ଭାରତ ବିପକ୍ଷରେ ଟସ୍‌ ଜିତି ବୋଲିଂ ନେଲା ଅଷ୍ଟ୍ରେଲିଆ

ସୋମବାର ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍‌-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଛି ।ବିଶ୍ୱକପର ଫାଇନାଲ ଭଳି ଆଜି ସୁପର ୮ର ଶେଷ ମ୍ୟାଚ୍‌ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚ ଭଳି ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଟସ୍ ହାରିଥିଲେ ।

ଗ୍ରୁପ-୨ରେ ସମସ୍ତ ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ମାତ ଦେଇ ଇଂଲଣ୍ଡ ମଧ୍ୟ ସେମିରେ ପହଞ୍ଚିଛି । ବର୍ତ୍ତମାନ ଗ୍ରୁପ-୧ର ୨ଟି ଦଳକୁ ଅପେକ୍ଷା ରହିଛି । ତେବେ ସୁପର-୮ ମୁକାବିଲାରେ ୨ଟି ମ୍ୟାଚରେ ବିଜୟୀ ହୋଇ ଟିମ ଇଣ୍ଡିଆ ତାଲିକାର ଶୀର୍ଷରେ ରହିଛି ।

india vs Australia

ଅନ୍ୟ ସମସ୍ତ ଦଳ ଗୋଟିଏ ଲେଖାଏଁ ବିଜୟୀ ହୋଇଛନ୍ତି । ତେବେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଉଥିବା ବେଳେ ଏହି ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲ ଟିକେଟ ନିଶ୍ଚିତ କରିବାକୁ ଚାହିଁବ । ତେବେ ଭାରତ ଯଦି ଶୀର୍ଷରେ ରହି ସେମି ଫାଇନାଲରେ ପ୍ରବେଶ କରେ, ତେବେ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ରୋହିତ ସେନା ।

ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ କିମ୍ବା ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ ଦଳ ଟପ୍ ପୋଜିସନରେ ସେମି ଫାଇନାଲ ଟିକେଟ ପାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+