ଟି-୨୦ ବିଶ୍ୱକପ: ଚୁଡାନ୍ତ ହେଲା ସୁପର-12 ଲାଇନ୍-ଅପ୍; ଜାଣନ୍ତୁ, ଭାରତ ଗ୍ରୁପରେ କେଉଁ ଦଳ ରହିଲେ ?

ସୁପର 12 ରାଉଣ୍ଡର ମ୍ୟାଚ୍ 22 ଅକ୍ଟୋବରରୁ ଅନୁଷ୍ଠିତ ହେବ । ଯେଉଁଥିରେ ଭାରତର ପ୍ରଥମ ମ୍ୟାଚ୍ 23 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି । ଅକ୍ଟୋବର 22 ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହେବ ।

ମେଲବର୍ଣ୍ଣ: ଶୁକ୍ରବାର ଶେଷ ହୋଇଛି ଆଇସିସି ଟି-20 ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଅକ୍ଟୋବର 16ରୁ ଆରମ୍ଭ ହୋଇ ଅକ୍ଟୋବର 21 ପର୍ଯ୍ୟନ୍ତ ଖେଳାଯିବ ଏହି ମ୍ୟାଚରେ ସୁପର-12 ରେ ଯୋଗ୍ୟତା ଅର୍ଜନ କରିବା ପାଇଁ ଲଢିଥିଲେ 8ଟି ଦଳ । ଯେଉଁଥିରୁ କେବଳ 4 ଟି ଦଳ ସୁପର 12 ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।

ସୁପର 12 ରାଉଣ୍ଡର ମ୍ୟାଚ୍ 22 ଅକ୍ଟୋବରରୁ ଅନୁଷ୍ଠିତ ହେବ । ଯେଉଁଥିରେ ଭାରତର ପ୍ରଥମ ମ୍ୟାଚ୍ 23 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି । ଅକ୍ଟୋବର 22 ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହେବ ।

ସୁପର 12 ରାଉଣ୍ଡର ମ୍ୟାଚ୍ 22 ଅକ୍ଟୋବରରୁ ଅନୁଷ୍ଠିତ ହେବ । ଯେଉଁଥିରେ ଭାରତର ପ୍ରଥମ ମ୍ୟାଚ୍ 23 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି । ଅକ୍ଟୋବର 22 ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହେବ ।

ଆଜିର ମ୍ୟାଚରେ ସ୍କଟଲାଣ୍ଡକୁ 5 ୱିକେଟରେ ହରାଇ ଜିମ୍ବାୱେ ଶେଷ ଟିମ ଭାବେ ସୁପର 12ରେ ସ୍ଥାନ ପାଇଛି । ଜିମ୍ବାୱେ ପୂର୍ବରୁ ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଆୟର୍ଲାଣ୍ଡ ସୁପର ୧୨ରେ ପହଞ୍ଚି ସାରିଛନ୍ତି । ସେପଟେ ଆଜିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟର୍ଲାଣ୍ଡଠୁ ୱେଷ୍ଟଇଣ୍ଡିଜ ପରାସ୍ତ ହୋଇ ଟି-20 ବିଶ୍ୱକପର ସୁପର 12 ରୁ ବାଦ୍ ପଡିଛି। ଦୁଇଥର ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବାଦ୍ ପଡିଛି ।

ତେବେ ସୁପର-12ରେ ସ୍ଥାନ ପାଇଥିବା ଏହି 4 ଟିମ ମଧ୍ୟରୁ ଭାରତ ଗ୍ରୁପ (ଗ୍ରୁପ-2)ରେ ନେଦରଲାଣ୍ଡ ଓ ଜିମ୍ବାୱେକୁ ସ୍ଥାନ ମିଳିଛି । ଏମାନଙ୍କ ସହ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏହି ଗ୍ରୁପରେ ରହିଛନ୍ତି । ଭାରତ ନଭେମ୍ବର 6 ତାରିଖରେ ଜିମ୍ବାୱକୁ ଭେଟିବ । ଅକ୍ଟୋବର 27ରେ ହେବାକୁ ଥିବା ମ୍ୟାଚରେ ନେଦରଲାଣ୍ଡକୁ ଭେଟିବ ଭାରତ । ସେହିପରି ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ ଗ୍ରୁପ-1 ରେ ରହିଛନ୍ତି ।

ସୁପର-12

  • ଗ୍ରୁପ-1: ଲଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା, ସ୍କଟଲାଣ୍ଡ
  • ଗ୍ରୁପ-2: ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ, ଜିମ୍ବାୱେ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+