ଟି-୨୦ ବିଶ୍ୱକପ: ଭାରତର 'ସେମି ସମୀକରଣ'ରେ ବର୍ଷା ସାଜିବ ବାଧକ !

ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିବା ପରେ ଭାରତୀୟ ଦଳକୁ ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଯେକୌଣସି ମୂଲ୍ୟରେ ବାଂଲାଦେଶ ବିପକ୍ଷରେ ଜିତିବାକୁ ପଡିବ । ମାତ୍ର ଟିମ ଇଣ୍ଡିଆର ରାସ୍ତାରେ ବର୍ଷା ସାଜି ପାରେ ବାଧକ ।

ଆଡିଲେଡ୍: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିବା ପରେ ଭାରତୀୟ ଦଳକୁ ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଯେକୌଣସି ମୂଲ୍ୟରେ ବାଂଲାଦେଶ ବିପକ୍ଷରେ ଜିତିବାକୁ ପଡିବ । ମାତ୍ର ଟିମ ଇଣ୍ଡିଆର ରାସ୍ତାରେ ବର୍ଷା ସାଜି ପାରେ ବାଧକ । ଆଉ ବର୍ଷାରେ ମ୍ୟାଚ ଧୋଇ ଗଲେ । ବାଂଲାଦେଶ ସହ ଦୁଇ ପଏଣ୍ଟ ବାଣ୍ଟିବ ଭାରତ । ଯାହା ପାଇଁ ଭାରତର ସେମୀ ସମୀକରଣ ହୋଇଯିବ ଓଲଟ୍ ପାଲଟ୍ ।

T-20 World Cup

ଭାରତ ଏଯାଏ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି । ବାଂଲାଦେଶ ମଧ୍ୟ ୩ଟି ମ୍ୟାଚ୍‌ ଖେଳି ୨ଟିରେ ଜିତିଛି ଓ ଦକ୍ଷିଣ ଆଫ୍ରିକା ଠାରୁ ଗୋଟିଏ ମ୍ୟାଚ୍‌ରେ ହାରିଛି । ପଏଣ୍ଟ ଟେବୁଲରେ ଭାରତ ୨ନଂ ସ୍ଥାନରେ ରହିଛି। କାରଣ ବାଂଲାଦେଶ ତୁଳନାରେ ଟିମ ଇଣ୍ଡିଆର ରନ ରେଟ ଭଲ ରହିଛି। ଏବେ ଭାରତକୁ ସେମି ଫାଇନାଲ ଯିବାକୁ ହେଲେ ଶେଷ ଦୁଇ ମ୍ୟାଚକୁ ଜିତିବାକୁ ପଡ଼ିବ । ମାତ୍ର ଆସନ୍ତାକାଲି ମ୍ୟାଚରେ ବର୍ଷା କଣ୍ଟା ସାଜିଲେ ବଦଳଯିବ ସମୀକରଣ ।

ଚଳିତ ବର୍ଷ ଟି -20 ବିଶ୍ୱକପରେ ଅନେକ ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଛି । ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, 2 ନଭେମ୍ବର ଅର୍ଥାତ୍ ବୁଧବାର ଦିନ ଆଡିଲେଡରେ 60% ବର୍ଷା ହେବାର ସମ୍ଭାବନା ଅଛି । ଦିନସାରା ଆକାଶ ମେଘୁଆ ରହିବ । ଏହି ମ୍ୟାଚ୍ ଉଭୟ ଭାରତ ଏବଂ ବାଂଲାଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ପରିସ୍ଥିତିରେ ସେମାନେ ଚାହୁଁ ନାହାଁନ୍ତି ଯେ ବର୍ଷା କୌଣସି ପ୍ରକାରେ ମ୍ୟାଚ୍ ଉପରେ ପ୍ରଭାବ ପକାଉ ବୋଲି ।

ପୂର୍ବରୁ ମେଲବର୍ଣ୍ଣରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ଥିଲା । କିନ୍ତୁ ମ୍ୟାଚ୍ ପୁରା ଖେଳା ଯାଇଥିଲା। ପ୍ରଶଂସକମାନେ ନିଶ୍ଚିତ ଭାବରେ ଆଶା କରୁଛନ୍ତି ଯେ ମେଲବୋର୍ଣ୍ଣ ପରି ଏଠାରେ ପାଗ ମଧ୍ୟ ମ୍ୟାଚ୍ ପୂର୍ବରୁ ସଫା ହୋଇଯାଏ ଏବଂ ସେମାନେ ପୂରା ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ ।

କହିରଖୁ କି, ଯଦି ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଏ । ତେବେ ଦକ୍ଷିଣ ଆଫ୍ରିକା ପୂର୍ବ ଭଳି ପଏଣ୍ଟ ଟେବୁଲର ଶୀର୍ଷରେ ରହିବ। ଭାରତ ଓ ବାଂଲାଦେଶ ପଏଣ୍ଟ ବାଣ୍ଟି ସମାନ ୫ ପଏଣ୍ଟ ଲେଖାଏଁ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବେ। ଜିମ୍ବାୱେ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଓ ପାକିସ୍ତାନ ୨ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି । ଏଭଳି ପରିସ୍ଥିତରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯିବ। ପାକିସ୍ତାନ ଯଦି ଦକ୍ଷିଣ ଆଫ୍ରିକାକୁ ହରାଇ ଦେଉଛି, ତା'ହେଲେ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯିବ। ଫଳରେ ଭାରତକୁ ଶେଷ ଲଢ଼େଇରେ ଜିମ୍ବାୱେକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ । ନଚେତ ବାଂଲାଦେଶ ସହ ଶେଷ ସମୟରେ ରନ ରେଟ୍‌ କ୍ଷେତ୍ରରେ ଲଢ଼େଇ କରିବାକୁ ପଡ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+