Get Updates
Get notified of breaking news, exclusive insights, and must-see stories!

ସ୍ବଦେଶରେ ପହଞ୍ଚିଲା ବିଶ୍ଵ ବିଜେତା ଟିମ୍ ଇଣ୍ଡିଆ; ଦିଲ୍ଲୀ ବିମାନ ବନ୍ଦରରେ ଜନ ସମୁଦ୍ର, ଇଣ୍ଡିଆ - ଇଣ୍ଡିଆ

ସ୍ବଦେଶରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଦଳ । ଦୀର୍ଘ ଦିନର ବ୍ୟବଧାନ ପରେ ଟିମ୍ ଇଣ୍ଡିଆ ସ୍ବଦେଶରେ ପହଁଚିଛି । ଲୋକେ ନିଜର ପସନ୍ଦ ଯୋଗ୍ୟ ଖେଳାଳୀଙ୍କ ଫଟୋ ଧରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସବୁଠୁ ଗୋଟିଏ ଶବ୍ଦ ଇଣ୍ଡିଆ ଇଣ୍ଡିଆ। ଦିଲ୍ଲୀ ଏୟାରପୋର୍ଟ ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି ।

ରୋହିତ ଶର୍ମା ଏବଂ ଭାରତୀୟ ଖେଳାଳିଙ୍କ ପ୍ରଥମ ଝଲକ ଟି-୨୦ ବିଶ୍ୱକପ ଟ୍ରଫି ସହିତ ପ୍ରକାଶ ପାଇଛି । ରୋହିତ ଶର୍ମାଙ୍କ ହାତରେ ଏହି ଟ୍ରଫି ଦୃଶ୍ୟମାନ ହେଉଛି । ବିମାନବନ୍ଦର ଛାଡିବାବେଳେ ସେ ଏହାକୁ ତାଙ୍କ ହାତରେ ଧରିଥିଲେ ।

Team India

ଟିମ୍ ଇଣ୍ଡିଆ ହୋଟେଲକୁ ଗଲା

ଟିମ୍ ଇଣ୍ଡିଆ ବିମାନବନ୍ଦର ଛାଡି ହୋଟେଲ ଅଭିମୁଖେ ଯାତ୍ରା କରିଛି। ରୋହିତ ଶର୍ମା, ବିରାଟ କୋହଲି, ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ଖେଳାଳି ଦଳ ବସ୍‌ରେ ଅଛନ୍ତି ।

୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଭାରତୀୟ ଦଳ ବାରବାଡୋସରୁ ଦିଲ୍ଲୀରେ ପହଞ୍ଚିଥିଲେ । ଖରାପ ପାଗ ଯୋଗୁଁ ବିସିସିଆଇ ଭାରତୀୟ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏକ ସ୍ୱତନ୍ତ୍ର ବିମାନର ଆୟୋଜନ କରିଥିଲା ଯେଉଁଥିରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ସେମାନଙ୍କ ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ ବ୍ୟକ୍ତିମାନେ ମଧ୍ୟ ବିମାନରେ ଥିଲେ ।

୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି ଟିମ୍‌ ଇଣ୍ଡିଆ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟାଇଟଲ୍‌ ଜିତିବାରେ ସଫଳ ହୋଇଛନ୍ତି । ତେବେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବଡୋସ୍‌ରେ ଫସି ରହିଥିଲା । ସାମୁଦ୍ରିକ ବାତ୍ୟା ଯୋଗୁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାର୍ବାଡୋସ୍‌ରେ ଫସି ରହିଥିଲା

ଆଜି ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ଏହାପୂର୍ବରୁ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ଟିମ୍ ।

୧୯୮୩, ୨୦୦୭ ଓ ୨୦୧୧ରେ ୱାନ୍ ଡେ ୱାର୍ଲଡ୍ କପ୍ ଜିତିଥିଲା। ପ୍ରଥମ ଟିମ୍ ଭାବରେ ଅପରାଜେୟ ରହି ଟି-ଟ୍ବେଣ୍ଟି ବିଶ୍ବକପ ଜିତିଛି ଭାରତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+