T20 World Cup: ଟି-୨୦ ବିଶ଼୍ବକପ୍ରେ ଇତିହାସ ରଚିଲେ ପ୍ୟାଟ୍ କମିନ୍ସ, ବ୍ୟାକ୍ ଟୁ ବ୍ୟାକ୍ ହ୍ୟାଟ୍ରିକ୍
ଟି-୨୦ ବିଶ଼୍ବକପ୍ରେ ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍ କମିନ୍ସ ଇତିହାସ ରଚିଛନ୍ତି । ପ୍ରଥମ ବୋଲର ଭାବେ ସେ ବ୍ୟାକ୍ ଟୁ ବ୍ୟାକ୍ ବା ପଛକୁ ପଛ ଲଗାତାର ହ୍ୟାଟ୍ରିକ୍ ନେଇ ରେକର୍ଡ କରିଛନ୍ତି ।
ଟି-୨୦ ବିଶ଼୍ବକପ୍ର ସୁପର ୮ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ହ୍ୟାଟ୍ରିକ୍ ନେବା ପରେ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ହ୍ୟାଟ୍ରିକ୍ ନେଇଛନ୍ତି କମିନ୍ସ । ଏହା ପ୍ୟାଟ୍ କମିନ୍ସଙ୍କ ଟି-୨୦ କ୍ୟାରିୟରରେ ଦ଼୍ବିତୀୟ ହ୍ୟାଟ୍ରିକ୍ ହୋଇଥିବା ବେଳେ ଟି-୨୦ ବିଶ଼୍ବକପ୍ ଇତିହାସରେ ଅଷ୍ଟମ ହ୍ୟାଟ୍ରିକ୍ ।
ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ) - 2024 ବନାମ ଆଫଗାନିସ୍ତାନ
ରସିଦ ଖାନ (କ୍ୟାଚ୍ ଟିମ ଡେଭିଡ)
କରିମ ଜନତ (କ୍ୟାଚ୍ ଟିମ୍ ଡେଭିଡ୍)
ଗୁଲବାଡିନ୍ ନାଏବ (କ୍ୟାଚ୍ ମ୍ୟାକ୍ସୱେଲ)
ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ) - 2024 ବନାମ ବାଂଲାଦେଶ
ମହମୁଦୁଲ୍ଲା (ବୋଲ୍ଡ)
ମହେଦି ହାସନ (କ୍ୟାଚ୍ ଜାମ୍ପା)
ତୋହିଦ୍ ହ୍ରିଡୋଇ (କ୍ୟାଚ୍ ହାଜଲେଉଡ୍)

ପ୍ୟାଟ କମିନ୍ସଙ୍କ ଉଭୟ ମ୍ୟାଚ୍ରେ ସମାନ ଢଙ୍ଗରେ ଏହି ହ୍ୟାଟ୍ରିକ୍ ନେଇଛନ୍ତି । ବାଂଲାଦେଶ ବିପକ୍ଷରେ ସେ ଦୁଇଟି ଓଭରରେ ହ୍ୟାଟ୍ରିକ ପୂରଣ କରିଥିଲେ ଏବଂ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା। ଏପରିକି ବାଂଲାଦେଶ ବିପକ୍ଷରେ ସେ ୧୮ ତମ ଓଭରରେ ହ୍ୟାଟ୍ରିକ ନେଇଥିଲେ । ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସମାନ ଢଙ୍ଗରେ ସେ ୨୦ ତମ ଓଭରରେ ନିଜର ହ୍ୟାଟ୍ରିକ ନେଇଛନ୍ତି । ୧୮ ତମ ଓଭରର ଶେଷ ବଳରେ ଗୋଟେ ଓ ୨୦ ଓଭରେ ପ୍ରଥମ ଦୁଇଟି ବଲରେ ଦୁଇଟି ୱିକେଟ ନେଇଛନ୍ତି ।
ସୂଚନା ଥାଉକି ଆଫଗାନିସ୍ତାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଦଳ ପକ୍ଷରୁ ପ୍ରଥମେ ବ୍ୟାଟିଂ କରି ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜାଦରାନଙ୍କ ୫୦ ରନ୍ ସହାୟତାରେ ଦଳ ୬ ୱିକେଟରେ୧୪୮ରନ ସଂଗ୍ରହ କରିଥିଲା। ଏହି ରନ୍ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ଖରାପ ସ୍ଥିତିକୁ ଚାଲି ଆସିଥିଲା ଏବଂ ୧୨୭ ରନରେ ଅଲଆଉଟ ହୋଇଥିଲା।












Click it and Unblock the Notifications