Get Updates
Get notified of breaking news, exclusive insights, and must-see stories!

T 20 World Cup 2024: ବିଶ୍ବକପ୍ ପାଇଁ ଲଞ୍ଚ୍‌ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି

ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି । ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି । ଭାରତୀୟ ଦଳର ଜର୍ସି ବିଶ୍ୱ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଆଡିଡାସ ଦ୍ୱାରା ନିର୍ମିତ ।

ଜର୍ସିର ଆଗ ଭାଗ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ନୀଳ ରଖାଯାଇଛି । ବାହୁଗୁଡିକ କମଳା ରଙ୍ଗରେ ରଖାଯାଇଛି ଏବଂ ୩ଟି ଧଳା ରଙ୍ଗର ଗାର କାନ୍ଧରେ ରଖାଯାଇଛି । ଡ୍ରିମ ୧୧ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଦଳର ଟାଇଟଲ ପ୍ରାୟୋଜକ ରହିଆସିଛି, ତେଣୁ 'Dream 11' ଜର୍ସି ସମ୍ମୁଖରେ ବଡ ଅକ୍ଷରରେ ଲେଖା ହୋଇଛି ଏବଂ ଏହା ତଳେ ଇଣ୍ଡିଆ ମୁଦ୍ରିତ ହୋଇଛି ।

ବର୍ତ୍ତମାନ 'ଆଡିଡାସ ଇଣ୍ଡିଆ' ଇନଷ୍ଟାଗ୍ରାମରେ ଗ୍ରାଫିକ୍ସ ମାଧ୍ୟମରେ ଭାରତୀୟ ଦଳର ଜର୍ସି ଆନୁଷ୍ଠାନିକ ଭାବେ ଲଞ୍ଚ କରିଛି । ରିଲିଜ ହୋଇଥିବା ଭିଡିଓରେ ରୋହିତ ଶର୍ମା, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ନଜର ଆସିଛନ୍ତି ।

T20 World Cup 2024 jersey unveiled

ସୂଚନାଯୋଗ୍ୟ, ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପରେ ଭାରତ ଏହାର ପ୍ରଥମ ମ୍ୟାଚ ଖେଳିବ।

Team India Squade WC

ରୋହିତ (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଷଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+