T20 World Cup 2024 Final: ବିଜେତା ଠାରୁ ସୁପର-୮ ପର୍ଯ୍ୟନ୍ତ କେଉଁ ଦଳକୁ ମିଳିବ କେତେ ଟଙ୍କା
ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଚଳିତ ଟି-୨୦ ବିଶ୍ୱକପ୍ ୯ମ ସଂସ୍କରଣର ଅନ୍ତିମ ଚରଣରେ ପହଞ୍ଚିଛି । ଆଉ କିଛି ସମୟ ପରେ ମିଳିବ ବିଶ୍ଵ ଚମ୍ପିୟାନ ।୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତିଥିଲା। ଇତିମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଉ ଚାମ୍ପିଅନ ହୋଇପାରି ନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି।
ସ୍ଥାନୀୟ ବ୍ରିଜ୍ଟାଉନ୍ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଆଜି ଟାଇଟଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି । ତେବେ ଆଜିର ମ୍ୟାଚରେ ବିଜେତା ଦଳ ଅର୍ଥାତ ଚମ୍ପିଅନ ଟିମ୍ ଓ ରନର୍ସ ଅପ୍ ଟିମ୍ ଉପରେ ଟଙ୍କାର ବର୍ଷା ହେବ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଜିନ୍ର ବିଜେତା ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପୁରସ୍କାର ରାଶି ପାଇବାକୁ ଯାଉଛନ୍ତି ।
ଆଇସିସି ଦ୍ୱାରା ଟି -୨୦ ବିଶ୍ୱକପ ୨୦୨୪ ପାଇଁ ମୋଟ ୧୧.୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏଥିରେ ବିଜେତା ଦଳ ୨.୪୫ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୦.୩୬ କୋଟି ଟଙ୍କା) ପାଇବ। ଏଥି ସହିତ, ହାରିଥିବା ଦଳ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ପାଇବ। ରନର୍ସ ଅପ୍ ଟିମ୍କୁ ମଧ୍ୟ ୧.୨୮ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦.୬୪ କୋଟି ଟଙ୍କା) ପାଇବ ।

କେବଳ ବିଜେତା ଏବଂ ରନର୍ସ ଅପ୍ ନୁହେଁ, ସେମିଫାଇନାଲରେ ପ୍ରବେଶ କରିଥିବା ଦଳଗୁଡିକ ମଧ୍ୟ କୋଟି ଟଙ୍କା ପାଇବେ । ସେମିଫାଇନାଲରେ ପ୍ରବେଶ କରିଥିବା ଦଳମାନଙ୍କୁ ସମାନ ପରିମାଣର ୭୮୭,୫୦୦ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬.୫୪ କୋଟି ଟଙ୍କା) ପ୍ରଦାନ କରାଯିବ। ଇଂଲଣ୍ଡ ଏବଂ ଆଫଗାନିସ୍ତାନ ଏହି ପରିମାଣ ଟଙ୍କା ପାଇବାକୁ ଯାଉଛନ୍ତି।
ବିଜେତା: ଭାରତୀୟ ମୁଦ୍ରାରେ ପ୍ରାୟ ୨୦.୩୬ କୋଟି ଟଙ୍କା
ରନର୍ସ ଅପ୍: ଭାରତୀୟ ମୁଦ୍ରାରେ ପ୍ରାୟ ୧୦.୬୪ କୋଟି ଟଙ୍କା
ସେମିଫାଇନାଲରେ ପ୍ରବେଶ କରିଥିବା ଦଳ : ଭାରତୀୟ ମୁଦ୍ରାରେ ପ୍ରାୟ ୬.୫୪ କୋଟି ଟଙ୍କା
ସୁପର -୮ ରେ ପହଞ୍ଚିଥିବା ଦଳଗୁଡିକ: ଭାରତୀୟ ମୁଦ୍ରାରେ ପ୍ରାୟ ୩.୧୭ କୋଟି ଟଙ୍କା
ଯେଉଁ ଦଳଗୁଡିକ ୯ ରୁ ୧୨ ତମ ସ୍ଥାନରେ ରହିଛନ୍ତି: ଭାରତୀୟ ମୁଦ୍ରାରେ ପ୍ରାୟ ୨.୦୫ କୋଟି ଟଙ୍କା
ଯେଉଁ ଦଳଗୁଡିକ ୧୩ ରୁ ୨୦ ତମ ସ୍ଥାନରେ ରହିଛନ୍ତି: ଭାରତୀୟ ମୁଦ୍ରାରେ ପ୍ରାୟ ୧.୮୭ କୋଟି ଟଙ୍କା












Click it and Unblock the Notifications