T20 World Cup 2024: ଟି-୨୦ ବିଶ୍ଵକପ ସେମିରେ ଭାରତ ବନାମ ଇଂଲଣ୍ଡ ! ମ୍ୟାଚ୍ ବାତିଲ ହେଲେ ସିଧା ଫାଇନାଲ ଖେଳିବ ଭାରତ

ସେମୀରେ ଇଂଲଣ୍ଡକୁ ଭେଟିବ ଭାରତ ! ଟି-୨୦ ବିଶ୍ଵକପ ୨୦୨୪ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ ଭାରତ । ୨୭ ତାରିଖ ଦ୍ଵିତୀୟ ସେମି ଫାଇନାଲରେ ଦୁଇ ଦେଶ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ ।

ଆଜି ସାଉଥ୍ ଆଫ୍ରିକା ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ହାସଲ କରି ଗ୍ରୁପ୍ ଶୀର୍ଷରେ ଅଛି । ଇଂଲଣ୍ଡ ଦ୍ଵିତୀୟ ସ୍ଥାନରେ ରହିଥିବାରୁ ଅପର ଗ୍ରୁପର ଶ୍ରେଷ୍ଠ ଦଳକୁ ଭେଟିବ ।

ଭାରତ ଗ୍ରୁପ୍ ଟପରେ ଥିବା ବେଳେ ଆଜିର ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ନିର୍ଣ୍ଣାୟକ ହେବ । ଭାରତର ରନ୍ ରେଟ୍ ଅଷ୍ଟ୍ରେଲିଆ ଠାରୁ ବହୁ ଅଧିକ ଥିବା ବେଳେ ଅଷ୍ଟ୍ରେଲିଆକୁ ଗ୍ରୁପ୍ ଟପ୍ପର ହେବା ପାଇଁ ୪୧ ରନରେ ଜିତିବାକୁ ପଡିବ, ନଚେତ୍ ପଛରେ ବ୍ୟାଟିଂ କଲେନ୍ ୧୪ ଓଭରରେ ଜିତିବାକୁ ପଡ଼ିବ ।

INDIA may FACE ENGLAND

ସେହିପରି ଯଦି ଅଷ୍ଟ୍ରେଲିଆ ଭାରତକୁ ହରାଇ ଗ୍ରୁପ୍ ଟପ୍ପର ହୁଏ , ଆଫଗାନିସ୍ତାନକୁ ସେମି ଖେଳିବା ପାଇଁ ୮୧ ରନରେ ଜିତିବାକୁ ପଡ଼ିବ ।

ସେମୀରେ ଇଂଲଣ୍ଡ

ଟି-୨୦ ବିଶ୍ୱକପ 2024 ର ସୁପର -8 ରାଉଣ୍ଡର ଗ୍ରୁପ୍ 2 ରେ ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ୍ ସହିତ ମୁହାଁମୁହିଁ ହୋଇଥିଲା । ଏହି ନକ୍ଆଉଟ୍ ମ୍ୟାଚ୍ ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 20 ଓଭରରେ ଆଠଟି ୱିକେଟ୍ ହରାଇବା ପରେ 135 ରନ୍ ସଂଗ୍ରହ କରିଥିଲା। ତଥାପି, ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ, ଆଫ୍ରିକା 17 ଓଭରରେ 123 ରନ୍ ସଂଗ୍ରହ କରିଥିଲା, ଯାହା 16.1 ଓଭରରେ ସାତୋଟି ୱିକେଟ୍ ହରାଇ ହାସଲ କରିଥିଲା।

୨୦୨୩ ବିଶ୍ଵକପ ଫାଇନାଲର ବଦଲା ନେବ ଭାରତ

ପ୍ରତିଶୋଧ ନେବ ଭାରତ । ୨୦୨୩ ବିଶ୍ଵକପ ଫାଇନାଲର ବଦଲା ନେବ ଭାରତ । ୭ମାସ ତଳେ ଭାରତକୁ ଦିନିକିଆ ବିଶ୍ୱକପ ଜିତିବାରୁ ଅଟକାଇ ଟ୍ରଫି ଛଡାଇ ନେଇଥିଲା କଙ୍ଗାରୁ ଦଳ । ଆଉ ଫାଇନାଲରେ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଥିଲା। ଏବେ ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲରୁ ଅଷ୍ଟ୍ରେଲିଆକୁ ରୋକିବା ସହ ପ୍ରତିଶୋଧ ନେବାର ସୁଯୋଗ ଭାରତୀୟ ଦଳ ପାଖରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+