ଟି-୨୦ ବିଶ୍ୱକପ: ବର୍ଷାରେ ଧୋଇଗଲା ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ମଅପ ମ୍ୟାଚ
ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଆଜି ଦ୍ୱିତୀୟ ତଥା ଅନ୍ତିମ ୱାର୍ମଅପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବାର ଥିଲା । ଅଷ୍ଟ୍ରେଲିଆର ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବାର ଥିଲା । ମାତ୍ର ବର୍ଷା ଯୋଗୁଁ ଏହି ମ୍ୟାଚ ଏବେ ବାତିଲ କରାଯାଇଛ
ବ୍ରିସବେନ: ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଆଜି ଦ୍ୱିତୀୟ ତଥା ଅନ୍ତିମ ୱାର୍ମଅପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବାର ଥିଲା । ଅଷ୍ଟ୍ରେଲିଆର ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବାର ଥିଲା । ମାତ୍ର ବର୍ଷା ଯୋଗୁଁ ଏହି ମ୍ୟାଚ ଏବେ ବାତିଲ କରାଯାଇଛି ।

କହିରଖୁ କି, ଭାରତୀୟ ସମୟ ପ୍ରାୟ ଅପରାହ୍ନ 1.30ରେ ମ୍ୟାଚ ଆରମ୍ଭ ହେବାର ଥିଲା । ଅପରାହ୍ନ 1ଟାରେ ଟସ୍ ପଡିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ବର୍ଷା କାରଣରୁ ଟସ୍ ପଡିବାରେ ବିଳମ୍ବ ହେବାରୁ ମ୍ୟାଚକୁ 15 ଓଭର ବିଶିଷ୍ଟ କରାଯିବାକୁ ସ୍ଥର କରାଗଲା ଏବଂ ଅଧିକ ଅଢଘଣ୍ଟା ଅପେକ୍ଷା କରିବାକୁ ନିଷ୍ପତ୍ତି ନେଲେ ଆୟୋଜକ । ମାତ୍ର ଷ୍ଟାଡିୟମ ପରିସରରେ ବର୍ଷା ଲାଗି ରହିବାରୁ ଭାରତୀୟ ସମୟ ପ୍ରାୟ 2ଟାରେ ମ୍ୟାଚକୁ ବାତିଲ କରାଗଲା । ଫଳରେ ଭାରତ ଏବେ ସିଧା ଆଗାମୀ 23 ତାରିଖରେ ପାକିସ୍ତାନ ବିପକ୍ଷରେ ଟି-20 ବିଶ୍ୱକପ ଟୁର୍ଣ୍ଣମେଣ୍ଟର ସୁପର-12 ମ୍ୟାଚ ଖେଳିବ ।
ଉଲ୍ଲଖଥାଉ କି, ଟିମ୍ ଇଣ୍ଡିଆ ନିଜର ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଆୟୋଜକ ଅଷ୍ଟ୍ରେଲିଆକୁ ଏକ ରୋମାଞ୍ଚକର ମୁକାବିଲାରେ ୬ ରନରେ ହରାଇଥିଲା । ଏହି ବିଜୟର ପ୍ରକୃତ ହିରୋ ଥିଲେ ମହମ୍ମଦ ଶାମି । ସେ ମାତ୍ର ଗୋଟିଏ ଓଭର୍ ବୋଲିଂକରି ୩ଟି ୱିକେଟ୍ ନେବା ସହ ଟିମ୍ ଇଣ୍ଡିଆକୁ ବିଜୟ ଦେଇଥିଲେ ।
ଟିମ ଇଣ୍ଡିଆ ସ୍କ୍ୱାଡ଼: ରୋହିତ ଶର୍ମା (କ୍ୟାପ୍ଟେନ୍), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ୍ (ୱିକେଟ୍କିପର୍), ଦିନେଶ କାର୍ତ୍ତିକ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଭୁବନେଶ୍ୱର କୁମାର, ହର୍ଷଲ୍ ପଟେଲ୍, ଅର୍ଶଦୀପ ସିଂହ, ମହମ୍ମଦ ଶମୀ ।












Click it and Unblock the Notifications