ବାରବାଟୀରେ ଟି-୨୦ ମ୍ୟାଚ୍: ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
Sports News: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ୍ । ସୂଚନା ଅନୁସାରେ, କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ ତାରିଖରେ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ ଏନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବୁଧୁବାର ଏକ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି ।
ଟିମ୍ ଇଣ୍ଡିଆ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ୨୦୨୫ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ସହ ବିସିସିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ଯେ, ଦକ୍ଷିଣ ଆଫ୍ରିକା ଏହାର ଭାରତ ଗସ୍ତ ସମୟରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ ଯାହା ମଧ୍ୟରୁ ପ୍ରଥମ ଟି-୨୦ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଚଳିତବର୍ଷ ଭାରତ ୨ ଫର୍ମାଟରେ ଏକ ଆକର୍ଷଣୀୟ ପ୍ରତିଯୋଗିତା ପାଇଁ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ।

ପ୍ରଥମ ଟେଷ୍ଟ ମ୍ୟାଚ୍ ଗୌହାଟୀରେ ଆୟୋଜନ କରାଯିବ । ଏହି ସିରିଜ୍ ନଭେମ୍ବର ୧୪ ରେ ନୂଆଦିଲ୍ଲୀରେ ଆରମ୍ଭ ହେବ, ଗୌହାଟୀ ୨୨ ନଭେମ୍ବରରୁ ଦ୍ୱିତୀୟ ଟେଷ୍ଟ ଆୟୋଜନ କରିବ।












Click it and Unblock the Notifications