T20 World Cup 2024: ଅକ୍ଷରଙ୍କ ହାତରେ ବିଶ୍ୱକପ 2024 ର ସର୍ବୋତ୍ତମ କ୍ୟାଚ୍, ଚକ୍କିତ ହୋଇଉଠିଲା ସାରା ଷ୍ଟାଡିୟମ୍

T20 World Cup 2024: ଟି20 ବିଶ୍ୱକପ୍ ସୁପର8 ପର୍ଯ୍ୟାୟ ଜାରି ରହିଛି । ଗତକାଲି(ସୋମବାର) ମୁହାଁମୁହିଁ ହୋଇଥିଲେ ଭାରତ ଓ କଙ୍ଗାରୁଦଳ । ଏହି ମ୍ୟାଚ୍ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଅତ୍ୟନ୍ତ କଷ୍ଟକର କ୍ୟାଚ୍ ନେଇଛନ୍ତି । ଅକ୍ଷରଙ୍କ ଏହି କ୍ୟାଚ୍ ଦେଖି ଆପଣ ମଧ୍ୟ କହିବେ ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ କ୍ୟାଚ୍ । ଏହି କ୍ୟାଚ୍ ପରେ ଅକ୍ଷର ପଟେଲ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛନ୍ତି ।

T20 World Cup 2024 Ind Va AUS

ଅକ୍ଷରଙ୍କ ହାତରେ ଗଜବ କ୍ୟାଚ୍

କୁଲଦୀପ ଯାଦବ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଥିଲେ । 28 ବଲରେ 37 ରନ୍ ସ୍କୋର କରିବା ପରେ ମିଚେଲ ମାର୍ଶ ଅକ୍ଷର ପଟେଲଙ୍କ ହାତରେ ଲାଗିଥିବା କ୍ୟାଚ୍ ବଳରେ ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ ଖୁବ୍ ଜୋରରେ ଉପରକୁ ଡେଇଁ ମାର୍ଶଙ୍କର ଏହି ଜବରଦସ୍ତ କ୍ୟାଚ୍ ନେଇଥିଲେ । ଏହା ଦେଖି କ୍ୟାପଟେନ ରୋହିତ ଶର୍ମା ଏବଂ ୱିକେଟ୍ କିପର ଋଷଭ ପନ୍ତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାରା ଷ୍ଟାଡିୟମ୍ ମଧ୍ୟ ଚକ୍କିତ ହୋଇଯାଇଥିଲା । ଏହା ପରେ ଏହା ନିଶ୍ଚିତ ହୋଇଛି ଯେ ଅକ୍ଷର ପଟେଲ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ପାଇବେ ।

ଭାରତ ଖେଳିଛି ଭଲ ପାଳି

ଟସ୍ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 5 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲାା । ଅଧିନାୟକ ରୋହିତ ଶର୍ମା ଚମତ୍କାର ଇନିଂସ ଖେଳି 92 ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ଡେଭିଡ ୱାର୍ନର ପ୍ରଥମ ଓଭରରେ ଆଉଟ ହୋଇଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଗୋଟିଏ ପାର୍ଶ୍ୱରୁ ଦଳ ପରିଚାଳନା ପାଇଁ କାର୍ଯ୍ୟ କରିଥିଲେ ।

ରୋହିତଙ୍କ ରେକର୍ଡ ବର୍ଷା

41 ବଲରେ 92 ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ । ରୋହିତ ଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ ମଧ୍ୟ ସେ ତାଙ୍କ ନାମରେ ଅନେକ ବଡ଼ ରେକର୍ଡ ସାମିଲ କରିଛନ୍ତି । ରୋହିତ ଶର୍ମା 19 ଟି ବଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଟି -20 ଫର୍ମାଟରେ ତାଙ୍କର 200 ଛକା ମଧ୍ୟ ପୂରଣ କରିବାର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+