T20 World Cup 2024: ସୁପର-୮ ମୁକାବିଲାରେ କେଉଁ ଦିନ କେଉଁ ଦଳକୁ ଭେଟିବ ଭାରତ ?

ଟି-୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇସାରିଛି । ସୁପର-୮ ମୁକାବିଲା ପାଇଁ ୮ଟି ଦଳ କ୍ୱାଲିଫାଏ କରି ସାରିଥିବା ବେଳେ ବର୍ତ୍ତମାନ ଏହି ପର୍ଯ୍ୟାୟର ସିଡ୍ୟୁଲ ସାମନାକୁ ଆସିଛି । ତେବେ ଗ୍ରୁପ-ଏ'ରୁ ଭାରତ ଏବଂ ଆମେରିକା ସୁପର-୮ରେ ପହଞ୍ଚିଛନ୍ତି ।

ସେହିପରି ଗ୍ରୁପ-ବି'ରୁ ଅଷ୍ଟ୍ରେଲିଆ-ଇଂଲଣ୍ଡ, ଗ୍ରୁପ ସି'ରୁ ଆଫଗାନିସ୍ତାନ-ୱେଷ୍ଟଇଣ୍ଡିଜ ସୁପର-୮ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ଗ୍ରୁପ ଡି'ରୁ ସାଉଥ ଆଫ୍ରିକା ଏବଂ ବାଂଲାଦେଶ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହାପରେ ବିଶ୍ୱକପର ଏହି ପର୍ଯ୍ୟାୟ ପାଇଁ ସିଡ୍ୟୁଲ ଜାରି ହୋଇଛି ।

ସୁପର-୮ ଷ୍ଟେଜରେ ୪ଟି ଲେଖାଏଁ ଦଳକୁ ନେଇ ୨ଟି ଗ୍ରୁପ ହେବ । ଏହି ୨ଟି ଗ୍ରୁପରୁ ୨-୨ଟି ଟିମ୍ ସେମି ଫାଇନାଲରେ ଏଣ୍ଟ୍ରି କରିପାରିବେ ।
ତେବେ ସୁପର-୮ ଷ୍ଟେଜର ଗ୍ରୁପ-୧ରେ ଭାରତ ସମେତ, ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ସାମିଲ କରାଯାଇଛି । ସେହିପରି ଗ୍ରୁପ-୨ରେ ୱେଷ୍ଟଇଣ୍ଡିଜ, ଆମେରିକା, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ରହିଛନ୍ତି ।

T20 World Cup 2024

ସୁପର-୮ ଷ୍ଟେଜରେ ରୋହିତ ସେନା ପ୍ରଥମ ମ୍ୟାଚ ଜୁନ୍-୨୦ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଏହାପରେ ଜୁନ୍ ୨୨ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ । ସେହିପରି ୨୪ ତାରିଖରେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ ।

ସୁପର-୮ ଗ୍ରୁପ:

ଗ୍ରୁପ-୧: ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶ
ଗ୍ରୁପ-୨: ଆମେରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ସାଉଥ ଆଫ୍ରିକା

ଟି-୨୦ ବିଶ୍ୱକପ Super-8 Schedule:

ଜୁନ୍ ୧୯: ଆମେରିକା ବନାମ ଦକ୍ଷିଣ ଆଫ୍ରିକା, ଆଣ୍ଟିଗୁଆ
ଜୁନ୍ ୨୦: ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ସେଣ୍ଟ ଲୁସିଆ
ଜୁନ୍ ୨୦: ଭାରତ ବନାମ ଆଫଗାନିସ୍ତାନ, ବାରବାଡୋସ
ଜୁନ୍ ୨୧: ଅଷ୍ଟ୍ରେଲିଆ ବନାମ ବାଂଲ।।ଦଶ, ଆଣ୍ଟିଗୁଆ
ଜୁନ୍ ୨୧: ଇଂଲଣ୍ଡ ବନାମ ସାଉଥ ଆଫ୍ରିକା, ସେଣ୍ଟ ଲୁସିଆ
ଜୁନ୍ ୨୨: ଆମେରିକା ବନାମ ୱେଷ୍ଟଇଣ୍ଡିଜ, ବାରବାଡୋସ
ଜୁନ୍ ୨୨: ଭାରତ ବନାମ ବାଂଲାଦେଶ, ଆଣ୍ଟିଗୁଆ
ଜୁନ୍ ୨୩: ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ସେଣ୍ଟ ବିନସେଣ୍ଟ
ଜୁନ୍ ୨୩: ଆମେରିକା ବନାମ ଇଂଲଣ୍ଡ, ବାରବାଡୋସ
ଜୁନ୍ ୨୪: ୱେଷ୍ଟଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା, ଆଣ୍ଟିଗୁଆ
ଜୁନ୍ ୨୪: ଅଷ୍ଟ୍ରେଲିଆ ବନାମ ଭାରତ, ସେଣ୍ଟ ଲୁସିଆ
ଜୁନ୍ ୨୫: ଆଫଗାନିସ୍ତାନ ବନାମ ବାଂଲାଦେଶ, ସେଣ୍ଟ ବିନସେଣ୍ଟ

ଜୁନ୍ ୨୭: ସେମି ଫାଇନାଲ, ଗୁୟାନା
ଜୁନ୍ ୨୭: ସେମି ଫାଇନାଲ, ତ୍ରିନିଦାଦ

ଜୁନ୍ ୨୯: ଫାଇନାଲ, ବାରବୋଡାସ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+