Get Updates
Get notified of breaking news, exclusive insights, and must-see stories!

ଟି ୨୦ ବିଶ୍ଵକପ ଫାଇନାଲ: ସାଉଥ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଭାରତ ବିଶ୍ବ ଚମ୍ପିୟାନ

ଭାରତ ବିଶ୍ବ ଚମ୍ପିୟାନ । ସାଉଥ ଆଫ୍ରିକାକୁ ହରାଇ ଭାରତ ବିଶ୍ବ ଚମ୍ପିୟାନ । ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଆଉ ୧୭ ବର୍ଷ ପରେ ପୁଣି ବିଶ୍ବ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ୨ୟ ଥର ଟି-୨୦ ବିଶ୍ବ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଆଉ ରୋହିତ ଶର୍ମାଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ବିଶ୍ବକପ୍‌ ଫାଇନାଲରେ ହିରୋ ସାଜିଛନ୍ତି ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହ ।

୧୭୭ ରନ୍ ବିଜୟଲକ୍ଷ୍ୟ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଓ୍ବିକେଟ୍‌ ହରାଇ ୧୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆରମ୍ଭରୁ ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହେନରିଚ୍ କ୍ଲାସେନ୍‌ଙ୍କ ଦୁର୍ଦ୍ଦଶ ବ୍ୟାଟିଂ ପୁଣି ଦକ୍ଷିଣ ଆଫ୍ରିକାକୁ ଦମଦାର କମବ୍ୟାକ୍ କରାଇଥିଲା । ପରେ ଜସପ୍ରୀତ ବୁମରାହ ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା ଡେଭିଡ୍‌ ମିଲରଙ୍କ ଓ୍ବିକେଟ୍‌ । ବାଉଣ୍ଡରି ଲାଇନ୍‌ କଡରେ ଡେଭିଡ୍‌ ମିଲରଙ୍କ ଅବିଶ୍ବସନୀୟ କ୍ୟାଚ୍ ଧରିଥିଲେ ସୂର୍ଯ୍ୟକୁମାର ଯାଦବ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେଣ୍ଡରିକ୍ସ ମାତ୍ର ୪ ରନ୍ କରିଥିବା ବେଳେ କ୍ବିଣ୍ଟନ୍‌ ଡି' କକ୍‌ ୩୧ ବଲରୁ ୩୯ ରନ୍, ଏଡେନ୍ ମାର୍କରମ୍ ୪ ରନ୍, ଷ୍ଟ୍ରିଷ୍ଟନ୍ ଷ୍ଟବ୍ସ ୨୧ ବଲ ୩୧ ରନ୍, ହେନରିଚ୍ କ୍ଲାସେନ୍ ୨୭ ବଲ ଖଷଳି ୨ ଚୌକା ଓ ୫ ଛକା ସହାୟତାରେ ୫୨ ରନ୍ କରି ଆଉଟ ହୋଇଥିଲେ । ଡେଭିଡ୍‌ ମିଲର ୨୧ ରନ୍ କରି ଆଉଟ ହୋଇଥିବା ବେଳେ ମାର୍କୋ ଜନସେନ୍ ୨ ରନ୍, କାଗିସୋ ରାବାଡା ୪ ରନ୍ କରି ଆଉଟ ହୋଇଥିଲେ । କେଶବ ମହାରାଜ ୨ ରନ୍ ଓ ଏନରିଚ୍ ନୋର୍କିୟେ ୧ ରନ୍ କରି ନଟଆଉଟ ଥିଲେ ।


ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ପାୱାର ପ୍ଲେରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳ ପ୍ରଥମ ୬ ଓଭରରେ ୩ ୱିକେଟ ହରାଇ ୪୫ ରନ କରିବାକୁ ସକ୍ଷମ ହୋଇଥିଲା।

t20 world cup final

ଅକ୍ଷର ପଟେଲଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ଦଳୀୟ ସ୍କୋରକୁ ୧୦୦ ପାର କରାଇବା ସହ ନିଜ ନିଜର ଅର୍ଦ୍ଧଶତକ ଆଡ଼କୁ ଯାଉଥିଲେ। କିନ୍ତୁ ଦଳୀୟ ସ୍କୋର ୧୦୬ ଥିବା ବେଳେ ବିରାଟଙ୍କ ସହ ଭୁଲ ବୁଝାମଣା ଯୋଗୁ ଅକ୍ଷର ପଟେଲ ରନ ଆଉଟ ହୋଇଯାଇଥିଲେ। ଅକ୍ଷର ଆଜି ୩୧ ବଲରେ ୪୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।

ଏହାପରେ ଶିବମ ଦୁବେଙ୍କୁ ସାଥୀ କରିଥିଲେ ବିରାଟ। ହେଲେ ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ନଥିଲେ। ସେ ୪୮ ବଲରେ ୫୦ ରନ ପୂରଣ କରିଥିଲେ। ଏହା ଚଳିତ ବିଶ୍ୱକପରେ ବିରାଟଙ୍କ ପ୍ରଥମ ଶତକ। ତେବେ ଅନ୍ୟପଟେ ଦୁବେ କିଛି ବଡ଼ ଶଟ ଖେଳିଥିଲେ।

୧୭ ଓଭର ସୁଦ୍ଧା ଭାରତ ୪ ୱିକେଟ ହରାଇ ୧୩୪ ରନ କରି ନେଇଥିଲା। ୧୮ତମ ଓଭର ବୋଲିଂ କରିବାକୁ ଆସିଥିଲେ କାଗିସୋ ରବାଡା। ତାଙ୍କର ପ୍ରଥମ ବଲରେ ବିରାଟ ଏକ ବିରାଟ ଛକା ମାରିଥିଲେ। ଦ୍ୱିତୀୟ ବଲରୁ ସେ ୨ ରନ ଓ ତୃତୀୟ ବଲରେ ଚୌକା ମାରିଥିଲେ। ଏହି ଓଭରରେ ଭାରତକୁ ୧୬ ରନ ମିଳିଥିଲା। ଏଥିସହ ଦଳୀୟ ସ୍କୋର ୧୫୦ରେ ପହଞ୍ଚିଥିଲା।

୧୯ତମ ଓଭର ନେଇ ଆସିଥିଲେ ମାର୍କୋ ୟାନସେନ। କିନ୍ତୁ ସେ ନୋ ବଲ ପକାଇଥିଲେ। ଫ୍ରି ହିଟକୁ ବିରାଟ ମିସ କରି ଯାଇଥିଲେ। ପରବର୍ତ୍ତୀ ବଲରେ ସେ କିନ୍ତୁ ଚୌକା ମାରିଥିଲେ। ତୃତୀୟ ବଲରେ ୨ ରନ ମିଳିଥିଲା। ୪ର୍ଥ ବଲରେ ବିରାଟ ପୁଣି ଗୋଟିଏ ଛକା ମାରିଥିଲେ। ତେବେ ୫ମ ବଲରେ ସେ ଆଉଯ ହୋଇଯାଇଥିଲେ। ବିରାଟ ଆଜି ୫୯ ବଲରେ ୭୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି। ୟାନସେନଙ୍କ ଓଭରର ଶେଷ ବଲରେ ହାର୍ଦ୍ଦିକ ପାଣ୍ତ୍ୟା ଚୌକା ମାରିବାରୁ ଦଳୀୟ ସ୍କୋର ୧୬୭ ରନରେ ପହଞ୍ଚିଥିଲା।

ଶେଷ ଓଭର ନେଇ ଆସିଥିଲେ ଅନରିଚ ନୋର୍ଖିୟା। ସେ ୱାଇଡରୁ ଷ୍ଟାର୍ଟ କରିଥିଲେ। ଏହାପରେ ଦୁବେ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ମଧ୍ୟ ପାଣ୍ଡ୍ୟାଙ୍କୁ ୧ ରନ ମିଳିଥିଲା। ତୃତୀୟ ବଲରେ ଦୁବେ ଚୌକା ମାରିଥିଲେ। ୪ର୍ଥ ବଲରେ ଦୁବେ ଆଟ ହୋଇଯାଇଥିଲେ। ସେ ୧୬ ବଲରେ ୨୭ ରନ କରି ଆଉଟ ହୋଇଛନ୍ତି। ଏହାପରେ ଆସିଥିବା ରବୀନ୍ଦ୍ର ଜାଡେଜା ୨ ରନ ଆଦାୟ କରିଥିଲେ। ଶେଷ ବଲରେ ସେ ମଧ୍ୟ ଆଉଟ ହୋଇଯାଇଥିଲେ। ଫଳରେ ଭାରତ ୭ ୱିକେଟ ହରାଇ କେବଳ ୧୭୬ ରନ କରିବାକୁ ସକ୍ଷମ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ମହାରାଜ ଓ ନୋର୍ଖିୟା ୨ଟି ଲେଖାଏ ସଫଳତା ପାଇଥିବା ବେଳେ ରାବଡା, ୟାନସେନଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+