Get Updates
Get notified of breaking news, exclusive insights, and must-see stories!

T20 World Cup: ଆଜି ସୁପର-୮ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ ଟିମ ଇଣ୍ଡିଆ

ଟି - ୨୦ ବିଶ୍ୱକପର ଦ୍ୱିତୀୟ ଷ୍ଟେଜରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । ଆଜି ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ବାରବାଡୋସରେ ହେବାକୁ ଥିବା ଏହି ମ୍ୟାଚରେ ରୋହିତ ଦଳର ବେଷ୍ଟ ସ୍ପିନର କୁଳଦୀପ ଯାଦବଙ୍କୁ ସୁଯୋଗ ଦେଇପାରନ୍ତି । ଏମିତି ହେଲେ, ଭାରତ କେବଳ ୨ ଜଣ ସ୍ପେଶାଲିଷ୍ଟ ଫାଷ୍ଟ ବୋଲର ଏବଂ ୨ ଜଣ ସ୍ପିନ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇପାରେ । ଅର୍ଥାତ୍ ଦଳରେ ତୃତୀୟ ଫାଷ୍ଟ ବୋଲର ଭୂମିକାରେ ନଜର ଆସିପାରନ୍ତି ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ଗ୍ରୁପ ଷ୍ଟେଜରେ ହାର୍ଦ୍ଦିକ ଟିମ ଇଣ୍ଡିଆର ବୋଲିଂ ଆଟାକକୁ ଖୁବ ସନ୍ତୁଳିତ କରିଥିଲେ । ତେଣୁ ସୁପର-୮ ମୁକାବିଲାରେ ପିଚକୁ ଦୃଷ୍ଟିରେ ରଖି ରୋହିତ ଶର୍ମା କୁଳଦୀପ ଯାଦବଙ୍କୁ ପ୍ଲେଇଙ୍ଗ-୧୧ରେ ସାମିଲ କରିପାରନ୍ତି । ଏଥିପାଇଁ ଦଳରୁ କାହାକୁ ବାଦ୍ ଦେବେ ରୋହିତ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

T20 World Cup 2024

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ନେଟ୍ ସେଶନରେ ଦମଦାର ବୋଲିଂ କରିଛନ୍ତି କୁଳଦୀପ । ରୋହିତ ଏବଂ ବିରାଟଙ୍କ ବିପକ୍ଷରେ ବୋଲିଂ କରି ପ୍ଲେଇଙ୍ଗ-୧୧ରେ ସାମିଲ ହେବା ପାଇଁ ଦାବିଦାର ପାଲଟିଛନ୍ତି । ତେବେ କୁଳଦୀପଙ୍କୁ ଦଳରେ ସୁଯୋଗ ଦେବାକୁ ହେଲେ ଦଳର ଯେ କୌଣସି ଜଣେ ଫାଷ୍ଟ ବୋଲରଙ୍କୁ ବାଦ୍ ଦେବାକୁ ପଡ଼ିପାରେ ।

ତେବେ ଜାଡେଜା, ସିରାଜ ଏବଂ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇପାରନ୍ତି ରୋହିତ । ଏହି ଖେଳାଳିମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆଶାନୁଯାୟୀ ପଦର୍ଶନ କରିବାରେ ବିଫଳ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ କୁଳଦୀପଙ୍କୁ ଦଳରେ ସାମିଲ କରାଯାଇପାରେ ।

ବିଶ୍ୱକପର ଏହି ସୁପର-୮ ମୁକାବିଲାରେ ଭାରତ ପାଇଁ ଲଢେଇ ଖୁବ କଷ୍ଟକର ହୋଇପାରେ । ସୁପର-୮ ମୁକାବିଲାକୁ ଭାରତ ସମେତ ମୋଟ ୮ଟି ଟିମ୍ ଏଣ୍ଟ୍ରି କରିଥିବା ବେଳେ ପ୍ରତ୍ୟେକ ଦଳ ଯେ କୌଣସି ମୁହୂର୍ତ୍ତରେ ମ୍ୟାଚର ଗତିପଥ ବଦଳାଇବାରେ ମାହିର ରହିଛନ୍ତି । ସେହିପରିଦଳର ପ୍ରତ୍ୟେକ ଖେଳାଳି ମଧ୍ୟ ମ୍ୟାଚ ୱିନର ସାବ୍ୟସ୍ତ ହୋଇପାରନ୍ତି । ତେଣୁ ରୋହିତ ସେନାଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ସହ ସତର୍କ ମଧ୍ୟ ରହିବାକୁ ହେବ । ଏଥିପାଇଁ ଭାରତ ନିଜ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରେ । ଭରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+