T20 World Cup 2024: ଟି-୨୦ ବିଶ୍ଵକପ ସେମିରେ ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା

ସେମିରେ ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା । ରୋମାଞ୍ଚକର ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସେହିପରି ଏକ ତରଫା ଭାବେ ଆମେରିକାକୁ ହରାଇ ସେମିରେ ଇଂଲଣ୍ଡ ପ୍ରବେଶ କରିଛି ।

ସେମିରେ ଇଂଲଣ୍ଡ

କ୍ରିସ୍‌ ଜୋର୍ଡାନଙ୍କ ହାଟ୍ରିକ ଏବଂ ଜୋଶ୍‌ ବଟ୍‌ଲରଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପ୍ରଥମ ଦଳଭାବେ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚ୍‌ରେ ଏହି ଦଳ ଆମେରିକାକୁ ୧୦ ଉଇକେଟରେ ପରାସ୍ତ କରିଛି।

ଆମେରିକା ୧୮.୫ ଓଭରରେ ୧୧୫ ରନ୍‌ରେ ଅଲ୍‌ଆଉଟ ହୋଇଥିବାବେଳେ ଇଂଲଣ୍ଡ ୯.୪ ଓଭରରେ କୌଣସି ଉଇକେଟ ନ ହରାଇ ୧୧୭ ରନ ସଂଗ୍ରହ କରିନେଇଥିଲା। ଅଧିନାୟକ ଜୋଶ୍‌ ବଟ୍‌ଲର ୩୮ ବଲ୍‌ରୁ ୮୩ ଓ ଫିଲ୍‌ ସଲ୍ଟ ୨୫ ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ୩ ମ୍ୟାଚ୍‌ରୁ ୨ୟ ବିଜୟ ସହ ୪ ପଏଣ୍ଟରେ ପହଁଚିଛି । ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ୍‌ର ପ୍ରଥମ ପଦାର୍ପଣରେ ଆମେରିକା ସ୍ମରଣୀୟ ପ୍ରଦର୍ଶନ ସହ ସୁପର-୮ରୁ ଅଭିଯାନ ଶେଷ କରିଛି ।

England and South Africa

ସେମିରେ ଦକ୍ଷିଣ ଆଫ୍ରିକା

ସୋମବାର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଡିଏଲଏସ ନିୟମ ଅନୁଯାୟୀ ୩ ୱିକେଟ୍ ଜିତିଥିଲା।

ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ଜିତିବା ପାଇଁ ୧୭ ଓଭରରେ ୧୨୩ ରନ୍ ଆବଶ୍ୟକ ଥିଲା। ଯାହାକୁ ଦଳ ୫ ବଲ ବାକି ଥାଇ ହାସଲ କରି ନେଇଥିଲା। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ଗ୍ରୁପ-୨ରେ ୬ ପଏଣ୍ଟ ସହିତ ଶୀର୍ଷରେ ରହିଥିଲାବେଳେ ଇଂଲଣ୍ଡ ୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ପାଞ୍ଚ ରନ୍ ସ୍କୋର କରିବା ଆବଶ୍ୟକ ଥିଲା। ଶେଷ ଓଭର ପକାଇବାକୁ ଆସିଥିବା ଓବେଡ ମ୍ୟାକକୋଇଙ୍କ ଓଭରର ପ୍ରଥମ ବଲରେ ଛକା ମାରି ମାର୍କୋ ଜାନସେନ୍ ଦକ୍ଷିଣ ଆଫ୍ରିକା ଦଳକୁ ବିଜୟ ପ୍ରଦାନ କରିଥିଲେ। ଜାନସେନ୍ ୨୧ ରନ୍ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ରୋଷ୍ଟନ୍ ଚେଜ୍ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ଏବଂ ଆଣ୍ଡ୍ରେ ରସେଲ ଏବଂ ଅଲଜାରି ଜୋସେଫ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ,

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ଆଠ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ନିକୋଲାସ୍ ପୁରାନ୍ ୪୨ ବଲରେ ୫୨ ରନର ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ତିନୋଟି ଚୌକ ଓ ଦୁଇଟି ଛକା ଥିଲା। ସେହିପରି ଓପନର ବ୍ୟାଟର କାଇଲ୍ ମାୟର୍ସ ୩ ଚୌକ ଓ ଦୁଇଟି ଛକା ସହାୟତାରେ ୩୪ ବଲରେ ୩୫ ରନ୍ ସଂଗ୍ରହ କରିଥିଲେ। ଆଫ୍ରିକା ପାଇଁ ଚାଇନମ୍ୟାନ ବୋଲର ତାବ୍ରେଜ ଶାମସି ୨୭ ରନ୍ ବ୍ୟୟ କରି ତିନୋଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଶବ ମହାରାଜ, ମାର୍କୋ ଜାନସେନ୍, କାଗିସୋ ରାବାଡା ଏବଂ ଆଡେନ ମାର୍କ୍ରାମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+