ଟି-20 ବିଶ୍ୱକପ: ଇତିହାସର ପୁନରାବୃତ୍ତି, ପାକିସ୍ତାନର ବିଶ୍ୱକପ ଆଶା ଧୂଳିସାତ କଲା କଙ୍ଗାରୁ ଟିମ୍

ରୋମାଞ୍ଚକର ମୁକାବିଲାରେ ବାଜି ମାତ୍ କଲା ଅଷ୍ଟ୍ରେଲିଆ । 5 ୱିକେଟରେ ପାକିସ୍ତାନକୁ କଲା ପରାସ୍ତ । ନ୍ୟୁଜିଲାଣ୍ଡକୁ ଫାଇନାଲେରେ ଭେଟବି କଙ୍ଗାରୁ ଟିମ ।

ଦୁବାଇ: ରୋମାଞ୍ଚକର ମୁକାବିଲାରେ ବାଜି ମାତ୍ କଲା ଅଷ୍ଟ୍ରେଲିଆ । 5 ୱିକେଟରେ ପାକିସ୍ତାନକୁ କଲା ପରାସ୍ତ । ଏବେ ନ୍ୟୁଜିଲାଣ୍ଡକୁ ଫାଇନାଲେରେ ଭେଟବି କଙ୍ଗାରୁ ଟିମ । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 176 ରନ କରିଥିଲା । ତେବେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଟିମ୍ ଗୋଟିଏ ଓଭର ହାତରେ ଥାଇ ମ୍ୟାଚ ଜିତି ନେଇଛି ।

 t20 world cup

ମ୍ୟାଥୁ ୱେଡ (41 ଅପରାଜିତ) ପାକ୍ ଦୃତ ବୋଲର ଶାହୀନ ଶାହା ଆଫ୍ରିଦିଙ୍କ ଶେଷ ତିନିଟି ବଲରେ ହ୍ୟାଟ୍ରିକ ଛକା ମାରି ଅଷ୍ଟ୍ରେଲିଆର ଫାଇନାଲ ଟିକେଟ୍ ପକା କରିଛନ୍ତି । ତାଙ୍କ ଦମଦାର ପାଳି ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରିଯାଇଛି । ୱେଡ 17 ବଲରୁ ବିସ୍ଫୋରକ 41 ରନ ଅପରାଜିତ ପାଳି ଖେଳି 2ଟି ଚୌକା ଓ 4ଟି ଛକା ମାରିଛନ୍ତି । ସେହିପରି ତାଙ୍କ ସହ ମାର୍କସ ଷ୍ଟୋଇନ୍ସ ମଧ୍ୟ ବିଜୟ ପାଳିରେ 31 ବଲରୁ 2ଟି ଚୌକା ଓ 2ଟି ଛକା ମାଧ୍ୟମରେ 40 ରନ କରିଛନ୍ତି । ଷଷ୍ଠ ୱିକେଟ ପାଇଁ ଉଭୟ 81 ରନର ଭାଗିଦାରୀ ଯୋଡିଥିଲେ ।

ଶେଷ 4 ଓଭରରେ ଜିତିବା ପାଇଁ ଅଷ୍ଟ୍ରେଲିଆ 50 ରନ୍ ଆବଶ୍ୟକ କରିଥିଲା। ଇନିଂସର 17 ତମ ଓଭରରେ ମାର୍କସ ଷ୍ଟୋଇନିସ ହାରିସ୍ ଅଲିଙ୍କ ଓଭରେର କ୍ରମାଗତ ଛକା ଓ ଚୌକା ମାରିଥିଲେ। ପରବର୍ତ୍ତୀ ଓଭରରେ, ମାଥ୍ୟୁ ୱେଡ ହାସନ ଅଲିଙ୍କ ଓଭରରେ 82 ମିଟର ଲମ୍ବ ଛକା ମାରିଥିଲେ, ଯାହା ମଧ୍ୟ ଉଭୟଙ୍କ ମଧ୍ୟରେ ଅର୍ଦ୍ଧ ଶତାବ୍ଦୀର ଭାଗିଦାରୀ ସମାପ୍ତ କରିଥିଲା। ୱେଡ ସେହି ଓଭରର ଶେଷ ବଲକୁ ଚୌକା ପାଇଁ ପଠାଇଥିଲେ । ଫଳରେ ଶେଷ 2 ଓଭରରେ 28 ରନ୍ ହୋଇଗଲା । 19 ତମ ଓଭର ପାଇଁ ବାବର ଶାହିନ୍ ଶାହା ଆଫ୍ରିଦିଙ୍କୁ ବଲ୍ ଦେଇଥିଲେ। ଏହି ଓଭରର ପ୍ରଥମ 3ଟି ଟି ବଲରେ କୌଣସି ରନ୍ ସ୍କୋର ହୋଇ ନଥିଲା । କିନ୍ତୁ ଶେଷ ତିନୋଟି ବଲରେ ୱେଡ 3ଟି ଛକା ମାରି ଦଳକୁ ବିଜୟ ପ୍ରଦାନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+