ଟି-20 ବିଶ୍ୱକପ, 2ୟ ସେମିଫାଇନାଲ: ଟସ ହାରିଲା ପାକିସ୍ତାନ, ବ୍ୟାଟିଂରେ ଦମଦାର ଆରମ୍ଭ
ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରୁଛି ବାବର ଆଜାମଙ୍କ ପାକ୍ ଦଳ । ଆରମ୍ଭରୁ ଦମଦାର ଇନିଂସ ଖେଳିଛନ୍ତି ଅଧିନାୟକ ବାବର ଓ ୱିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ।
ଦୁବାଇ: ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ଟି-20 ବିଶ୍ୱକପ-2021 ସେମିଫାଇନାଲ ଆଜି ଦୁବାଇ ଗ୍ରାଉଣ୍ଡରେ ଖେଳାଯାଉଛି । ତେବେ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରୁଛି ବାବର ଆଜାମଙ୍କ ପାକ୍ ଦଳ । ଆରମ୍ଭରୁ ଦମଦାର ଇନିଂସ ଖେଳିଛନ୍ତି ଅଧିନାୟକ ବାବର ଓ ୱିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ । 4 ଓଭର ଖେଳ ଶେଷ ସୁଦ୍ଧା ପାକ୍ ଦଳ ଗୋଟିଏ ବି ୱିକେଟ ହରାଇ ନାହିଁ ଏବଂ ଖାତାରେ 29 ରନ ଯୋଡି ସାରିଛି ।

ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟି-20 ବିଶ୍ୱକପ 2016 ର ପ୍ରଥମ ରାଉଣ୍ଡରେ ଆଉଟ୍ ହେବା ପରେ ପାକିସ୍ତାନ ଏଥର ଚମତ୍କାର ପ୍ରଦର୍ଶନ କରିଛି। 2009 ଚାମ୍ପିଅନ୍ ପାକିସ୍ତାନ ହେଉଛି ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ, ଯିଏକି ଏପର୍ଯ୍ୟନ୍ତ ପରାଜୟର ସମ୍ମୁଖୀନ ହୋଇନାହାଁନ୍ତି ।
ପାକିସ୍ତାନ ଏକାଦଶ: ବାବର ଆଜାମ (କ୍ୟାପଟେନ), ମହମ୍ମଦ ରିଜୱାନ (ୱିକେଟ୍ ରକ୍ଷକ), ଫଖର ଜମାନ, ମହମ୍ମଦ ହାଫିଜ, ଶୋଏବ ମଲିକ, ଆସିଫ ଅଲି, ଇମାଦ ୱାସିମ, ଶାଦବ ଖାନ, ହାସନ ଅଲି, ହାରିସ ରାଉଫ ଏବଂ ଶାହିନ ଶାହ ଆଫ୍ରିଦି ।
ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ (କ୍ୟାପଟେନ), ଡେଭିଡ ୱାର୍ନର, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଷ୍ଟିଭ ସ୍ମିଥ, ମାଥ୍ୟୁ ୱେଡ (ୱିକେଟକିପର), ମାର୍କସ ଷ୍ଟୋଇନିସ, ଆଡାମ ଜାମ୍ପା, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications