IND vs ENG: ସେମିଫାଇନାଲ ବାତିଲ ହେଲେ, କିଏ ଖେଳିବ ଫାଇନାଲ୍ ?
T20 World Cup 2024: ଟି20 ବିଶ୍ୱକପ୍ ଉପରେ ରହିଛି ସାରା ଦୁନିଆର ନଜର । ରୋହିତ ବାହିନୀ ଚଳିତ ଟୁର୍ଣ୍ଣାମେଣ୍ଟରେ ବେଶ୍ ଭଲ ପ୍ରଦର୍ଶ ମଧ୍ୟ କରିଛି । ଏଥି ସହିତ ସେମିଫାଇନାଲରେ ଜଳ ନିଜର ସ୍ଥାନ ପକ୍କା କରିସାରିଛି । ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଭେଟିବ ଭାରତୀୟ ଦଳ ।
ଦୁଇ ଦଳ ମଧ୍ୟରେ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ଜୁନ୍ 27 ରେ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଏହି ମ୍ୟାଚ୍ କୁ ନେଇ କିଛି ରୋଚକ କଥା । ପିଚ୍ ରିପୋର୍ଟ କଣ କହୁଛି ? ଯଦି ମ୍ୟାଚ୍ ବାତିଲ ହୁଏ ତେବେ କଣ ହେବ ? ଫାଇନାଲ୍ କିଏ ଖେଳିବ ? ଏ ନେଇ କଣ ରହିଛି ସମାକରଣ...
ପ୍ରତିଶୋଧ ନେବା ମୁଡ୍ ରେ ରୋହିତବାହିନୀ
ବାସ୍ତବରେ ଦୁଇ ବର୍ଷ ପୂର୍ବେ ଟି -20 ବିଶ୍ୱକପ୍ର ଶେଷ ସଂସ୍କରଣର ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଆଡିଲେଡ୍ ଓଭାଲରେ ହୋଇଥିବା ଏହି ମୁକାବିଲାରେ ଜୋସ୍ ବଟଲର୍ ଏବଂ ଆଲେକ୍ସ ହେଲ୍ସ ଭାରତକୁ 10 ୱିକେଟ୍ ରେ ହରାଇଥିଲେ । 16 ଓଭରରେ 169 ରନ୍ର ଟାର୍ଗେଟକୁ ପଛରେ ପକାଇ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲେ ।

ଆଇସିସି ଟ୍ରଫି ଜିତିବାକୁ ଆଶାବାଦୀ
କ୍ରମାଗତ ଟି -20 ବିଶ୍ୱକପ ଜିତିବାରେ ପ୍ରଥମ ଦଳ ହେବାକୁ ଚାହୁଁଥିବାରୁ ବଟଲର ଦଳ ଭାରତ ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରେ । ଅନ୍ୟପକ୍ଷରେ, ଆଇସିସି ଟ୍ରଫି ମରୁଡ଼ିକୁ ଶେଷ କରିବାକୁ ଭାରତ ବେଶ୍ ଆଶାବାଦୀ ରହିଛି । କାରଣ 2013 ରେ ଆଇସିସି ଟୁର୍ନାମେଣ୍ଟରେ ଶେଷ ଥର ପାଇଁ ଜିତିଥିଲା ଦଳ ।
ସୁପର -8ରେ ଶୀର୍ଷରେ ଭାରତ
ସୁପର -8 ରାଉଣ୍ଡରେ ଗ୍ରୁପ୍-1 ଷ୍ଟାଣ୍ଡିଂରେ ତିନିଟି ମ୍ୟାଚରୁ ତିନୋଟି ବିଜୟ ସହ ଶୀର୍ଷରେ ରହିଛି ଭାରତୀୟ ଦଳ । ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତ ଆଫଗାନିସ୍ତାନକୁ 47 ରନ, ବାଂଲାଦେଶ କୁ 50 ରନ ଏବଂ ଅଷ୍ଟ୍ରେଲିଆକୁ 24 ରନରେ ପରାସ୍ତ କରିଛି । ସପଟେ ଜୋସ୍ ବଟଲରଙ୍କ ଦଳ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ବିପକ୍ଷରେ ପ୍ରଭାବଶାଳୀ ଥିଲା, ଯଥାକ୍ରମେ 8 ୱିକେଟ୍ ଏବଂ 10 ୱିକେଟ୍ ରେ ମ୍ୟାଚ୍ ଜିତିଥିଲା, କିନ୍ତୁ ଦକ୍ଷିଣ ଆଫ୍ରିକା ଠାରୁ 7 ରନ୍ ବ୍ୟବଧାନରେ ହାରିଥିଲା ।
ଭାରତ-ଇଂଲଣ୍ଡ ମ୍ୟାଚରେ ବାଧା ଦେବ ବର୍ଷା !
ଭାରତ - ଇଂଲଣ୍ଡ ସେମିଫାଇନାଲରେ ବର୍ଷା ହେବାର ବେଶ୍ ସମ୍ଭାବନା ଅଛି । ପାଣିପାଗ ବିଭାଗର ସୂଚନାନୁସାରେ, ଗୁରୁବାର ପାଇଁ "ବଜ୍ରପାତ ଏବଂ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା" ଏବଂ 70 ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ମ୍ୟାଚ୍ ପାଇଁ ନାହିଁ ରିଜର୍ଭ ଡେ'
ଉଭୟ ସେମିଫାଇନାଲ ପାଇଁ ରିଜର୍ଭ ଡେ' ର ନିୟମ ଅଲଗା ରହିଛି । ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ସେମିଫାଇନାଲ ପାଇଁ ରିଜର୍ଭ ଡେ' ଥିବାବେଳେ ଭାରତ-ଇଂଲଣ୍ଡ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଡେ ନାହିଁ । ଏହି ମ୍ୟାଚ ଜୁନ 27 ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହାର କାରଣ ହେଉଛି ଭାରତ ବନାମ ଇଂଲଣ୍ଡ ସେମିଫାଇନାଲ ଏବଂ ଜୁନ 29 ରେ ଫାଇନାଲ ମଧ୍ୟରେ କେବଳ ଗୋଟିଏ ଦିନର ବ୍ୟବଧାନ ଅଛି ।
ସେମିଫାଇନାଲରେ ମିଳିବ 250 ଅତିରିକ୍ତ ମିନିଟ୍
ତେବେ ଭଲ କଥା ହେଉଛି ଉଭୟ ସେମିଫାଇନାଲ ପାଇଁ 250 ଅତିରିକ୍ତ ମିନିଟ୍ ଦିଆଯାଇଛି । ଏହି ଅତିରିକ୍ତ ସମୟ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ସେମିଫାଇନାଲ୍ ପାଇଁ ଦୁଇ ଦିନ ମଧ୍ୟରେ ବଣ୍ଟା ଯାଇଛି । କିନ୍ତୁ, ଭାରତ ବନାମ ଇଂଲଣ୍ଡ ସେମିଫାଇନାଲ୍ ପାଇଁ ଏହି ଅତିରିକ୍ତ ସମୟ ମ୍ୟାଚ୍ ଦିନରେ ଅନ୍ତର୍ଭୁକ୍ତ କରାଯାଇଛି ।
ଯଦି ସେମିଫାଇନାଲ ବାତିଲ ହୁଏ ?
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଗୁୟାନାରେ ରାତି 8.00 ରେ ଆରମ୍ଭ ହେବ । ଯଦି ବର୍ଷା ହେତୁ ସେମିଫାଇନାଲ ବାତିଲ ହୁଏ କିମ୍ବା କୌଣସି କାରଣରୁ ଫଳାଫଳ ନଆସେ, ତେବେ ସୁପର 8 ରାଉଣ୍ଡରେ ଶୀର୍ଷରେ ଥିବା ଦଳ ଫାଇନାଲକୁ ଉନ୍ନୀତ ହେବେ । ଏଭଳି ପରିସ୍ଥିତିରେ ଭାରତ ଟି -20 ବିଶ୍ୱକପ 2024 ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications