ଟି-20 ବିଶ୍ଵକପ:: ପ୍ରଥମ ମ୍ଯାଚରେ ଦକ୍ଷିଣ ଆଫ୍ରିକାକୁ ଝଟକା, 5 ୱିକେଟରେ ହାରିଲା ଅଷ୍ଟ୍ରାଲିଆ ଠାରୁ

ନୂଆଦିଲ୍ଲୀ: ଟି-20 ବିଶ୍ଵକପର ସୁପର 12 ଷ୍ଟେଜ ମୁକାବିଲା ଆରମ୍ଭ ହୋଇଯାଇଛି। ଆବୁଧାବିରେ ଶନିବାର ଖେଳାଯାଇଥିବା ଟି-୨୦ ବିଶ୍ବକପର ରୋମାଞ୍ଚକର ପ୍ରଥମ ମ୍ଯାଚରେ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଝଟକ। ଏହି ମ୍ଯାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଦ୍ବାରା ୧୧୯ ରନର ଏକ ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଫଳରେ ମ୍ୟାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଥିଲା । ଶେଷ ଓଭରରେ ଅଷ୍ଟ୍ରେଲିଆ ୮ ରନ ଆବଶ୍ୟକ କରୁଥିବାବେଳେ ୨ଟି ବଲ ବାକି ଥାଇ କଙ୍ଗାରୁ ଦଳ ମ୍ୟାଚ ଜିତିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ ସ୍ମିଥ ୩୫ ଓ ଷ୍ଟଇନିସ ଅପରାଜିତ ୨୪ ରନ କରିଥିଲେ ।

T20 Aus SA

ଆଜି ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଇଡେନ ମାରକାମଙ୍କ ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାରକାମ ସର୍ବାଧିକ ୪୦ ରନ କରିଥିଲେ । କିନ୍ତୁ ସେ ଆଉଟ ହେବା ପରେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ହିଁ କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜସ ହାଜେଲଉଡ୍ ଓ ଆଡାମ ଜାମ୍ପା ୨ ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+