Get Updates
Get notified of breaking news, exclusive insights, and must-see stories!

T20 World Cup 2024: ରୋମାଞ୍ଚକ ଭାବେ ବାଂଲାଦେଶକୁ ୪ ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗ୍ରୁପ୍-ଡି' ମୁକାବିଲାରେ ଦକ୍ଷିଣ ଆଫ୍ରିକା ରୋମାଞ୍ଚକ ଭାବେ ୪ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି ।

ଶେଷ ଓଭରରୁ ବାଂଲାଦେଶକୁ ୧୧ ରନ୍ ଆବଶ୍ୟକ ଥିବାବେଳେ ସ୍ପିନର୍ କେଶବ ମହାରାଜ ୱାଇଡ୍‌ରୁ ଅଭିଯାନ ଆରମ୍ଭ କରି‌ଥିଲେ । କିନ୍ତୁ ପରବର୍ତ୍ତୀ ୫ ବଲ୍‌ରୁ ୨ ୱିକେଟ୍‌ ଦଖଲ ସହ ମାତ୍ର ୫ ରନ୍ ବ୍ୟୟ କରି ହିରୋ ପାଲଟିଯାଇଥିଲେ । ଏଥି ସହିତ ତୌହିତ ହୃଦୟ ଓ ମହମ୍ମଦୁଲ୍ଲାଙ୍କ ମଧ୍ୟରେ ହୋଇଥିବା ୪୪ ରନ୍ ଭାଗୀଦାରି ବେକାର ଯାଇଥିଲା।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ମଧ୍ୟ ସବୁଠାରୁ କମ୍ ରନ୍ (୧୧୩)ର ପାଳିକୁ ସୁରକ୍ଷିତ ରଖି ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାକୁ ନାମକୁ ଚାଲିଯାଇଛି । ପୂର୍ବ ରାତିରେ ପାକିସ୍ତାନକୁ ଭାରତ ହରାଇବା ଭଳି ଏହି ଲୋ ସ୍କୋରିଂ ମୁକାବିଲାରେ ମଧ୍ୟ ଅଳ୍ପ ରନ୍ ଅଧିକ ରୋମାଞ୍ଚ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ୧୧୩ ରନ୍ କରିଥିବାବେଳେ ବାଂଲାଦେଶ ୧୦୯ ରନ୍‌ରେ ଅଟକିଯାଇଛି ।

ନସାଉ କାଉଣ୍ଟି ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପିଚ୍‌ରେ ବ୍ୟାଟିଂ କରିବା ଏତେ ଆହ୍ବାନପୂର୍ଣ୍ଣ ଥିଲା ଯେ ପ୍ରତିଟି ରନ୍ ପାଇଁ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବାହିନୀକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପାୱାର ପ୍ଲେରେ ୪ ୱିକେଟ୍ ହରାଇ ମାତ୍ର ୨୫ ରନ୍ କରିପାରିଥିଲା। ସେପଟେ କଠିନ ପିଚ୍ ଓ ପ୍ରତିକୂଳ ପାଗର ଫାଇଦା ଉଠାଇ ବାଂଲା ବୋଲରମାନେ ଏମିତି ସଠିକ୍ ଓ ଶାଣିତ ବୋଲିଂ କରିଥିଲେ ଯେ ଦକ୍ଷିଣ ଆଫ୍ରିକା ଶୀର୍ଷକ୍ରମର ୪ଜଣଙ୍କ ମଧ୍ୟରୁ ୨ଜଣ ଖାତା ଖୋଲି ପାରି ନଥିଲେ। ଜଣେ ଏକ ଅଙ୍କ ଆଗକୁ ବଢ଼ି ନଥିଲେ।

South Africa beat Bangladesh

ଶେଷରେ ଆଇପିଏଲ୍‌ରେ ବି‌ସ୍ଫୋରକ ବ୍ୟାଟିଂ କରି ଉଚ୍ଚ ପ୍ରଶଂସିତ ହୋଇଥିବା ହେନରିକ୍ କ୍ଲାସେଁ (୪୬) ଏବଂ ସୋମବାର ୩୫ତମ ଜନ୍ମଦିନ ପାଳିଥିବା ଡେଭିଡ୍ ମିଲର (୨୯) ପଞ୍ଚମ ୱିକେଟ୍‌ରେ ୭୯ ରନ୍‌ର ବହୁମୂଲ୍ୟ ଭାଗୀଦାରି କରିବାରୁ ଦକ୍ଷିଣ ଆଫ୍ରିକା ୧୦୦ ରନ୍ ଟପିଥିଲା। କ୍ବିଣ୍ଟନ୍ ଡି' କକ୍ ତୃତୀୟ ସର୍ବାଧିକ ୧୮ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ତଂଜିମ ହାସନ ସକିବ ତିନିଟି ଓ ତସକିନ୍ ଅହମ୍ମଦ ଦୁଇଟି ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+