ଟି-୨୦ ବିଶ୍ୱକପ: ପୂର୍ବତନ କଙ୍ଗାରୁ କ୍ୟାପଟେନଙ୍କ ଭବିଷ୍ୟବାଣୀ, ଭାରତ-ଅଷ୍ଟ୍ରେଲିଆ ଖେଳିବେ ଫାଇନାଲ୍
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ପୂର୍ବାନୁମାନ କରିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ।
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଆଡକୁ ଗତି କଲାଣି ଚଳିତ ଟି-20 ବିଶ୍ୱକପ । ସୁପର-12ରେ ଆଉ ଅଳ୍ପ ମ୍ୟାଚ ବଞ୍ଚିଥିବା ବେଳେ ସେମିଫାଇନାଲକୁ ନେଇ ନାନାଦି କଳ୍ପନା-ଜଳ୍ପନା ଲାଗି ରହିଛି । ମାତ୍ର ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ପୂର୍ବାନୁମାନ କରିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ।

ପଣ୍ଟିଂ ଆଇସିସି ସ୍ତମ୍ଭରେ ଲେଖିଛନ୍ତି, 'ସତ କହିବାକୁ ଗଲେ ମେଲବର୍ଣ୍ଣରେ କେଉଁ ଦଳ ଫାଇନାଲ ଖେଳିବ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ମୁଁ ଭାବୁଛି ଅଷ୍ଟ୍ରେଲିଆ ଯୋଗ୍ୟତା ପାଇବା ପାଇଁ ଏକ ଉପାୟ ଖୋଜିବ । ଏହି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ମଧ୍ୟ ବିପଜ୍ଜନକ ଦେଖାଯାଉଛି । କିନ୍ତୁ ମୁଁ କହିବି ଯେ, ଟୁର୍ଣ୍ଣାମେଣ୍ଟର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇ ପାରେ ।
ଟି-20 ବିଶ୍ୱକପରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 4 ଟି ମ୍ୟାଚ ମଧ୍ୟରୁ 3 ଟି ଜିତିଛି ଭାରତ। ଦଳ ପାକିସ୍ତାନ, ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶକୁ ପରାସ୍ତ କରି ଗ୍ରୁପ୍ ବି'ର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ଏଥି ସହିତ ଅଷ୍ଟ୍ରେଲିଆର ଦଳ ମଧ୍ୟ ଭାଗରେ ରହିଛି । ସେମାନଙ୍କର ଆଖି ଅନ୍ୟ ଦଳ ଉପରେ ମଧ୍ୟ ରହିଛି ଏବଂ ସେମାନଙ୍କୁ ଆଫଗାନିସ୍ତାନ ବିପକ୍ଷ ଶୁକ୍ରବାରର ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ । କାରଣ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ତୁଳନାରେ ଅଷ୍ଟ୍ରେଲିଆର ରନ୍ ହାର ବହୁତ କମ୍ ରହିଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ହାରିଛି । ଏଥି ସହିତ ବର୍ଷା ହେତୁ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ବାତିଲ କରିବାକୁ ପଡିଲା ଏବଂ ଉଭୟ ଦଳକୁ 1-1 ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଲା । ତେବେ ସେମାନେ ଆୟର୍ଲାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଛନ୍ତି । ଅଷ୍ଟ୍ରେଲିଆ ଦଳ ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଆସିବ। ଅଧିନାୟକ ଆରୋନ ଫିଞ୍ଚ ଏବଂ ଟିମ୍ ଡେଭିଡ ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଦେଖିବା ମଜାଦାର ହେବ। ଆୟର୍ଲାଣ୍ଡ ବିପକ୍ଷରେ ଖେଳିବାବେଳେ ଏହି ଦୁଇ ଖେଳାଳି ଆହତ ହୋଇଥିଲେ ।












Click it and Unblock the Notifications