର୍ବାଡୋସ୍, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ମିଆମିର ନ୍ୟାସନାଲ ହରିକେନ୍ ସେଂଟର ପରିସ୍ଥିତିର ଗମ୍ଭୀରତା ଉପରେ କହିଛି ଯେ 'ବେରିଲ୍' ଜୀବନ ପ୍ରତି ବିପଦପୂର୍ଣ୍ଣ ପବନ ଏବଂ ଝଡ଼ ତୋଫାନ ଆଣିବାର ପୂର୍ବାନୁମାନ କରିଛି । ଏହା ଏକ ଅତ୍ୟନ୍ତ ବିପଜ୍ଜନକ ବାତ୍ୟା ।

ଭାରତୀୟ ଖେଳାଳିମାନେ ସୋମବାର ବାରବାଡୋସ ଛାଡି ପାରିବେ ବୋଲି ବହୁତ କମ ସମ୍ଭାବନା ଅଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତୀୟ ଦଳର ଖେଳାଳିମାନେ ସୋମବାର ନ୍ୟୁୟର୍କ ଯିବାକୁ ଯାଉଥିଲେ। ନ୍ୟୁୟର୍କର ଭାରତୀୟ ଖେଳାଳିଙ୍କୁ ସଂଯୁକ୍ତ ବିମାନ ଯୋଗେ ଦୁବାଇ ଯିବାକୁ ପଡିବ, କିନ୍ତୁ ବର୍ତ୍ତମାନ ସାଇକ୍ଲୋନ ବେରୟଲ କାରଣରୁ ଏହା ପ୍ରାୟ ଅସମ୍ଭବ ବୋଲି ବିବେଚନା କରାଯାଉଛି ।
ଭାରତୀୟ ଦଳ ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ଜିତିଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ବାରବାଡୋସରେ ଖେଳାଯାଇଥିଲା। ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଶୁକ୍ରବାର ବାରବାଡୋରେ ପହଞ୍ଚିଥିଲେ, କିନ୍ତୁ ଏବେ ବଡ଼ ଅପଡେଟ ସାମ୍ନାକୁ ଆସୁଛ।












Click it and Unblock the Notifications