ଟି-20 ବିଶ୍ୱକପ: ପ୍ରଥମେ ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ

ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରୁଛି ।

ଦୁବାଇ: ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ ଦଳ ଟି-20 ବିଶ୍ୱକପ 2021ରେ ପ୍ରଥମ ବିଜୟ ଖୋଜୁଥିବା ବେଳେ ମଙ୍ଗଳବାର ଦୁବାଇ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରୁଛି ।

South Africa vs West Indies

ଦକ୍ଷିଣ ଆଫ୍ରିକାର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ଏହି ମ୍ୟାଚ୍‌ରେ ଖେଳୁ ନାହାଁନ୍ତି। ଶେଷ ମ୍ୟାଚ୍ ବିଷୟରେ କହିବାକୁ ଗଲେ କାରିବିଆନ୍ ଦଳ ଇଂଲଣ୍ଡ ସାମ୍ନାରେ ମାତ୍ର 55 ରନରେ ଆଣ୍ଠେଇ ପଡିଥିଲା ଏବଂ 6 ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। 2 ଥର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଦଳ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ।

ଅନ୍ୟପକ୍ଷରେ ସୁପର-12ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ 5 ୱିକେଟରେ ପରାସ୍ତ କରିଥିଲା । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ମଧ୍ୟ କିଛି ବିଶେଷ କରିପାରି ନଥିଲେ ଏବଂ ଅଷ୍ଟ୍ରେଲିଆକୁ ମାତ୍ର 119 ରନ୍ ଟାର୍ଗେଟ୍ ଦେବାରେ ସକ୍ଷମ ହୋଇଥିଲେ । ତେବେ ଦକ୍ଷିଣ ଆଫ୍ରିକାର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଛୋଟ ଟାର୍ଗେଟ୍ ମ୍ୟାଚକୁ ରୋମାଞ୍ଚକର କରିଥିଲେ। ଦକ୍ଷିଣ ଆଫ୍ରିକାର ଆକ୍ରମଣର ଦାୟିତ୍ୱ କାଗିସୋ ରାବାଡା, ଅନ୍ରିଚ୍ ନୋର୍କିଆ, ଟାବ୍ରେଜ୍ ଶାମସି ଏବଂ କେଶବ ମହାରାଜଙ୍କ ଉପରେ ରହିଛି। ୱେଷ୍ଟଇଣ୍ଡିଜକୁ ମଧ୍ୟ ସେମାନଙ୍କ ରନ୍ ହାରରେ ଉନ୍ନତି ଆଣିବାକୁ ଧ୍ୟାନ ଦେବାକୁ ପଡିବ।

  • ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବାଭୁମା (ଅଧିନାୟକ), ରେଜା ହେଣ୍ଡ୍ରିକ୍ସ, ରସି ଭାନ୍ ଡେର୍ ଡୁସେନ୍, ଆଡେନ ମାର୍କ୍ରାମ, ହେନ୍ରିକ୍ କ୍ଲାସେନ୍ (ୱିକେଟକିପର), ଡେଭିଡ ମିଲର, ଡୱେନ ପ୍ରିଟୋରିଅସ, କେଶଭ ମହାରାଜ, କାଗିସୋ ରାବାଡା, ଆନ୍ରିକ୍ ନୋର୍କିଆ, ଟାବାରିଜ ଶାମସି ।
  • ୱେଷ୍ଟଇଣ୍ଡିଜ ଏକାଦଶ: ଲେଣ୍ଡଲ୍ ସିମନ୍ସ, ଇଭିନ୍ ଲୁଇସ୍, କ୍ରିସ୍ ଗେଲ୍, ଶିମ୍ରନ୍ ହେଟମିର୍, ନିକୋଲାସ୍ ପୁରାନ୍ (ୱିକେଟକିପର), କିରନ୍ ପୋଲାର୍ଡ (ଅଧିନାୟକ), ଆଣ୍ଡ୍ରେ ରସେଲ, ଡୱେନ ବ୍ରାଭୋ, ଆକିଲ ହୋସେନ, ହେଡେନ ୱାଲଶ ଜ୍ର ଏବଂ ରବି ରାମ୍ପାଉଲ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+