ଟି-20 ବିଶ୍ୱକପ 2021: ସ୍କଟଲ୍ୟାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ
ସ୍କଟଲ୍ୟାଣ୍ଡ ଟି-20 ବିଶ୍ୱକପ 2021ରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି । ମଙ୍ଗଳବାର ଦିନ ଅଲ ଏମିରେଟ୍ସରେ ଖେଳାଯାଇଥିବା ଯୋଗ୍ୟତା ମ୍ୟାଚରେ ସେମାନେ ପାପୁଆ ନ୍ୟୁ ଗିନି (ପିଏନଜି) କୁ 17 ରନରେ ପରାସ୍ତ କରିଛନ୍ତି।
ଦୁବାଇ: ସ୍କଟଲ୍ୟାଣ୍ଡ ଟି-20 ବିଶ୍ୱକପ 2021ରେ କ୍ରମାଗତ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିଛି । ମଙ୍ଗଳବାର ଦିନ ଅଲ ଏମିରେଟ୍ସରେ ଖେଳାଯାଇଥିବା ଯୋଗ୍ୟତା ମ୍ୟାଚରେ ସେମାନେ ପାପୁଆ ନ୍ୟୁ ଗିନି (ପିଏନଜି) କୁ 17 ରନରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ 2 ପଏଣ୍ଟ ପାଇ ମୋଟ 4 ପଏଣ୍ଟ ସହ ଗ୍ରୁପ୍-ବି ଶୀର୍ଷରେ ପହଞ୍ଚିଛି ସ୍କଟଲ୍ୟାଣ୍ଡ । ଏଥି ସହିତ ପିଏନଜି ଦଳକୁ କ୍ରମାଗତ ଦ୍ୱିତୀୟ ପରାଜୟର ସାମ୍ନା କରିଛି ।

ଅଲ ଏମିରେଟ୍ସରେ ଖେଳାଯାଇଥିବା ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 9ୱିକେଟ ହରାଇ 165 ରନ ସ୍କୋର କରିଥିଲା । ଦଳ ପାଇଁ ରିଚି ବେରଙ୍ଗଟନ୍ଙ୍କ 70 ରନର ଚମତ୍କାର ଇନିଂସ ଖେଳିଥିଲେ । ତେବେ ଜବାରେ ପିଏନଜି ଦଳ ମାତ୍ର 148 ରନ୍ ସ୍କୋର କରି ପାରିଥିଲା ।
ରିଚି ବେରିଙ୍ଗଟନ୍ ଚମତ୍କାର ପ୍ରଦର୍ଶନ କରି 49 ବଲରେ 6 ଟି ଚୌକା ଓ 3ଟି ଛକା ମାରିଥିଲେ। ସେ ତୃତୀୟ ୱିକେଟ୍ ପାଇଁ ମାଥ୍ୟୁ କ୍ରସ୍ (45) ଙ୍କ ସହ 92 ରନ୍ ଭାଗିଦାରୀ ବାଣ୍ଟିଥିଲେ ଏବଂ ସ୍କଟଲ୍ୟାଣ୍ଡର ଚ୍ୟାଲେଞ୍ଜିଂ ସ୍କୋର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କ୍ରସ୍ 36 ବଲର ସମ୍ମୁଖୀନ ହୋଇ 2ଟି ଚୌକା ଓ 2ଟି ଛକା ମାରିଥିଲେ । ପିଏନଜି ପାଇଁ ବାମହାତୀ ପେସର୍ କାବୁଆ ମୋରା 31 ରନର ବ୍ୟୟରେ 4ଟି ୱିକେଟ ନେଇଥିବାବେଳେ ପେସର୍ ଚାଡ୍ ସୋପର୍ 24 ରନର ବ୍ୟୟରେ 3ଟି ୱିକେଟ ନେଇଥିଲେ ।
166 ରନର ଲକ୍ଷ୍ୟକୁ ପଛରେ ପକାଇ ପିଏନଜି ଦଳର ବହୁତ ଖରାପ ଆରମ୍ଭ କରିଥିଲା । ସେମାନଙ୍କ ୱିକେଟ୍ ମଧ୍ୟ ନିୟମିତ ବ୍ୟବଧାନରେ ଖସିଥିଲା । ପିଏନଜି ଦଳର ଅଧା ଖେଳାଳି ମାତ୍ର 35 ରନରେ ପାଭିଲିୟନକୁ ଫେରିଥିଲେ । ତା'ପରେ ଲାଗୁଥିଲା ଯେ ଦଳ 100 ରନ୍ ମାର୍କ ମଧ୍ୟ ଅତିକ୍ରମ କରିପାରିବ ନାହିଁ, କିନ୍ତୁ ନରମାନ ଭାନୁଆ ଆଶା ବଢାଇ 7 ନମ୍ବରରେ ବ୍ୟାଟିଂ କରୁଥିବାବେଳେ 47 ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କର 37 ବଲ ଇନିଂସରେ 2ଟି ଚୌକା ଓ 2 ଛକା ମାରିଥିଲେ। ଭାନୁଆ କିପଲିନ୍ ଡୋରିଗା (18) ଙ୍କ ସହ ସପ୍ତମ ୱିକେଟ୍ ପାଇଁ 53 ରନ୍ ଭାଗିଦାରୀ ମଧ୍ୟ ବାଣ୍ଟିଥିଲେ। ସେସେ ବାଉ 24 ରନ୍ ଯୋଡିଥିଲେ ଏବଂ ଷଷ୍ଠ ୱିକେଟ୍ ପାଇଁ ନରମାନଙ୍କ ସହ 32 ରନ୍ ଭାଗିଦାରୀ ବାଣ୍ଟିଥିଲେ। ସେସେ 23 ବଲରେ 1 ଚାରି ଏବଂ 1 ଛକା ମାରିଥିଲେ । ସ୍କଟଲ୍ୟାଣ୍ଡ ପାଇଁ ଜୋସ୍ ଡେଭି 18 ରନ୍ ପାଇଁ 4 ୱିକେଟ୍ ନେଇଥିଲେ।












Click it and Unblock the Notifications