ଟି-୨୦ ବିଶ୍ୱକପ: ବଦଲା ନେବା ପାଇଁ ଭାରତ ଆଗରେ 160 ରନ ବିଜୟ ଲକ୍ଷ୍ୟ
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 159 ରନ କରିଛି ପାକିସ୍ତାନ । ଫଳରେ ପୂର୍ବ ବିଶ୍ୱକପର ବଦଲା ନେବାକୁ ପାଇଁ ଭାରତ ଆଗରେ 160 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଛି ।
ମେଲବୋର୍ଣ୍ଣ: ଜାରି ରହିଛି ଚଳିତ ଟି-୨୦ ବିଶ୍ୱକପର ବହୁ ପ୍ରତୀକ୍ଷିତ ମ୍ୟାଚ ଭାରତ ବନାମ ପାକିସ୍ତାନ ମହାମୁକାବିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଁ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 159 ରନ କରିଛି ପାକିସ୍ତାନ । ଫଳରେ ପୂର୍ବ ବିଶ୍ୱକପର ବଦଲା ନେବାକୁ ପାଇଁ ଭାରତ ଆଗରେ 160 ରନ ବିଜୟ ଲକ୍ଷ୍ୟ ଠିଆ ହୋଇଛି ।

ମ୍ୟାଚ ଆରମ୍ଭରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ନତମସ୍ତକ ହୋଇଥିବା ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବିରୋଧରେ ହିଟମ୍ୟାନଙ୍କ ରଣନୀତି ସଫଳ ହୋଇଛି।
ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରେ ଆକ୍ରମଣାତ୍ମକ ବୋଲିଂ ପରେ 2ୟ ଓଭରରେ ପାକ୍ ଅଧିନାୟକଙ୍କୁ ପାଭିଲିଅନ ଫଠାଇଥିଲେ ଅର୍ଶଦୀପ ସିଂ । ପରବର୍ତ୍ତୀ ଓଭରରେ ମହମ୍ମଦ ରିଜୱାନଙ୍କୁ ମଧ୍ୟ କ୍ୟାଚ୍ ଆଉଟ୍ କରାଇଥିଲେ ସେ । ତେବେ ଇଫ୍ଟିଖର ଅହମ୍ମଦ ଇନିଂସ ପାକିସ୍ତାନ ସ୍କୋର ବୋର୍ଜର ଦାୟିତ୍ୱ ନେଇଥିଲା । ସେ 2 ଚୌକା ଓ 4ଟି ଛକା ସହାୟତାରେ 34 ବଲରେ 51 ରନର ଏକ ବଡ଼ ଇନିଂସ ଖେଳିଥିଲେ । କିନ୍ତୁ ମହମ୍ମଦ ଶାମି ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ।
ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପକ୍ଷରୁ ଉତ୍କୃଷ୍ଟ ବୋଲିଂ ମଧ୍ୟ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ହାଇଦର ଅଲିଙ୍କ ୱିକେଟ୍ ନେଇଥିଲେ ଏବଂ ପରେ ଅଙ୍ଗଭଙ୍ଗୀରେ ତାଙ୍କୁ ପରିହାସ କରିଥିଲେ। ତାଙ୍କ ଶୈଳୀ ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଛି। ତେବେ ହାର୍ଦ୍ଦିକ୍ 4 ଓଭରରେ 30 ରନ୍ ଦେଇ 3 ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଛନ୍ତି। ହାର୍ଦ୍ଦିକ ପ୍ରଥମେ ଷ୍ଟାର ଅଲରାଉଣ୍ଡର ଶାଦବ ଖାନଙ୍କୁ, ଏହା ପରେ ହାଇଦାର ଅଲି ଏବଂ ମହମ୍ମଦ ନୱାଜଙ୍କୁ ମଧ୍ୟ ଶସ୍ତା ପ୍ୟାଭିଲିୟନର ରାସ୍ତା ଦେଖାଯାଇଥିଲା ।












Click it and Unblock the Notifications