ବିଶ୍ୱ ରେକର୍ଡ କଲେ ଲୋକି ଫର୍ଗୁସନ; ଦେଲେନି କୌଣସି ରନ, ନେଲେ ୩ ୱିକେଟ୍

ବିଶ୍ୱ ରେକର୍ଡ କଲେ ଲୋକି ଫର୍ଗୁସନ । ଲୋକି ଫର୍ଗୁସନଙ୍କ ବିଶ୍ୱ ରେକର୍ଡ ସହିତ ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ପପୁଆ ନ୍ୟୁ ଗିନି(ପିଏନ୍‌ଜି)କୁ ୭ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।

ଫର୍ଗୁସନଙ୍କ ବିଶ୍ୱ ରେକର୍ଡ:

ଟି୨୦ ବିଶ୍ୱକପରେ ମିତବ୍ୟୟୀ ବୋଲିଂ କରିବାର ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ୍‌। ସେ ବୋଲିଂ କରିଥିବା ସମସ୍ତ ୪ଓଭର ମେଡେନ୍‌ ରହିଥିଲା। ବିଶ୍ୱର ଦଶମ ଖେଳାଳି ଭାବରେ ସେ ଏଭଳି କାରନାମା କରିଛନ୍ତି। ତେବେ କାନାଡା ଅଧିନାୟକ ସାଦ୍‌ ବିନ୍‌ ଜାଫର ଓ ଫର୍ଗୁସନ୍‌ ୪ ଓଭର କୋଟା ସମ୍ପୂର୍ଣ୍ଣ କରିଛନ୍ତି। ସାଦ୍‌ ବିନ୍‌ ଜାଫର ୨୦୨୧ରେ ପାନାମା ବିପକ୍ଷରେ କୌଣସି ରନ୍‌ ବ୍ୟୟ ନ କରି ୨ ଉଇକେଟ ନେଇଥିଲେ। ତେବେ ଏକ ବିଶ୍ୱକପ ମ୍ୟାଚ୍‌ରେ ଏଭଳି କୃତୀତ୍ୱ ହାସଲ କରିବାରେ ଲୋକି ଫର୍ଗୁସନ୍‌ ପ୍ରଥମ ଖେଳାଳି ପାଲଟିଛନ୍ତି। ସେ ନିଜ ୪ ଓଭର କୋଟାରେ ସେ ଅସଦ ଭାଲା, ଚାଲର୍‌ସ ଆମିନି ଓ ଚାଦ ସୋପରଙ୍କୁ ଆଉଟ କରିଥିଲେ।

Lockie Ferguson

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପିଏନ୍‌ଜି ୧୯.୪ ଓଭରରେ ୭୮ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୨.୨ ଓଭରରେ ୩ ଉଇକେଟ ବିନିମୟରେ ୭୯ ରନ୍‌ କରି ଜିତି ନେଇଥିଲା। ପିଏନ୍‌ଜି ପକ୍ଷରୁ ଚାଲର୍‌ସ ଅମିନି ୧୭, ନର୍ମାନ ଭନୁଆ ୧୪ ଓ ସେସେ ବାଉ ୧୨ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ୩, ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସାଉଦି ଓ ଇଶ ସୋଧୀ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ୩୫, କେନ୍‌ ଓ୍ବିଲିୟମସନ୍‌ ୧୮* ଓ ଡାରିଲ୍‌ ମିଚେଲ୍‌ ୧୯* ରନ୍‌ କରିଥିଲେ। ପିଏନ୍‌ଜି ପକ୍ଷରୁ କାବୁଆ ମୋରେଆ ୨, ସେମୋ କାମେୟା ୧ ଉଇକେଟ ନେଇଥିଲେ।

ଟି-୨୦ ବିଶ଼୍ବକପ୍‌ ୨୦୨୪ରେ ସୁପର ୮ ପାଇଁ ୮ଟି ଟିମ୍‌ ସ୍ଥାନ ପକ୍କା କରିଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକା, ଭାରତ,ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟ-ଇଣ୍ଡିଜ୍‌, ଆଫଗାନିସ୍ତାନ, ସାଉଥ୍‌ ଆଫ୍ରିକା, ଓ ବାଂଲାଦେଶ ।

ଗ୍ରୁପ୍ ଏରୁ ଭାରତ ଓ ଆମେରିକା, ଗ୍ରୁପ୍ ବିରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ, ଗ୍ରୁପ୍ ସିରୁ ୱେଷ୍ଟ-ଇଣ୍ଡିଜ୍‌ ଓ ଆଫଗାନିସ୍ତାନ, ଗ୍ରୁପ୍ ଡିରୁ ସାଉଥ୍‌ ଆଫ୍ରିକା, ଓ ବାଂଲାଦେଶ ସୁପର ୮ କୁ ଯାଇଛନ୍ତି। ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଭଳି ଦଳ ବାଦ୍ ପଡ଼ିଛନ୍ତି । ସେହିପରି ଇଂଲଣ୍ଡ ଭାଗ୍ୟ ଭଲ ହେତୁ ଅଳ୍ପକେ ବର୍ତ୍ତି ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+