ଟି-୨୦ ବିଶ୍ୱକପରେ ପଞ୍ଜମ ବିପର୍ଯ୍ୟୟ: ହାରିଲା ପାକିସ୍ତାନ, ଜିତିଲା ଜିମ୍ୱାୱେ

ଚଳିତ ଟି-୨୦ ବିଶ୍ୱକପରେ ପଞ୍ଜମ ବିପର୍ଯ୍ୟୟ । ପାକିସ୍ତାନକୁ ୧ ରନରେ ପରାସ୍ତ କଲା ଜିମ୍ୱାୱେ । ୧୩୧ ଟାର୍ଗେଟକୁ ପିଛା କରି ପାକିସ୍ତାନ ମାତ୍ର ୧୨୯ ରନ କରିପାରିଛି ।

ପର୍ଥ: ଚଳିତ ଟି-୨୦ ବିଶ୍ୱକପରେ ପଞ୍ଜମ ବିପର୍ଯ୍ୟୟ । ପାକିସ୍ତାନକୁ ୧ ରନରେ ପରାସ୍ତ କଲା ଜିମ୍ୱାୱେ । ୧୩୧ ଟାର୍ଗେଟକୁ ପିଛା କରି ପାକିସ୍ତାନ ମାତ୍ର ୧୨୯ ରନ କରିପାରିଛି । ଚଳିତ ବିଶ୍ୱକପରେ ପାକିସ୍ତାନର ଏହା ଲଗାତାର ଦ୍ୱିତୀୟ ପରାଜୟ । ଫଳରେ ପାକିସ୍ତାନର ସେମିଫାଇନାଲ ଯିବା ରାସ୍ତ ପାଖାପାଖି ବନ୍ଦ ହୋଇ ସାରିଛି ।

T-20 World Cup

୧୩୧ ରନର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନକୁ ଶେଷ ଓଭରରେ ଜିତିବା ପାଇଁ ୧୧ ରନ ଦରକାର ଥିଲା। କ୍ରିଜରେ ଥିଲେ ମହମ୍ମଦ ନୱାଜ ଓ ମହମ୍ମଦ ୱାସିମ । ପ୍ରଥମ ବଲରେ ନୱାଜ ୩ ରନ ହାସଲ କରିଥିବା ବେଳେ ଦ୍ୱିତୀୟ ବଲରେ ୱାସିମ ଚୌକା ମାରିଥିଲେ । ତୃତୀୟ ବଲରେ ୧ ରନ ନେବା ପରେ ନୱାଜ ଷ୍ଟ୍ରାଇକକୁ ଆସିଥିଲେ । କିନ୍ତୁ ୪ର୍ଥ ବଲରେ ସେ କୌଣସି ରନ ହାସଲ କରିପାରି ନଥିଲେ । ୨ ବଲରେ ୩ ରନ ଦରକାର ଥିବା ବେଳେ ନୱାଜ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଯାଇ ଥିଲେ। ଶେଷ ବଲ ସାମ୍ନାକୁ କରିବାକୁ ଆସିଥିଲେ ଶାହୀନ ଶାହ ଆଫ୍ରିଦି। ଗୋଟିଏ ବଲରେ ଜିତିବାକୁ ୩ ରନ ଦରକାର ଥିବା ବେଳେ ଆଫ୍ରିଦି ସିଧା ମାରିଥିଲେ। ସେ ଦୁଇ ରନ ନେବାକୁ ଚେଷ୍ଟା କରୁଥିବା ବେଳେ ରନ ଆଉଟ ହୋଇଯାଇଥିଲା। ଫଳରେ ଜିମ୍ବାୱେ ୧ ରନରେ ବେଶ ରୋମାଞ୍ଚକର ଢଙ୍ଗରେ ପାକିସ୍ତାନକୁ ହରାଇ ଥିଲା।

Zimbabwe

ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ତାରକା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଓ ବାବର ଆଜମ ଯଥାକ୍ରମେ ୧୪ ଓ ୪ ରନ କରି ଆଉଟ ହୋଇଥିଲେ । ତେବେ ସାନ ମାସୁଦ ଲଢୁଆ ବ୍ୟାଟିଂ କରି ୪୪ ରନ କରିଥିଲେ । ମହମ୍ମଦ ନଓ୍ବାଜ (୨୨ ରନ )ଙ୍କ ବ୍ୟତିତ ଅନ୍ୟମାନେ ବିଫଳ ହୋଇଥିଲେ । ଜିମ୍ବାୱେ ପକ୍ଷରୁ ରାଜା ୩ଟି ୱିକେଟ ନେଇଥିବା ବେଳେ ଇଭାନ୍ସ ୨ଟି, ଲୁକି ଜୋଙ୍ଗୱେ ଓ ବ୍ଲେସିଂ ମୁଜାରାବାନି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି ।

ଏହାପୂର୍ବରୁ ସେନ ୱିଲିୟମ୍ସଙ୍କ ୩୧ ଓ ଶେଷ ଭାଗରେ ଇଭାନ୍ସଙ୍କ ୧୫ ବଲରେ ୧୯ ଯୋଗୁ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୦ ରନ କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ ୪ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ ୩ଟି ଓ ହରିଶ ରୌପ ଗୋଟିଏ ସଫଳତା ପାଇଥିଲେ ।

Zimbabwe

ଟି-୨୦ ବିଶ୍ୱକପରେ ଜିମ୍ବାୱେ ପ୍ରଥମଥର ପାଇଁ ପାକିସ୍ତାନକୁ ହରାଇବାର ରେକର୍ଡ କରିଛି । ପର୍ଥରେ ଐତିହାସିକ ବିଜୟ ପରେ ଜିମ୍ବାୱେ ଖେଳାଳିମାନେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କ ସହ ହାତ ମିଳାଇ ଉତ୍ସବ ମନାଇଛନ୍ତି । ଚଳିତ ବିଶ୍ୱକପର ସୁପର ୧୨ରେ ଏହା ଜିମ୍ବାୱେର ପ୍ରଥମ ବିଜୟ। ସେହିପରି ପାକିସ୍ତାନ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ ହାରି ବିଶ୍ୱକପରୁ ବିଦା ହେବା ସ୍ଥିତିକୁ ଚାଲି ଆସିଛି । ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ଭାରତ ଠାରୁ ହାରିଥିଲା । ଜିମ୍ବାୱେ ବିଜୟରେ ନାୟକ ସାଜି ୩ ୱିକେଟ ଦଖଲ କରିଥିବା ସିକନ୍ଦର ରାଜା ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ପାକିସ୍ତାନକୁ ହରାଇବା ପରେ ଜିମ୍ବାୱେ ଖେଳାଳିମାନେ ଖୁସିରେ କାନ୍ଦି ମଧ୍ୟ ପକାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+