ଟି-20 ବିଶ୍ୱକପ 2021: ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ପ୍ରଥମେ ବୋଲିଂ କରୁଛି ଭାରତ, ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ
ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ପ୍ରଥମେ ବୋଲିଂ କରୁଛି ଭାରତ, ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ
ଦୁବାଇ: ଭାରତୀୟ ଦଳ ଟି-20 ବିଶ୍ୱକପ 2021ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ୱାର୍ମ ଅପ୍ ଖେଳୁଛି । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ପ୍ରଥମେ ବୋଲିଂ କରୁଛି । ଏହି ଅଭ୍ୟାସ ମ୍ୟାଚରେ ରୋହିତ ଶର୍ମା ବିରାଟ କୋହଲିଙ୍କ ବଦଳରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ତଥା ଶେଷ ୱାର୍ମ ଅପରେ ବ୍ୟାଟିଂ ଅର୍ଡର ଫାଇନାଲ କରିବାକୁ ଚେଷ୍ଟା କରିବ।

ଉଲ୍ଲେଖଥାଉ କି, ପ୍ରଥମ ଅଭ୍ୟାସ ମ୍ୟାଚରେ ଭାରତ 7 ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ହରାଇ 188 ରନ୍ ସଂଗ୍ରହ କରିଥିଲା। ଏହା ପରେ ଭାରତ 3ରେ ମ୍ୟାଚ ଜିତି ନେଇଥିଲା ।
ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚ୍ରେ ଅଧିନାୟକତ୍ୱ କରୁଛନ୍ତି। ସେହିପରି କୋହଲି, ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି ।
ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପ୍ଟେନ), କେଏଲ୍ ରାହୁଲ, ଇଶାନ କିଶନ, ଋଷଭ ପନ୍ତ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ଏବଂ ଭୁବନେଶ୍ୱର କୁମାର।
ଅଷ୍ଟ୍ରେଲିଆ ଦଳ: ଡେଭିଡ ୱାର୍ନର, ଆରୋନ ଫିଞ୍ଚ (ଅଧିନାୟକ), ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଏନିସ, ମାଥ୍ୟୁ ୱେଡ (ୱିକେଟକିପର), ଆଷ୍ଟନ୍ ଅଗର, ମିଚେଲ ଷ୍ଟାର୍କ, କେନ୍ ରିଚାର୍ଡସନ, ଆଦାମ ଜାମ୍ପା, ଗ୍ଲେନ ମ୍ୟାକ୍ସୱେଲ ଏବଂ ପ୍ୟାଟ କମିନ୍ସ।












Click it and Unblock the Notifications