ଟି-20 ବିଶ୍ୱକପ: ଡେଥ ଓଭରରେ ଭୁବିଙ୍କ ଅପେକ୍ଷା ଅଧିକ ଭରସାଯୋଗ୍ୟ ଏହି ବୋଲର !

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି । ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛି ।

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି । ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛି । ଭାରତୀୟ ଖେଳାଳିମାନେ ମଧ୍ୟ ପର୍ଥରେ ସେମାନଙ୍କର ପ୍ରଥମ ପ୍ରଶିକ୍ଷଣ ଅଧିବେଶନ ଶେଷ କରିଛନ୍ତି । ଅଭ୍ୟାସ ସମୟରେ ଭାରତୀୟ ଖେଳାଳିମାନେ ଖୁବ୍ ଝାଳ ବୁହାଇଛନ୍ତି । ଭାରତୀୟ ଦଳ ବିଶ୍ୱକପ ପୂର୍ବରୁ ଟି-20 ସିରିଜରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସମର୍ଥ ହୋଇଛି ।

T20 World Cup 2022

ଗତ ଏସିଆ କପ୍ ଠାରୁ ଡେଥ୍ ବୋଲିଂ ଏବେ ଭାରତ ପାଇଁ ବଡ ସମସ୍ୟା ପାଲଟିଛି । ଭାରତୀୟ ଦ୍ରୁତ ବୋଲରମାନେ ଡେଥ ଓଭରରେ ଆଶା କରାଯାଉଥିବା ପ୍ରଦର୍ଶନ କରି ପାରୁ ନାହାନ୍ତି । ବିଶେଷକରି ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ଭୁବନେଶ୍ୱର କୁମାର ଗତ କିଛି ମ୍ୟାଚରେ ମହଙ୍ଗା ପଡିଛନ୍ତି । ଭାରତୀୟ ଡେଥ ଓଭର ବୋଲିଂ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ପରାଜୟର କାରଣ ଥିଲା ।

ତେବେ ହରଭଜନ ସିଂ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଯେ, ଦୀପକ ଚହର ହେଉଛନ୍ତି ଏକମାତ୍ର ବୋଲର ଯିଏ ଉଭୟ ପାର୍ଶ୍ୱରୁ ବଲ ସୁଇଙ୍ଗ କରିପାରିବେ। ବର୍ତ୍ତମାନ ଦୀପକ ଚହର ଭୁବନେଶ୍ୱର କୁମାରଙ୍କ ଅପେକ୍ଷା ଜଣେ ଭଲ ବୋଲର। ପାୱାରପ୍ଲେରେ ୱିକେଟ୍ ନେବା ସହିତ ସେ ଡେଥ ଓଭରରେ ଭଲ ବୋଲିଂ କରୁଛନ୍ତି। ବିଶ୍ୱକପ ଦଳରେ ଦୀପକ ଚହରଙ୍କୁ ସ୍ଥାନ ଦେବା ଉଚିତ ବୋଲି ଭଜ୍ଜି କହିଛନ୍ତି ।

ସୂଚନାଥାଉ କି, ଜସପ୍ରୀତ ବୁମରା ଆହତ କାରଣରୁ ଏସିଆ କପରୁ ବାହାରିଥିବା ବେଳେ ଟି-20 ବିଶ୍ୱକପରେ ମଧ୍ୟ ଦଳ ସହ ରହିବେ ନାହିଁ । ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ନାମରେ ଆଲୋଚନା ଜୋରଦାର ହେଉଛି । କିନ୍ତୁ ଭଜ୍ଜି ବିଶ୍ୱାସ କରନ୍ତି ଯେ ଦୀପକ ଚହରଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିବା ଉଚିତ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ପାଇଁ ଚହର ଭଲ ପ୍ରଦର୍ଶନ କରିଛନ୍ତି । ସେ ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ଏସିଆ କପ୍ ପରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜରେ ଭାରତର ଦୁର୍ବଳ ଡେଥ୍ ବୋଲିଂରେ ଉନ୍ନତି ଆଣିବାର ସୁଯୋଗ ପାଇଲା । ଉଭୟ ଦଳ ବିପକ୍ଷରେ ଭାରତୀୟ ଦ୍ରୁତ ବୋଲରମାନେ ଶେଷ ଓଭରରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏଭଳି ପରିସ୍ଥିତିରେ ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ, ତେବେ ସେହି ମ୍ୟାଚରେ ଜିତିବାର ସମ୍ଭାବନା ବହୁ ପରିମାଣରେ କମିଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+